AK ଆମ ଆଧୁନିକ ଓଡ଼ିଶାର ଯେଉଁଠି ମୁନ୍ଦାଏ ବିଶୁଦ୍ଧ ଜଳ ପିଇବା ପାଇଁ ଭାଗ୍ୟ ଦରକାର । ପ୍ରାୟ ୨ କିଲୋମିଟର ଦୁର୍ଗମ ଆବଡ଼ ଖାବଡ଼ା ରାସ୍ତା । ଯେଉଁଠି ଚାଲିବା ବି କଷ୍ଟକର, ସେଇ ରାସ୍ତାରେ ମହିଳାମାନେ ମୁଣ୍ଡରେ ଗରା ଓ ହାତରେ ବାଲଟି ଧରି ଚାଲିଛନ୍ତି । ଏ ସଂଘର୍ଷ କେବଳ ମୁନ୍ଦାଏ ପାଣି ପାଇଁ ।

ଦୁର୍ଗମ ରାସ୍ତା ଅତିକ୍ରମ କରି ଲୋକେ ଯେଉଁଠି ପହଞ୍ଚୁଛନ୍ତି, ସେଇଟା ବି କୌଣସି ସ୍ୱଚ୍ଛ ଜଳାଶୟ ନୁହେଁ, ବରଂ ଏକ ଦୂଷିତ ନାଳ । ଜଳ ହିଁ ଜୀବନ, ହେଲେ କଳାହାଣ୍ଡି ଜୟପାଟଣାରେ ଜଳ ଏବେ ଯମଦୂତ ସଦୃଶ । ସରକାରଙ୍କ ‘ବସୁଧା’ ଯୋଜନା କେବଳ ପୋଷ୍ଟରରେ ଚମକୁଛି । ଗାଁ ଗଣ୍ଡାରେ ଲୋକେ ମୁନ୍ଦାଏ ପାଣି ପାଇଁ ଚାତକ ଭଳି ଚାହିଁ ରହିଛନ୍ତି । ଗାଁର ସମସ୍ତ ନଳକୂପ ଅଚଳ । ଫଳରେ ନାଳର ଅପରିଷ୍କାର ପାଣି ବ୍ୟବହାର କରୁଛନ୍ତି ଲୋକେ । ଆଉ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ । ଆମ ଆଧୁନିକ ଓଡ଼ିଶାର ଯେଉଁଠି ମୁନ୍ଦାଏ ବିଶୁଦ୍ଧ ଜଳ ପିଇବା ପାଇଁ ଭାଗ୍ୟ ଦରକାର । ପ୍ରାୟ ୨ କିଲୋମିଟର ଦୁର୍ଗମ ଆବଡ଼ ଖାବଡ଼ା ରାସ୍ତା । ଯେଉଁଠି ଚାଲିବା ବି କଷ୍ଟକର, ସେଇ ରାସ୍ତାରେ ମହିଳାମାନେ ମୁଣ୍ଡରେ ଗରା ଓ ହାତରେ ବାଲଟି ଧରି ଚାଲିଛନ୍ତି । ଏ ସଂଘର୍ଷ କେବଳ ମୁନ୍ଦାଏ ପାଣି ପାଇଁ ।

ଦୁର୍ଗମ ରାସ୍ତା ଅତିକ୍ରମ କରି ଲୋକେ ଯେଉଁଠି ପହଞ୍ଚୁଛନ୍ତି, ସେଇଟା ବି କୌଣସି ସ୍ୱଚ୍ଛ ଜଳାଶୟ ନୁହେଁ, ବରଂ ଏକ ଦୂଷିତ ନାଳ । କାଦୁଅ ପଚପଚ ପାଣି । ଯାହାକୁ ଗାଈଗୋରୁ ପିଇବାକୁ କୁଣ୍ଠାବୋଧ କରିବେ, ତାକୁ କପଡ଼ାରେ ଛାଣି ପିଉଛନ୍ତି ଜୟପାଟଣା ରଣିବାହାଲ ଗାଁର ଯାନି ପଡ଼ାବାସୀ । ୭୧ଟି ପରିବାର ବସବାସ କରୁଥିବା ଏହି ପଡ଼ାରେ ସରକାରଙ୍କ ‘ଜଳ ଜୀବନ ମିଶନ’ ମୁହଁ ମାଡ଼ି ପଡ଼ିଛି । ୩ଟି ନଳକୂପ ଅଛି ସତ, କିନ୍ତୁ ସବୁ ଅଚଳ । ମରାମତି ପାଇଁ କାହାର ଦେଖାନାହିଁ । ଫଳରେ ଏଠି ପ୍ରତିଦିନ ଲୋକ ବିଷ ପିଉଛନ୍ତି । ଛୋଟ ପିଲାଙ୍କଠାରୁ ବୟସ୍କ ସମସ୍ତେ ପେଟ ଓ ଚର୍ମ ରୋଗର ଶିକାର ହେଉଛନ୍ତି । ନଳକୂପ ମରାମତି କରିବାକୁ ବାବୁଙ୍କ କୁଣ୍ଠାବୋଧ କାହିଁକି ? କୋଟିକୋଟି ଟଙ୍କାର ରକ୍ଷଣାବେକ୍ଷଣ ବଜେଟ୍ ଯାଉଛି କୁଆଡ଼େ ?
ଆଉ କେତେ ଦିନ ଅପରିଷ୍କାର ପାଣି ଭରସାରେ ବଞ୍ଚିବେ ଲୋକେ ? ସରକାରଙ୍କ ମାଳମାଳ ଯୋଜନା ଦୁର୍ଗମ ଅଞ୍ଚଳରେ କାହିଁକି ବାଟବଣା ? ଶୋଷିଲା କଣ୍ଠର ସ୍ୱର ପ୍ରଶାସନ ନିକଟରେ କେବେ ପହଞ୍ଚିବ ? ଏ ସବୁ ପ୍ରଶ୍ନ ଭିତରେ ରଣିବାହାଲର ଏହି ସ୍ଥିତି ସରକାରଙ୍କ ସଫଳତାର ଦାବିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରୁଛି ।
ବ୍ୟୁରୋ ରିପୋର୍ଟ ଆପଣଙ୍କ ଖବର






