AK ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାରେ ଭିମସାର। ବୁର୍ଲା ଭିମସାରରେ ଆଜି ଆଉ ଜଣେ ପ୍ରସୂତିଙ୍କ ମୃତ୍ୟୁ। ଗୋଟିଏ ସପ୍ତାହରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାରେ ଭିମସାର।

ବୁର୍ଲା ଭିମସାରରେ ଆଜି ଆଉ ଜଣେ ପ୍ରସୂତିଙ୍କ ମୃତ୍ୟୁ। ଗୋଟିଏ ସପ୍ତାହରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଚ୍ଚ ରକ୍ତଚାପ ଓ ଶିକିଲସେଲ ରୋଗ ପାଇଁ ମୃତ୍ୟୁ ହୋଇଥାଇପାରେ ବୋଲି କହିଛନ୍ତି ଭିମସାର ନିର୍ଦ୍ଦେଶକ। ତେବେ ଆଜି ଯେଉଁ ପ୍ରସୂତିଙ୍କ ମୃତ୍ୟୁ ହୋଇଛି ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଅନ୍ୟପକ୍ଷରେ ଔଷଧ ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥାଇ ପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଭିମସାର ନିର୍ଦ୍ଦେଶକ ଡାକ୍ତର ଲାଲମୋହନ ନାୟକ।






