AK ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ଝିଆରୀ ବୋଲି ଜଣାପଡ଼ିଛି । ପାରିବାରିକ କଳହରୁ ଝିଆରୀ ହତ୍ୟା କରିଛି ବୋଲି ଜଣାପଡ଼ିଛି । ୧୫ ତାରିଖ ଏହି ଅପହରଣ ଘଟଣା ସାମ୍ନାକୁ ଆସିଥିବାବେଳେ ଆଜି ଏଭଳି ଏକ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି । ପୂର୍ବରୁ ଗୋପାଳପୁର ଥାନାରେ ଅଭିଯୋଗ ହୋଇଥିଲା । ପ୍ରେସମିଟରେ ବହ୍ମପୁର ପୁଲିସ୍ ଏହି ଘଟଣାର ପର୍ଦ୍ଦାଫାସ କରିଛି । ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ଝିଆରୀ ବୋଲି ଜଣାପଡ଼ିଛି । ପାରିବାରିକ କଳହରୁ ଝିଆରୀ ହତ୍ୟା କରିଛି ବୋଲି ଜଣାପଡ଼ିଛି । ୧୫ ତାରିଖ ଏହି ଅପହରଣ ଘଟଣା ସାମ୍ନାକୁ ଆସିଥିବାବେଳେ ଆଜି ଏଭଳି ଏକ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି । ପୂର୍ବରୁ ଗୋପାଳପୁର ଥାନାରେ ଅଭିଯୋଗ ହୋଇଥିଲା । ପ୍ରେସମିଟରେ ବହ୍ମପୁର ପୁଲିସ୍ ଏହି ଘଟଣାର ପର୍ଦ୍ଦାଫାସ କରିଛି । ଅନ୍ୟପଟେ ପୁତୁରା ଓ ଝିଆରୀଙ୍କ ସମେତ ୮ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।

ହତ୍ୟା ଘଟଣାରେ ସୁଧୀରଙ୍କ ସମ୍ପର୍କୀୟ ତଥା ସତ୍ୟନାରାୟଣପୁର ଗ୍ରାମର ତୁଷାର କୁମାର ପାତ୍ର ଓ ତୁଷାରଙ୍କ ଭଉଣୀ ନିବେଦିତା ପାତ୍ର, ଆଶିଷ ମହାପାତ୍ର, ଗୋଳାବନ୍ଧର ନାରାୟଣ ପ୍ରଧାନ, ଗାଙ୍ଗପୁର ଥାନା କାଳିଆଗୁଡ଼ ଅଞ୍ଚଳର କାଳୁ ଚରଣ ପ୍ରଧାନ, ହିଂଜିଲିଥାନା ଅଞ୍ଚଳର ଶୁଭମ ନାୟକ, ଶୁଭମ ଗୌଡ଼ ଓ ଜିତୁନ୍ ପଳେଇ ଆଦି ୮ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ଅଧିକାଂଶ ଜେରା ଜାରି କରିଥିବା ଜଣାପଡ଼ିଛି ।






