AK ଖାଦ୍ୟ ଓ ପାନୀୟରେ ଅସାବଧାନତା ଅନେକ ସମୟରେ ମହଙ୍ଗା ପଡ଼ିପାରେ । ନିକଟରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଫଳ ଓ ପନିପରିବା ଉପରେ ଷ୍ଟିକର୍ ଲଗାଇବାକୁ ନେଇ ଏକ ଚେତାବନୀ ଜାରି କରିଛନ୍ତି । ଖାଦ୍ୟ ଓ ପାନୀୟରେ ଅସାବଧାନତା ଅନେକ ସମୟରେ ମହଙ୍ଗା ପଡ଼ିପାରେ। ନିକଟରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଫଳ ଓ ପନିପରିବା ଉପରେ ଷ୍ଟିକର୍ ଲଗାଇବାକୁ ନେଇ ଏକ ଚେତାବନୀ ଜାରି କରିଛନ୍ତି । କହିଛନ୍ତି ଯେ, ଏହି ଷ୍ଟିକର୍ଗୁଡ଼ିକର ପଛପଟେ ବ୍ୟବହୃତ ଅଠାଜାତୀୟ ପଦାର୍ଥ ଖାଦ୍ୟ ଉପଯୋଗୀ ନୁହେଁ, ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ।

ଆମେ ପ୍ରାୟତଃ ଫଳ ତଥା ପନିପରିବା କିଣିବା ସମୟରେ ସେଥିରେ ଲାଗିଥିବା ଷ୍ଟିକର୍ଗୁଡ଼ିକୁ ଅଣଦେଖା କରିଦେଉ । ତେବେ ଏହି ଛୋଟ ଭୁଲ୍ ସମସ୍ୟା ସୃଷ୍ଟି କରିପାରେ । ବିଶେଷଜ୍ଞଙ୍କ ମତରେ, ଷ୍ଟିକର୍ଗୁଡ଼ିକରେ ବ୍ୟବହୃତ ଗ୍ଲୁ, କାଳି ଓ ଅନ୍ୟ ରାସାୟନିକ ପଦାର୍ଥ ଶରୀର ପାଇଁ ନିରାପଦ ନୁହେଁ। ତେଣୁ ଖାଇବା ପୂର୍ବରୁ ସେଗୁଡ଼ିକୁ ବାହାର କରିବା ଦରକାର । ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ଯଦି ଭୁଲ୍ବଶତଃ ଏଥିରୁ ଛୋଟ ଖଣ୍ଡଟିଏ ଶରୀର ଭିତରକୁ ଯାଏ, ତେବେ ବିରାଟ କ୍ଷତି କରିପାରେ । ଏହାଦ୍ବାରା ପେଟ ଖରାପ, ସାମାନ୍ୟ ବାନ୍ତି କିମ୍ବା ପାଚନ ସମସ୍ୟା ଦେଖାଦେଇପାରେ । କେତେକ ସମୟରେ ଶ୍ୱାସରୁଦ୍ଧର ଆଶଙ୍କା ବି ବଢ଼ାଇପାରେ। ତେଣୁ ସତର୍କତା ଅବଲମ୍ବନ କରିବା ଭଲ। ଏହି ବିପଦ ଏଡ଼ାଇବାର ସବୁଠାରୁ ସହଜ ଉପାୟ ହେଉଛି, ଖାଇବା ପୂର୍ବରୁ ଫଳ ଓ ପନିପରିବାକୁ ଭଲ ଭାବେ ଧୋଇ ତା’ ଉପରେ ଲାଗିଥିବା ଷ୍ଟିକର୍ଗୁଡ଼ିକୁ କାଢ଼ିଦେବା । ଉଷୁମ ପାଣିରେ ଅଳ୍ପ ପରିମାଣର କ୍ଲୋରିନ୍ ମିଶାଇ ତାହାକୁ ସଫା କରାଯାଇପାରିବ। ତେବେ ସାବୁନ କିମ୍ବା କୌଣସି ରାସାୟନିକ କ୍ଲିନର୍ ବ୍ୟବହାର କରିବା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ହୋଇଥାଏ ।






