AK ବଙ୍ଗୋପସାଗରରେ ଆସିପାରେ ବାତ୍ୟା । ଜିଏଫ୍ଏସ୍ ମଡେଲ୍ରେ ବାତ୍ୟା ପାଇଁ ଆକଳନ କରାଯାଇଛି । ବର୍ତ୍ତମାନର ସ୍ଥିତି ବାତ୍ୟା ପାଇଁ ସମ୍ପୂର୍ଣ୍ଣ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଅନ୍ୟାନ୍ୟ ମଡେଲ୍ ଗୁଡ଼ିକ କେବଳ ହାଲୁକା ଡିପ୍ରେସନ୍ ଦେଖାଉଛନ୍ତି । ତଥାପି ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହୋଇ ନାହିଁ । ଆଗାମୀ ୨, ୩ ଦିନରେ ଅଧିକ ସ୍ପଷ୍ଟ ଚିତ୍ର ଆସିବ ।

ବଙ୍ଗୋପସାଗରରେ ଆସିପାରେ ବାତ୍ୟା । ଜିଏଫ୍ଏସ୍ ମଡେଲ୍ରେ ବାତ୍ୟା ପାଇଁ ଆକଳନ କରାଯାଇଛି । ବର୍ତ୍ତମାନର ସ୍ଥିତି ବାତ୍ୟା ପାଇଁ ସମ୍ପୂର୍ଣ୍ଣ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଅନ୍ୟାନ୍ୟ ମଡେଲ୍ ଗୁଡ଼ିକ କେବଳ ହାଲୁକା ଡିପ୍ରେସନ୍ ଦେଖାଉଛନ୍ତି । ତଥାପି ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହୋଇ ନାହିଁ । ଆଗାମୀ ୨, ୩ ଦିନରେ ଅଧିକ ସ୍ପଷ୍ଟ ଚିତ୍ର ଆସିବ । ମେ ମାସ ପ୍ରଥମ ଭାଗରେ ଘୂର୍ଣ୍ଣିବାତ୍ୟା ଗଠନ ହେବ କି ନାହିଁ ତାହା ଜଣାପଡ଼ିବ । ସେପଟେ ସମ୍ଭାବ୍ୟ ବାତ୍ୟା ଆକଳନ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟା, ବନ୍ୟା ଏବଂ ହିଟ ୱେଭ ପ୍ରବଣ ରାଜ୍ୟ ଓଡ଼ିଶା । ଏପ୍ରିଲ ମାସ ସନ୍ଧ୍ୟାରେ ଝଡ଼ ହୁଏ । ମେ ମାସରେ ବାତ୍ୟା ହେବା ସମ୍ଭାବନା ଥାଏ । ପୂର୍ବ ଅନୁମାନ ପାଣିପାଗ ବିଭାଗ କରିନାହିଁ । ଛୋଟ ବଡ଼ ଏଜେନ୍ସିର ଆକଳନ ଥାଏ । ଏଭଳି ସମ୍ଭାବନା ଆସିଲେ ଆମେ ପ୍ରସ୍ତୁତ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟା ବନ୍ୟା ଆସିଲେ ଆମେ ପ୍ରସ୍ତୁତ ଅଛୁ । IMD ପକ୍ଷରୁ କଣ ତଥ୍ୟ ଆସିବ ଆମେ ଅପେକ୍ଷା କରୁଛୁ । ଏଜେନ୍ସି ବିଶ୍ୱାସ ଯୋଗ୍ୟ ନହେଲେ ବି ଆମେ ପ୍ରସ୍ତୁତ ।






