ଏ.କେ ବ୍ୟୁରୋ : ଝାରସୁଗୁଡ଼ା ପୋଲିସର ବଡ଼ ଏନକାଉଣ୍ଟର। ପୋଲିସ୍ ଗୁଳିରେ ୨ ଅପରାଧୀ ଆହତ। ସୂଚନାଯୋଗ୍ୟ, ବେଲପାହାଡ଼ ଫାଟକରେ ମର୍ଡର ଘଟଣାରେ ସମ୍ପୃକ୍ତ ଥିଲେ ୨ ଅଭିଯୁକ୍ତ। ଗତ କାଲି ଗଟରାରେ ଦୁଇ ଅଭିଯୁକ୍ତ ଫେରାର ଥିଲେ। ସୁନୀଲ ମହାନନ୍ଦ ଓରଫ ଟବୁ ଓ ଚାନ୍ଦ ବନଛୋରକୁ ଖୋଜୁଥିଲା ପୋଲିସ୍। ହେଲେ ଦୁଇ ଅଭିଯୁକ୍ତଙ୍କ ଠିକଣା ପାଇ ପୋଲିସ ତାଙ୍କ ପାଖକୁ ପହଁଚିଥିବା ବେଳେ ସେମାନେ ପୋଲିସ ଉପରକୁ ୪ ରାଉଣ୍ଡ ଗୁଳି ମାରିଥିଲେ। ପୋଲିସ ପାଲଟା ଜବାବରେ ତାଙ୍କ ଉପରକୁ ଗୁଳି ଚଳାଇଥିଲା।







