ଏ.କେ ବ୍ୟୁରୋ : ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଚରମ ସୀମାରେ ପହଞ୍ଚିଛି । ସକାଳ ୯ଟା ବାଜିଲା ବେଳକୁ ସୂର୍ଯ୍ୟଙ୍କ କିରଣ ଅସହ୍ୟ ହୋଇପଡ଼ୁଛି । ଟାଇଁ ଟାଁ ଖରାରେ ବାହାରକୁ ବାହାରିବା କଷ୍ଟକର ହୋଇପଡୁଥିବା ବେଳେ ଲୋକେ ଗରମ ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି । ଦିନରେ ଜଳାଉଛି, ରାତିରେ ଭିଜାଉଛି ।

ବଦଳୁଛି ପାଣିପାଗର ମିଜାଜ । ଏବେ ଗ୍ରୀଷ୍ମର ତାଉ ଲୋକଙ୍କୁ ଗରମରେ ଛଟପଟ କରୁଥିବା ବେଳେ ରାତିରେ ସାମାନ୍ୟ ଆଶ୍ୱସ୍ତି ଦେଉଛି କାଳବୈଶାଖୀ । ଓଡ଼ିଶାର ବର୍ତ୍ତମାନର ପାଣିପାଗ ଏକ ବିଚିତ୍ର ସ୍ଥିତି ଦେଇ ଗତି କରୁଛି । ଦିନରେ ପ୍ରଚଣ୍ଡ ରୌଦ୍ରତାପ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଥିବା ବେଳେ ରାତିରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳୁଛି । ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଚରମ ସୀମାରେ ପହଞ୍ଚିଛି । ସକାଳ ୯ଟା ବାଜିଲା ବେଳକୁ ସୂର୍ଯ୍ୟଙ୍କ କିରଣ ଅସହ୍ୟ ହୋଇପଡ଼ୁଛି । ଟାଇଁ ଟାଁ ଖରାରେ ବାହାରକୁ ବାହାରିବା କଷ୍ଟକର ହୋଇପଡୁଥିବା ବେଳେ ଲୋକେ ଗରମ ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି । ଏହି ତାତିରୁ ରକ୍ଷା ପାଇବା ପାଇଁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ତେବେ ସନ୍ଧ୍ୟା ହେଲେ ପାଣିପାଗର ମିଜାଜ୍ ବଦଳୁଛି । କାଳବୈଶାଖୀ କିଛି ସମୟ ପାଇଁ ଧରଣୀକୁ ଶୀତଳ କରୁଥିଲେ ମଧ୍ୟ ଏହାର ରୂପ ଅତ୍ୟନ୍ତ ଭୟଙ୍କର । ପ୍ରବଳ ପବନ ଓ ବର୍ଷା ଯୋଗୁଁ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ୁଛି ଏବଂ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେଉଛି । କାଳବୈଶାଖୀର ଏହି ତାଣ୍ଡବରେ କେବଳ ଯେ ସାଧାରଣ ଜୀବନଯାତ୍ରା ବ୍ୟାହତ ହେଉଛି ତାହା ନୁହେଁ, ବରଂ ଧନଜୀବନର ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟୁଛି ।






