ଏ.କେ ବ୍ୟୁରୋ : ବନ୍ଧା ହେଲେ ସାଇବର ଠକ। ଭୁବନେଶ୍ୱରରୁ ବନ୍ଧା ହେଲେ ୫ ସାଇବର ଲୁଟେରା ଓ ୫ ଅଭିଯୁକ୍ତଙ୍କୁ ମ୍ୟୁଲ ଆକାଉଣ୍ଟ ବିକ୍ରି ଅଭିଯୋଗରେ ଗିରଫ କରିଛି ସାଇବର ଥାନା ପୁଲିସ ।

କିଛିଦିନ ତଳେ ୨୨ ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ ପରେ, ତନାଘନା ଆରମ୍ଭ କରିଥିଲା ପୁଲିସ । ଏହି ଅଭିଯୁକ୍ତ ମାନେ ନିରୀହ ଲୋକଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ସେମାନଙ୍କ ଆକାଉଣ୍ଟ କିଣୁଥିଲେ । ଏହି ଘଟଣାର ମାଷ୍ଟର ମାଇଣ୍ଡ ଏବେ ଫେରାର ରହିଛି ଓ ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ ଫୋନ, ଇଞଗ କାର୍ଡ, ବ୍ୟାଙ୍କ କାଗଜ ପତ୍ର, ମ୍ୟୁଲ ଆକାଉଣ୍ଟ ମିଳିଥିବା ସୂଚନା ମିଳିଛି ।






