AK ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ସାଲେଭଟା – ମୁରସୁଣ୍ଡି ଭୂତଳ ରେଲୱେ ବ୍ରିଜ ନିକଟରେ ଥିବା ରେଲୱେ ଟ୍ରାକରେ ଅଜଣା ମୃତ ଶରୀର ପଡ଼ିଥିବା ଦେଖିବାକୁ ମିଳିଛି । କେବଳ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ଶରୀରର ଆଉ କୌଣସି ଅଙ୍ଗରେ କ୍ଷତାକ୍ତ ଚିହ୍ନ ନାହିଁ ।

ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ଭୂତଳ ରେଲୱେ ବ୍ରିଜ ନିକଟରେ ଥିବା ରେଲୱେ ଟ୍ରାକରେ ଅଜଣା ମୃତ ଶରୀର ପଡ଼ିଥିବା ଦେଖିବାକୁ ମିଳିଛି । କେବଳ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ଶରୀରର ଆଉ କୌଣସି ଅଙ୍ଗରେ କ୍ଷତାକ୍ତ ଚିହ୍ନ ନାହିଁ । ଅଞ୍ଚଳରେ ହତ୍ୟା ସନ୍ଦେହ ଚର୍ଚ୍ଚା ହେଉଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ସାଲେଭଟା ଫାଣ୍ଡି ପୁଲିସ୍ ପହଞ୍ଚିଛି । ମୃତ ବ୍ୟକ୍ତିଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ ।






