ଏ.କେ ବ୍ୟୁରୋ : ବାଲିଅନ୍ତା ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ଏଫ୍ଆଇଆର୍ କପି। ବାଲିଅନ୍ତା ଥାନାରେ ମୃତ୍ୟ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏଫ୍ଆଇଆର୍ ଦାୟର ହୋଇଛି। ବାଲିଅନ୍ତା ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ଏଫ୍ଆଇଆର୍ କପି। ବାଲିଅନ୍ତା ଥାନାରେ ମୃତ୍ୟ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏଫ୍ଆଇଆର୍ ଦାୟର ହୋଇଛି। ଏଥିରେ ବିଏନ୍ଏସ୍ ଧାରା ୧୦୩(୧) ଓ ୩ (୫) ଲଗାଯାଇଛି।

ଏଫ୍ଆଇଆର୍ କପି ଅନୁସାରେ, ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଓ ହତ୍ୟାକାଣ୍ଡ ଦଫା ଲଗାଇଛି ପୁଲିସ। ସେହିପରି ପୀଡ଼ିତାଙ୍କ ମାଆଙ୍କ ପକ୍ଷରୁ ମଧ୍ୟ ବାଲିଅନ୍ତା ଥାନାରେ ଏକ ପୃଥକ୍ ଏଫ୍ଆଇଆର୍ ଦାୟର ହୋଇଛି। ସେଥିରେ ବାଟ ଓଗାଳିବା, ଅଶାଳୀନ ମନ୍ତବ୍ୟ ଦେବା, ପୂର୍ବରୁ ଛକି ରହି ମନ୍ଦ ଉଦ୍ଦେଶ୍ୟରେ ଅଟକାଇବା, ଟଣାଓଟରା କରିବା, କମେଣ୍ଟ ପାସ୍ କରିବା, ଦୁଷ୍କର୍ମ ଉଦ୍ୟମ କରିବା ଭଳି ଦଫା ଲଗାଯାଇଛି। କ୍ରାଇମ୍ବ୍ରାଞ୍ଚ ଡିଜି କହିଛନ୍ତି, ବର୍ଣ୍ଣ, ଜାତି, ଜନ୍ମ ସ୍ଥାନ, ଭାଷା ଓ ବ୍ୟକ୍ତିଗତ ବିଶ୍ୱାସକୁ ଆଧାର କରି ୫ ଜଣରୁ ଅଧିକ ଲୋକ ଯଦି କାହାକୁ ଆକ୍ରମଣ କରନ୍ତି ତେବେ ତାହାକୁ ମବ୍ ଲିଞ୍ଚିଂ ଘଟଣା ଭାବେ ଧରାଯିବ। ଏତଲାରେ ଏହି ସବୁ କଥା ଉଲ୍ଲେଖ ନାହିଁ। ମାତ୍ର ଆଇନଜୀବୀ କହିଛନ୍ତି, ଏ ଘଟଣା ମବ୍ ଲିଞ୍ଚିଂ ଦଫା ଲାଗିବା ଉଚିତ୍। ୫ରୁ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବାରୁ ମବ୍ ଲିଞ୍ଚିଂ ଲାଗିବା କଥା।






