AK ମୃତକ ବିକିଙ୍କ ଜଣେ ସାଙ୍ଗ କହିଛନ୍ତି, ସେମାନେ ରାତି ପ୍ରାୟ ୯ଟା ବେଳେ ଉପ ଜିଲ୍ଲାପାଳଙ୍କ ଅଫିସ ଛକ ନିକଟ ବଜାରରେ ଛିଡ଼ା ହୋଇଥିଲେ। ସେମାନେ ସମସ୍ତେ ଚା’ର ମଜା ନେଉଥିଲେ । ଏହି ସମୟରେ ହଠାତ ବିକିଙ୍କ ଦେହରେ ଗୋଟିଏ ଗୁଳି ବାଜିଥିଲା । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଶୁକ୍ରବାର ରାତିରେ ବିଚ୍ ରାସ୍ତାରେ ଫୁଟିଛି ଗୁଳି। ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବୀରମହାରାଜପୁର ଥାନା ଚମ୍ପାମାଳ ଗାଁର ବିକି ମହାରଣା। ଗୁଳିମାଡ଼ ପରେ ବିକିଙ୍କୁ ତୁରନ୍ତ ସୋନପୁର ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ କିଏ ଓ କାହିଁକି ବିକିଙ୍କୁ ଗୁଳି କଲା ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।

ମୃତକ ବିକିଙ୍କ ଜଣେ ସାଙ୍ଗ କହିଛନ୍ତି, ସେମାନେ ରାତି ପ୍ରାୟ ୯ଟା ବେଳେ ଉପ ଜିଲ୍ଲାପାଳଙ୍କ ଅଫିସ ଛକ ନିକଟ ବଜାରରେ ଛିଡ଼ା ହୋଇଥିଲେ। ସେମାନେ ସମସ୍ତେ ଚା’ର ମଜା ନେଉଥିଲେ। ଏହି ସମୟରେ ହଠାତ ବିକିଙ୍କ ଦେହରେ ଗୋଟିଏ ଗୁଳି ବାଜିଥିଲା। ଗୁଳିମାଡ଼ ହେବା କ୍ଷଣୀ ସେ ସେଠାରେ ପଡ଼ି ଯାଇଥିଲେ। ରକ୍ତାକ୍ତ ଅବସ୍ଥାରେ ତୁରନ୍ତ ତାଙ୍କୁ ବୀରମହାରାଜପୁର ମେଡିକାଲ ନେଇଥିଲୁ। ସେଠାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ନ ଥିବାରୁ ତାଙ୍କୁ ସୋନପୁର ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବ ଶତ୍ରୁତାରୁ ବିକିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହେଲେ ପୁଲିସ୍ର ପ୍ରାଥମିକ ଯାଞ୍ଚରୁ ଅନ୍ୟ କିଛି ସୂଚନା ମିଳିଛି। ବିକିଙ୍କ ଜଣେ ସାଙ୍ଗ ପାଖରେ ବନ୍ଧୁକ ରହିଥିଲା । ଚା’ ପିଲା ବେଳେ ସେ ଏହାକୁ ବାହାର କରି ସମସ୍ତଙ୍କୁ ଦେଖାଉଥିଲେ । ଏହି ସମୟରେ ଅସାବଧନତା ଯୋଗୁ ବନ୍ଧୁକରୁ ଗୁଳି ଚାଲିଯାଇଥିଲା ଏଥିରେ ବିକି ପ୍ରାଣ ହରାଇଛନ୍ତି। କିନ୍ତୁ ଏଯାଏ ପୁଲିସ୍ ଏକଥା ସ୍ପଷ୍ଟ କରିନି ।
ମୃତକଙ୍କ ବାପା କହିଛନ୍ତି, ମୋ’ ଛୁଆର କୌଣସି ବଦଭ୍ୟାସ ନାହିଁ। କିମ୍ବା କାହା ସହ କୌଣସି ଝଗଡ଼ା ହୋଇନି। ତେଣୁ ଏହା ପଛରେ କାହା ହାତ ଅଛି ମୁଁ କିଛି କହି ପାରିବିନି । ପୁଲିସ୍ ତଦନ୍ତ କରି ଅଭିଯୁକ୍ତକୁ ବାହାର କରୁ ବୋଲି ସେ ଦାବି କରିଛନ୍ତି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ପଛରେ କ’ଣ ଷଡ଼ଯନ୍ତ୍ର ରହିଛି କି ନାହିଁ, ତା’ର ଯାଞ୍ଚ ପୁଲିସ୍ କରୁଛି।






