AK ରାଜ୍ୟସଭା ନିର୍ବାଚନରେ ଏକାଠି ହେବା ଓ ପରେ ପରେ ବିଜେଡି-କଂଗ୍ରେସ ମଧ୍ୟରେ ମେଣ୍ଟ ଚର୍ଚ୍ଚା ଦଳୀୟ କର୍ମୀଙ୍କୁ ଦ୍ବନ୍ଦ୍ବରେ ପକାଇଛି । ତୃଣମୂଳସ୍ତରରେ ବିଜେଡି କର୍ମୀଙ୍କ ତ୍ରିଶଙ୍କୁ ଅବସ୍ଥା ବିଜେପି ଦଳକୁ ବେଶ ସୁହାଇଛି । ବିରୋଧୀ କ୍ୟାମ୍ପରେ ଭବିଷ୍ୟତ ନଥିବା ଆକଳନ କରି ଦଳ ଛାଡିବା ସହ ବିଜେପିରେ ଯୋଗ ଦେଉଛନ୍ତି ତୃଣମୂଳସ୍ତରର କର୍ମୀ ଓ ନେତା । ବିଜେଡି ଓ କଂଗ୍ରେସ ମଧ୍ୟରେ ଅଘୋଷିତ ମେଣ୍ଟ ପରୋକ୍ଷରେ ବିଜେପିକୁ ବଳ ଦେଲାଣି । ବିଜେଡି କ୍ୟାମ୍ପରୁ ମୁହଁ ମୋଡି ବିଜେପି ମୁହାଁ ହେଲେଣି କର୍ମୀ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିର ଭୋଟବ୍ୟାଙ୍କ ସୁଦୃଢ ହେଉଛି ସତ ହେଲେ ନୂଆ କର୍ମୀଙ୍କ ପତିଆରା ଓ ପ୍ରଭାବକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଦଳର ପୁରୁଖା କର୍ମୀ । ଦଳର ଅସନ୍ତୁଷ୍ଟ କର୍ମୀ ପଞ୍ଚାୟତ ପରୀକ୍ଷାରେ ବିଜେପିକୁ ଅକଳରେ ପକାଇବେନି ତ ?

ରାଜ୍ୟସଭା ନିର୍ବାଚନରେ ଏକାଠି ହେବା ଓ ପରେ ପରେ ବିଜେଡି-କଂଗ୍ରେସ ମଧ୍ୟରେ ମେଣ୍ଟ ଚର୍ଚ୍ଚା ଦଳୀୟ କର୍ମୀଙ୍କୁ ଦ୍ବନ୍ଦ୍ବରେ ପକାଇଛି । ତୃଣମୂଳସ୍ତରରେ ବିଜେଡି କର୍ମୀଙ୍କ ତ୍ରିଶଙ୍କୁ ଅବସ୍ଥା ବିଜେପି ଦଳକୁ ବେଶ ସୁହାଇଛି । ବିରୋଧୀ କ୍ୟାମ୍ପରେ ଭବିଷ୍ୟତ ନଥିବା ଆକଳନ କରି ଦଳ ଛାଡିବା ସହ ବିଜେପିରେ ଯୋଗ ଦେଉଛନ୍ତି ତୃଣମୂଳସ୍ତରର କର୍ମୀ ଓ ନେତା । ଏହିଭଳି ଭାବେ ପୂର୍ବରୁ ଏକାଧିକ ପଞ୍ଚାୟତ ସମିତି ବିଜେଡି ହାତରୁ ଖସିଛି । ଏପରିକି ଶନିବାର ଭଦ୍ରକ ବିଜେଡିରୁ ସମୂହ ଇସ୍ତଫା ଦେଇଥିବା ନେତା ଓ କର୍ମୀ, ଖୁବଶୀଘ୍ର ପଦ୍ମ ଧରିବାକୁ ସଜବାଜ ହେଲେଣି । ବିଜେଡିରୁ ଏକାଧିକ ନିଲମ୍ବିତ ନେତା ମଧ୍ୟ ଏହି ତାଲିକାରେ ରହିଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଭୋଟ୍ବ୍ୟାଙ୍କ ଭାଙ୍ଗୁଥିବା ବେଳେ ବଢୁଛି ବିଜେପିର ବଳ । ସଙ୍ଗଠନକୁ ସୁଦୃଢ ସହ ବିଜେପି ପଞ୍ଚାୟତ ପରୀକ୍ଷା ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି । ଭୋଟବ୍ୟାଙ୍କକୁ ମଜବୁତ କରିବାକୁ ବୁଥରୁ ବୁଥ୍ ବୁଲିବେ ମନ୍ତ୍ରୀ, ବିଧାୟକ ଓ ସାଂସଦ । ନିଜେ ମୁଖ୍ୟମନ୍ତ୍ରୀ ବୁଥ୍ ନେତାଙ୍କ ସହ ଆଲୋଚନା କରି ସଙ୍ଗଠନ ବାବଦରେ ପଚାରି ବୁଝିଛନ୍ତି । ଆଗକୁ ରାଜ୍ୟବ୍ୟାପୀ ସବୁ ବୁଥର ସମୀକ୍ଷା କରିବ ଦଳ । ବିଜେପିର ଏଭଳି ପ୍ରସ୍ତୁତି ଭିତରେ ତେରଛା ବାଣ ମାରିଛି ବିଜେଡି । ବିରୋଧୀ କ୍ୟାମ୍ପର ନେତାଙ୍କୁ ଦଳକୁ ଆଣି ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ନିଜର ସାଙ୍ଗଠନିକ ଶକ୍ତି ବଢାଉଛି । ହେଲେ ବିଜେଡିରୁ ଆସୁଥିବା ନୂଆ କର୍ମୀଙ୍କୁ ନେଇ ପୁରୁଖା କର୍ମୀଙ୍କ ମନରେ ଅସନ୍ତୋଷ ଦଳ ଭିତରେ ବାରି ହେଲାଣି । ତେଣୁ ନୂଆ ଓ ପୁରୁଣା କର୍ମୀଙ୍କ ମଧ୍ୟରେ ସମନ୍ବୟ ରଖିବାରେ ସଫଳ ହୋଇପାରିବ ତ ବିଜେପି ?






