AK ବିଜେପିକୁ ବବିଙ୍କ ଜୋରଦାର ଟାର୍ଗେଟ । ମହିଳା ସଂରକ୍ଷଣ ବିଲ ଦୁର୍ନୀତି ନେଇ ବିଜେପିକୁ ପ୍ରଣବ ପ୍ରକାଶ ଦାସଙ୍କ କଡା ସମାଲୋଚନା । ଯାଜପୁରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଣବ କହିଛନ୍ତି, ୨୦୨୩ ମସିହାରୁ ସମସ୍ତ ରାଜନୈତିକ ଦଳ ସହଯୋଗରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇସାରିଛି । ମାତ୍ର ଲୋକଙ୍କୁ ଭୁଆଁ ବୁଲାଇ ମିଛରେ ପ୍ରଧାନମନ୍ତ୍ରୀ ମୋଦୀ ଜି ଏବଂ ତାଙ୍କ ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।

ମହିଳା ସଂରକ୍ଷଣ ବିଲ ଦୁର୍ନୀତି ନେଇ ବିଜେପିକୁ ପ୍ରଣବ ପ୍ରକାଶ ଦାସଙ୍କ କଡା ସମାଲୋଚନା । ଯାଜପୁରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଣବ କହିଛନ୍ତି, ୨୦୨୩ ମସିହାରୁ ସମସ୍ତ ରାଜନୈତିକ ଦଳ ସହଯୋଗରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇସାରିଛି । ମାତ୍ର ଲୋକଙ୍କୁ ଭୁଆଁ ବୁଲାଇ ମିଛରେ ପ୍ରଧାନମନ୍ତ୍ରୀ ମୋଦୀ ଜି ଏବଂ ତାଙ୍କ ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଗତକାଲି ଯାଜପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଦଶରଥପୁର ବ୍ଲକ ଅହିୟାସଠାରେ ଏକ ମିଶ୍ରଣ ପର୍ବ ଅବସରରେ ଏପରି କହିଥିଲେ ପ୍ରଣବ । ବବି କହିଥିଲେ ବାଲି, ମାଟି, ପଥର ଲୁଟ ପାଇଁ ଯାଜପୁର ଜିଲ୍ଲା ନିନ୍ଦିତ । ଗତ ୨ ବର୍ଷ ମଧ୍ୟରେ ବିଜେପି ଵାଲା ଜିଲ୍ଲାକୁ କେଉଁ ନୂଆ ପ୍ରକଳ୍ପ ଆଣିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ବର୍ତ୍ତମାନ ଯାଜପୁରକୁ ବିଜେପି ଵାଲା ନିନ୍ଦିତ କରୁଛନ୍ତି । ମାଟି, ବାଲି, ପଥର ଲୁଟରେ ସର୍ବାଧିକ ହେଉଛି ।
କୋରେଇରେ ତହସିଲଦାରଙ୍କୁ ଗାଡି ଚଢ଼ାଇଦେବାଠାରୁ ଆରମ୍ଭ କରି ଅତିରିକ୍ତ ଡ଼ିଡ଼ିଏମଙ୍କୁ ଆକ୍ରମଣ ପର୍ୟ୍ୟନ୍ତ ଲୁଟ ପାଇଁ କରାଯାଉଛି । ନିର୍ବାଚନ ସମୟରେ ଲୋକଙ୍କ ଦିଆଯାଇଥିବା ପ୍ରତିଶୃତି କିଛି ପୂରଣ ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ ବବି ଦାସ । ସୁଭଦ୍ରା ଯୋଜନାରେ ମହିଳାଙ୍କ ନାମ କଟା ଯାଉଛି । ଗୋଷ୍ଠୀ ମହିଳାଙ୍କୁ ଲୋନ ମିଳୁନାହିଁ, ଗ୍ୟାସ, ତେଲ ଦର ବୃଦ୍ଧି, ମାଗଣା ବିଜୁଳି ନମିଳିବା, ଭତ୍ତା ଟଙ୍କା ବଢ଼ା ନଯିବା, ୨ ବର୍ଷ ହେବ ଆବାସ ବଣ୍ଟନ ନହେବା ଆଦି ଲୋକଙ୍କ ହଇରାଣ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । କାର୍ଯ୍ୟକ୍ରମରେ ବିଜେପି ବରିଷ୍ଠ ନେତା ଅମୀୟକାନ୍ତ ମଲିକଙ୍କ ଭାଇ ରାମଚନ୍ଦ୍ର ମଲ୍ଲିକ ଟିଟୁ ଜେନା ଓ ବରିଷ୍ଠ ସିପିଆଇ ନେତା ଅଶୋକ ମହାନ୍ତିଙ୍କ ସମେତ ମଲ୍ଲିକାପୁର, କସପା, ତରପଦା, ଛଞ୍ଚିଣା, ଓ ଜୟନ୍ତରା ପଞ୍ଚାୟତର ବିଜେପି ଦଳ ଛାଡ଼ିଥିବା ଶତାଧିକ କର୍ମୀଙ୍କୁ ଦଳୀୟ ବିଜେପିରେ ସାମିଲ ହୋଇଥିଲେ ।






