AK ଓଡ଼ିଶାରେ କଞ୍ଚା କାଜୁର ଅଭାବ । ଯେଉଁଥି ପାଇଁ ଚେନ୍ନାଇ, ମୁମ୍ବାଇ ଓ ବିଶାଖାପାଟଣା ବନ୍ଦର ମାଧ୍ୟମରେ ଦକ୍ଷିଣ ଆଫ୍ରିକା, ତାନଜାନିଆ, କେମିନ ଓ ସେନେଗାଲ ଭଳି ଦେଶରୁ ପ୍ରତି ମାସରେ ପ୍ରାୟ ୮୦୦ ରୁ ୧୦୦୦ ଟନ୍ କଞ୍ଚା କାଜୁ ଗଞ୍ଜାମକୁ ଆସୁଛି । କିଲୋ ପିଛା ୧୪୦ ରୁ ୧୬୦ ଟଙ୍କାରେ କିଣାଯାଉଥିବା କାଜୁକୁ ଚିକିଟି ବ୍ଲକ୍ର ପ୍ରାୟ ୪୦ ରୁ ୫୦ ଜଣ ମହିଳା ପ୍ରକ୍ରିୟାକରଣ କରି ଖାଇବା ଉପଯୋଗୀ କରୁଛନ୍ତି । କାଜୁ ବ୍ୟବସାୟ କରି ନିଜେ ସ୍ୱାବଲମ୍ବୀ ହେବା ସହ ନିଜ ଅଞ୍ଚଳର ଏକାଧିକ ମହିଳାଙ୍କୁ କରିଛନ୍ତି ରୋଜଗାରକ୍ଷମ । ସଫଳ ଉଦ୍ୟୋଗୀ ପାଲଟିଛନ୍ତି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ କିଶୋର ଚନ୍ଦ୍ର ପୁର ଗାଁର ସରୋଜ କୁମାର ପଟ୍ଟନାୟକ । “ମା ମଙ୍ଗଳା କାଜୁ” ନାମରେ ସେ ଏକ ମହିଳା ଗୋଷ୍ଠୀ ଗଠନ କରି ଆଫ୍ରିକୀୟ ଦେଶରୁ କଞ୍ଚା କାଜୁ କିଣି ଆଣୁଛନ୍ତି। ଗାଁର ମହିଳାଙ୍କ ଦ୍ୱାରା ତାକୁ ପ୍ରକ୍ରିୟାକରଣ କରି ଦେଶବିଦେଶକୁ ରପ୍ତାନି କରୁଛନ୍ତି ।

ଓଡ଼ିଶାରେ କଞ୍ଚା କାଜୁର ଅଭାବ । ଯେଉଁଥି ପାଇଁ ଚେନ୍ନାଇ, ମୁମ୍ବାଇ ଓ ବିଶାଖାପାଟଣା ବନ୍ଦର ମାଧ୍ୟମରେ ଦକ୍ଷିଣ ଆଫ୍ରିକା, ତାନଜାନିଆ, କେମିନ ଓ ସେନେଗାଲ ଭଳି ଦେଶରୁ ପ୍ରତି ମାସରେ ପ୍ରାୟ ୮୦୦ ରୁ ୧୦୦୦ ଟନ୍ କଞ୍ଚା କାଜୁ ଗଞ୍ଜାମକୁ ଆସୁଛି । କିଲୋ ପିଛା ୧୪୦ ରୁ ୧୬୦ ଟଙ୍କାରେ କିଣାଯାଉଥିବା କାଜୁକୁ ଚିକିଟି ବ୍ଲକ୍ର ପ୍ରାୟ ୪୦ ରୁ ୫୦ ଜଣ ମହିଳା ପ୍ରକ୍ରିୟାକରଣ କରି ଖାଇବା ଉପଯୋଗୀ କରୁଛନ୍ତି । ଦିନକୁ ୮ ଘଣ୍ଟା କାମ କରି ଏହି ମହିଳାମାନେ ଆଜି ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରିଛନ୍ତି। ଏହାର ମଙ୍ଗ ଧରିଛନ୍ତି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ କିଶୋର ଚନ୍ଦ୍ର ପୁର ଗାଁର ସରୋଜ କୁମାର ପଟ୍ଟନାୟକ । “ମା ମଙ୍ଗଳା କାଜୁ” ନାମରେ ସେ ଏକ ମହିଳା ଗୋଷ୍ଠୀ ଗଠନ କରି କାଜୁ ପ୍ରକ୍ରିୟାକରଣ କରାଇ ନିଜେ ଆତ୍ମନିର୍ଭରଶୀଳ ହେବା ସହ ସ୍ଥାନୀୟ ଅଞ୍ଚଳର କିଛି ମହିଳାଙ୍କୁ ରୋଜଗାରକ୍ଷମ କରିପାରିଛନ୍ତି । କାଜୁ ପ୍ରସ୍ତୁତିର ପ୍ରକ୍ରିୟା ବେଶ୍ ନିଆରା। ପ୍ରଥମେ କଞ୍ଚା କାଜୁକୁ ୭ ମିନିଟ୍ ପର୍ୟ୍ୟନ୍ତ ବାମ୍ଫଦେଇ ସିଝାଯାଏ, ତା’ପରେ ୨୪ ଘଣ୍ଟା ବାହାରେ ରଖି ମେସିନ ସାହାଯ୍ୟରେ ଚୋପା ଛଡ଼ାଯାଏ । ଏହାପରେ ଶୀତତାପ ନିୟନ୍ତ୍ରିତ କୋଠରୀରେ କାଜୁର ସାଇଜ୍ ଅନୁସାରେ ୩୨୦, ୨୪୦, ୨୧୦, ୧୮୦ ଏବଂ ୧୬୦ ଗ୍ରେଡ୍ରେ ପୃଥକ କରାଯାଏ । ମା ମଙ୍ଗଳା କାଜୁର ଚାହିଦା ଏବେ ଗଞ୍ଜାମରୁ ଦିଲ୍ଲୀ, ହରିୟାଣା ଏବଂ ପଞ୍ଜାବ ପର୍ୟ୍ୟନ୍ତ ବଢ଼ିବାରେ ଲାଗିଛି। ବଜାରରେ ଏହାର ମୂଲ୍ୟ କିଲୋ ପିଛା ୪୬୨ ରୁ ୬୧୨ ଟଙ୍କା ପର୍ୟ୍ୟନ୍ତ ରହିଛି । ଯଦି ସ୍ଥାନୀୟ ସ୍ତରରେ ମଧ୍ୟ କାଜୁ ଚାଷକୁ ପ୍ରୋତ୍ସାହନ ମିଳନ୍ତା, ତେବେ ବିଦେଶୀ କାଜୁ ଉପରେ ନିର୍ଭରଶୀଳତା କମିବା ସହ ଓଡ଼ିଶାର ଅର୍ଥନୀତି ଆହୁରି ସୁଦୃଢ଼ ହୁଅନ୍ତା ବୋଲି ସ୍ଥାନୀୟ ଅଞ୍ଚଳବାସୀ ମତ ଦେଇଛନ୍ତି ।






