AK ଖେଡା ଗିରଫଦାରୀରୁ ବର୍ତ୍ତିବାକୁ ତେଲଙ୍ଗାନା ହାଇକୋର୍ଟରୁ ୭ ଦିନିଆ ଟ୍ରାଞ୍ଜିଟ୍ ଆଗୁଆ ଜାମିନ୍ ପାଇଥିଲେ । କିନ୍ତୁ ଆସାମ ପୁଲିସ ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପତ୍ନୀଙ୍କ ନାଁରେ ଅଭିଯୋଗ ସମ୍ପର୍କିତ ମାମଲାରେ ଆଗୁଆ ଜାମିନ୍ ପାଇଁ କଂଗ୍ରେସ ନେତା ପୱନ ଖେଡ଼ା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଗୌହାଟୀ ହାଇକୋର୍ଟ ଖେଡ଼ାଙ୍କୁ ଗିରଫଦାରୀ ନେଇ ଆଗୁଆ ଜାମିନ୍ ଦେବାକୁ ମନା କରିଦେଇଥିଲେ। ଗିରଫଦାରୀ ଗୌହାଟୀ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ଖେଡ଼ା ରବିବାର ସର୍ବୋଚ୍ଚ ନ୍ୟାୟାଳୟରେ ସ୍ବତନ୍ତ୍ର ଲିଭ୍ ପିଟିସନ୍ ଦାଖଲ କରିଛନ୍ତି । ବିଶ୍ବଶର୍ମାଙ୍କ ପତ୍ନୀଙ୍କ ନିକଟରେ ତିନିଟି ଦେଶର ପାସ୍ପୋର୍ଟ ଥିବା ଓ ବିଦେଶରେ କୋଟି କୋଟି ଟଙ୍କାର ବ୍ୟବସାୟ ଥିଲେ ମଧ୍ୟ ବିଶ୍ବଶର୍ମାଙ୍କ ନିର୍ବାଚନୀ ସତ୍ୟପାଠରେ ଏସବୁ ସମ୍ପର୍କରେ ଉଲ୍ଲେଖ ନଥିବା ଖେଡ଼ା ଅଭିଯୋଗ କରିଥିଲେ । ଏହି ଘଟଣା ପରେ ବିଶ୍ବଶର୍ମାଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା ଖେଡ଼ାଙ୍କ ନାଁରେ ଗୁଆହାଟୀ କ୍ରାଇମ ବ୍ରାଞ୍ଚ ପୁଲିସ ଷ୍ଟେସନରେ ବିଏନ୍ଏସ୍ର ବିଭିନ୍ନ ଧାରାରେ ଅପରାଧିକ ମାମଲା ରୁଜୁ କରିଥିଲେ ।

ଆସାମ ପୁଲିସ ଏପ୍ରିଲ ୭ ତାରିଖରେ ଖେଡ଼ାଙ୍କ ଦିଲ୍ଲୀ ବାସଭବନକୁ ଯାଇଥିଲେ ମଧ୍ୟ ସେ ସେଠାରେ ଉପସ୍ଥିତ ନଥିଲେ । ଖେଡା ଗିରଫଦାରୀରୁ ବର୍ତ୍ତିବାକୁ ତେଲଙ୍ଗାନା ହାଇକୋର୍ଟରୁ ୭ ଦିନିଆ ଟ୍ରାଞ୍ଜିଟ୍ ଆଗୁଆ ଜାମିନ୍ ପାଇଥିଲେ । କିନ୍ତୁ ଆସାମ ପୁଲିସ ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ । ଏପ୍ରିଲ ୧୫ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ତେଲଙ୍ଗାନା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଖାରଜ କରିଦେଇଥିଲେ । ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଖେଡ଼ା ଆସାମର ଏକ କୋର୍ଟରେ ଆଗୁଆ ଜାମିନ ଆବେଦନ କରନ୍ତି, ତେବେ ତାଙ୍କର ମଧ୍ୟବର୍ତ୍ତୀକାଳୀନ ଆଦେଶ ତାଙ୍କ ଆବେଦନର ବିଚାରକୁ ପ୍ରଭାବିତ କରିବ ନାହିଁ। ପରେ ଖେଡ଼ା ତାଙ୍କ ଟ୍ରାଞ୍ଜିଟ୍ ଆଗୁଆ ଜାମିନ ଉପରେ ସ୍ଥଗିତାଦେଶ ପ୍ରତ୍ୟାହାର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ କୋର୍ଟ ତାହା ପ୍ରତ୍ୟାଖ୍ୟାନ କରି ତାଙ୍କୁ ଗୌହାଟୀ ହାଇକୋର୍ଟକୁ ଯିବାକୁ କହିଥିଲେ । କିନ୍ତୁ ଗୌହାଟୀ ହାଇକୋର୍ଟ ଖେଡ଼ାଙ୍କୁ ଆଗୁଆ ଜାମିନ୍ ଦେବାକୁ ମନାକରିଦେବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।






