AK ତିନିରଥ ପାଇଁ ୪୨ଟି ତୁମ୍ବର ଆବଶ୍ୟକତା ରହିଛି । ଵର୍ତମାନ ସୁଦ୍ଧା ୪୦ଟି ତୁମ୍ବ ଗଡ଼ କରି କରତି ସେବକମାନେ ତିନିରଥ ଚାଳିକୁ ଯୋଗାଇ ଦେଇଛନ୍ତି । ତିନିରଥର ୩୬ରୁ ଅଧିକ ତୁମ୍ବ କାର୍ୟ୍ୟ ଶେଷ ହେଲାଣି । ପାରମ୍ପରିକ ମାପ ବାଡ଼ିରେ ତୁମ୍ବର ମାପ କରାଯାଇ ତାହାକୁ ଗୋଲେଇ କରି ହାଣି ସାଇଜ କରାଯାଉଛି । ରଥ ସଂହିତା ଅନୁସାରେ ଏହି ସବୁ କାର୍ୟ୍ୟ କରାଯାଉଛି। ତୁମ୍ବ ନିର୍ମାଣ ପରେ ଅର, ପଇ, ଅଖ ତିଆରି ହେବାର ପରମ୍ପରା ରହିଛି ।

ରଥଯତ୍ରା ପାଇଁ ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥନିର୍ମାଣ କାର୍ୟ୍ୟ । ପ୍ରାଥମିକ ପର୍ୟ୍ୟାୟରେ ତିନିରଥର ଚକକୁ ନିୟନ୍ତ୍ରଣ କରୁଥିବା ତୁମ୍ବଗୁଡ଼ିକ କଟାଯାଇ ଗୋଲେଇ କରାଯାଉଛି । ଆଜି ତିନିରଥର ୩୬ରୁ ଅଧିକ ତୁମ୍ବ କାମ ଶେଷ ହୋଇଛି । ସେଥିରୁ ନାହାକା ତୁମ୍ବ ଓ ପଡ଼ିନାହାକା ତୁମ୍ବ କାର୍ୟ୍ୟ ଶେଷ ହୋଇଛି । ତିନିରଥ ପାଇଁ ୪୨ଟି ତୁମ୍ବର ଆବଶ୍ୟକତା ରହିଛି । ଵର୍ତମାନ ସୁଦ୍ଧା ୪୦ଟି ତୁମ୍ବ ଗଡ଼ କରି କରତି ସେବକମାନେ ତିନିରଥ ଚାଳିକୁ ଯୋଗାଇ ଦେଇଛନ୍ତି । ତିନିରଥର ୩୬ରୁ ଅଧିକ ତୁମ୍ବ କାର୍ୟ୍ୟ ଶେଷ ହେଲାଣି । ପାରମ୍ପରିକ ମାପ ବାଡ଼ିରେ ତୁମ୍ବର ମାପ କରାଯାଇ ତାହାକୁ ଗୋଲେଇ କରି ହାଣି ସାଇଜ କରାଯାଉଛି । ରଥ ସଂହିତା ଅନୁସାରେ ଏହି ସବୁ କାର୍ୟ୍ୟ କରାଯାଉଛି । ତୁମ୍ବ ନିର୍ମାଣ ପରେ ଅର, ପଇ, ଅଖ ତିଆରି ହେବାର ପରମ୍ପରା ରହିଛି । ଅନ୍ୟପଟେ ରଥ ନିର୍ମାଣରେ ଲାଗିଥିବା ବିଶ୍ଵକର୍ମା ସେବାୟତ, ଭୋଇ ସେବାୟତ ଓ ଅନ୍ୟାନ୍ୟ ସେବାୟତଙ୍କ ପାଇଁ ଆବଶ୍ୟକ ଉପକରଣ ସହ ଆନୁଷଙ୍ଗିକ ଜିନିଷ ଯୋଗେଇ ଦିଆଯାଇଛି। ସେପଟେ କାଠଗଡ଼ିରେ ସୂତା ବାଡ଼ିଆ କାର୍ୟ୍ୟ ଆରମ୍ଭ ହୋଇଛି । ଆଜି ତିନି ରଥର ମହାରଣାମାନଙ୍କୁ କରତି ସେବକମାନେ ଆଉ ଦୁଇଟି ଲେଖାଁଏ ତୁମ୍ବ ଗଡ଼ ଚିରଟ କରି ଯୋଗାଇଛନ୍ତି । ଆଉ ଦୁଇଟି ତୁମ୍ବ ପାଇଁ କାଠ ଚିରଟ ଜାରୀ ରହିଛି । ରଥକାର୍ୟ୍ୟ ଏବେ ଜୋରସୋରରେ ଚାଲିଛି। ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ କାର୍ୟ୍ୟକୁ ଗୁରୁତ୍ୱର ସହ ନିଆଯାଇଛି ।






