AK ଜାତୀୟ ଶିକ୍ଷା ନୀତିର ସଫଳ ରୂପାୟନ ପାଇଁ ନେଇ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। ଏହା ଜରିଆରେ ଓଡ଼ିଶାକୁ ଭାରତର ଜ୍ଞାନର ପେଣ୍ଠସ୍ଥଳୀ କରିବାକୁ ନକ୍ସା ଆଙ୍କିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୨ ଦିନିଆ ଜାତୀୟ କର୍ମଶାଳାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଯୁବପିଢିଙ୍କ ଉଜ୍ଜଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷା କ୍ଷେତ୍ର ପାଇଁ ୪୧ ହଜାର କୋଟିର ବଜେଟ୍ ବ୍ୟୟବରାଦ କରିଛନ୍ତି ସରକାର । ଭୁବନେଶ୍ବର ଲୋକସେବା ଭବନରେ ଆୟୋଜିତ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ବୟନ କର୍ମଶାଳାରେ ଯୋଗ ଦେଇ ଶିକ୍ଷାକ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନର ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଶିକ୍ଷା କ୍ଷେତ୍ରରେ ଥିବା ଜଡତାକୁ ଦୂର କରିବାକୁ ବାଟ ଦେଖାଇବ ଜାତୀୟ ଶିକ୍ଷା ନୀତି। ଭାରତକୁ ତ ଏହା ବିଶ୍ବର ନଲେଜ କ୍ୟାପିଟାଲ ଭାବେ ଗଢିତୋଳିବ। ହେଲେ ଓଡ଼ିଶା ବି କିଛି କମ ଲାଭ ପାଇବନି। ଦକ୍ଷତା ଓ ସୁଯୋଗକୁ ଉପଯୋଗ କଲେ ଓଡ଼ିଶା ପାଲଟିବ ଭାରତର ଜ୍ଞାନର ପେଣ୍ଠସ୍ଥଳୀ। କିଛି ଏଭଳି ଆଶା ଓ ଭରସା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜାତୀୟ ଶିକ୍ଷା ନୀତିର ସଫଳ ରୂପାୟନ ପାଇଁ ନେଇ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। ଏହା ଜରିଆରେ ଓଡ଼ିଶାକୁ ଭାରତର ଜ୍ଞାନର ପେଣ୍ଠସ୍ଥଳୀ କରିବାକୁ ନକ୍ସା ଆଙ୍କିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୨ ଦିନିଆ ଜାତୀୟ କର୍ମଶାଳାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଯୁବପିଢିଙ୍କ ଉଜ୍ଜଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷା କ୍ଷେତ୍ର ପାଇଁ ୪୧ ହଜାର କୋଟିର ବଜେଟ୍ ବ୍ୟୟବରାଦ କରିଛନ୍ତି ସରକାର। ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ଥିବା ଶୈକ୍ଷିକ ପାର୍ଥକ୍ୟକୁ ଦୂର କରିବାକୁ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଜନ୍ମ ନେଇଛି। ଓଡ଼ିଆ ଅସ୍ମିତାର ଗୁରୁତ୍ବକୁ ଉପଲବ୍ଧି କରି ବୈଷୟିକ ଏବଂ ଉଚ୍ଚଶିକ୍ଷା ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଚଳନ ପାଇଁ ରାଜ୍ୟ ସରକାର ଇଗ୍ନୋ ସହ ଚୁକ୍ତି କରିଛନ୍ତି। ଏହାସହ ଉଚ୍ଚଶିକ୍ଷା ବିଭାଗର କାର୍ୟ୍ୟରତ ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ସୁରକ୍ଷା ପାଇଁ ଆରମ୍ଭ ହୋଇଛି ଶକ୍ତିଶ୍ରୀ ଆପ୍। ପୂର୍ବ ସରକାରଙ୍କୁ ଟାର୍ଗେଟ କରିବା ସହ ଜାତୀୟ ଶିକ୍ଷା ନୀତି ୨୦୨୦ ଦ୍ୱାରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା କହିଛନ୍ତି ମୋହନ ମାଝୀ।
କର୍ମଶାଳାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ୨୦୩୬ ଓଡ଼ିଶା ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ଏହି ଅବଧିରେ ଜାତୀୟ ହାରକୁ ଟପିବ ଓଡ଼ିଶାର ଶିକ୍ଷା ନାମଲେଖା ହାର। ଓଡ଼ିଶାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମ ତିଆରି କରିବାକୁ କୁଳପତିଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଅନୁଦାନ ପାଉଥିବା ବିଶ୍ୱବିଦ୍ୟାଳୟ ଭବନ ନୁହେଁ, ଭାବନା ତିଆରି କରନ୍ତୁ। ଉଚ୍ଚଶିକ୍ଷାମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଶିକ୍ଷାର ମାନକୁ ସୁଧାରିବାକୁ ସରକାର ୧୪ଟି ବିଶ୍ୱବିଦ୍ୟାଳୟରେ ନୂତନ କୂଳପତି ନିଯୁକ୍ତ କରିଛନ୍ତି। ଆଗକୁ ଅଧ୍ୟାପକ ନିଯୁକ୍ତି ମଧ୍ୟ ଶେଷ ହେବ। ଜାତୀୟ ଶିକ୍ଷା ନୀତି ଦେଶରେ ଓଡ଼ିଶାକୁ ଅଗ୍ରଣୀଙ୍କ ଠାରୁ ଆଗରେ ରଖିବ।






