ବୁଗୁଡ଼ା :ରାଜ୍ୟ ସରକାର ୨୪ ଘଣ୍ଟିଆ ବିଜୁଳି ଯୋଗାଣ ର ଡିଣ୍ଡିମ ପିଟୁଥିବା ବେଳେ ଟାଟା ପାୱାର ର ଅଘୋଷିତ ବିଦ୍ୟୁତ୍ କାଟ ଘଟଣା ବୁଗୁଡ଼ା ଅଞ୍ଚଳବାସୀ ଙ୍କ ପାଇଁ ପରିହାସ ସଦୃସ ହୋଇଛି। ମେଘ ଆସିଲେ କିମ୍ବା ସାମାନ୍ୟ ପବନ ହେଲେ ବିଦ୍ୟୁତ୍ ଯୋଗାଣ ଠପ୍ ହୋଇଯିବା ଅଞ୍ଚଳ ବାସୀ ଙ୍କ ପାଇଁ ସାଧାରଣ ଘଟଣା ପାଲଟିଥିବା ବେଳେ ବିନା ମେଘ ପବନ ରେ ମଧ୍ୟ ଘଣ୍ଟା ଘଣ୍ଟା ବିଦ୍ୟୁତ୍
କାଟ ଯୋଗୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ରେ ଲୋକେ ଛଟ ପଟ ହେଉଥିବାବେଳେ ଦୀର୍ଘ ସମୟ ଧରି ବିଦ୍ୟୁତ୍ କାଟ ଲୋକ ଙ୍କ ପାଇଁ ବୋଝ ଉପରେ ନଳିତା ମାଡ଼ ଭଳି ହେଉଛି ।
ଏନେଇ ବାରମ୍ବାର ଅଭିଯୋଗ ଏବଂ ଖବର ପ୍ରକାଶ ପାଇଲେ ମଧ୍ୟ ବିଦ୍ୟୁତ୍ ବିଭାଗ ର ଖାତିରି ନହିଁ। ବିଶେଷ କରି ବୁଗୁଡ଼ା ସହର ର ପ୍ରେମ ଚାନ୍ଦ୍ ନଗର, ମହୁଲିଆ ତୋଟା ସହି, ବୁଦ୍ଧଖୋଲ ରୋଡ, ଅନ୍ନପୂର୍ଣ୍ଣା ନଗର ଅଞ୍ଚଳ ରେ ଦୀର୍ଘ ୪ ମାସ ଧରି ବିଦ୍ୟୁତ୍ ସମସ୍ୟା ଉତ୍କଟ ରୂପ ଧାରଣା କରିଥିବା ବେଳେ ଗତ ଗୁରୁବାର ରାତି ରେ ଲୋକେ ପୁରୁଣା ଷ୍ଟେଟ ବ୍ୟାଙ୍କ ସମ୍ମୁଖ ମୁଖ୍ୟ ସଡ଼କ ରେ ଗଛ ଡାଳ ପକାଇ ଓ ଟାୟାର ଜାଳି ପ୍ରତିବାଦ କରିଥିଲେ ଯାହା ଫଳ ରେ ରାସ୍ତା ଜାମ୍ ଯୋଗୁ ଯାନ ବାହନ ଚଳାଚଳ ସମ୍ପୂର୍ଣ ଠପ୍
ହୋଇ ଯାଇଥିଲା। ଖବର ପାଇ ଘଟଣା ସ୍ଥଳ ରେ ବୁଗୁଡ଼ା ପୋଲିସ ପହଞ୍ଚି ଆରୋଧ କରି ଙ୍କୁ ବୁଝା ସୁଝା କରିଥିଲା। ପରିସ୍ଥିତି ଜଟିଳ ହେବାରୁ ଘଟଣା ସ୍ଥଳ ରେ ଭଞ୍ଜନଗର ଏସଡିପିଓ ପହଞ୍ଚିଲେ।ବିଦ୍ୟୁତ୍ ବିଭାଗୀୟ ଜେଇ ଘଟଣା ସ୍ଥଳ କୁ ଡାକ ଯାଇଛି ଥିଲା।
ରାତି ପ୍ରାୟ ଦୁଇଟା ବେଳକୁ ନୁଆଁ କେବୁଲ୍ ପକାଯାଇଥିବା ବେଳେ ୩ ଟା ବେଳକୁ ବିଦ୍ୟୁତ୍ ଯୋଗାଣ ଠିକ୍ ଠାକ୍ ହେବ ପରେଲୋକେ ଘର କୁ ଫେରି ଥିଲେ । ପ୍ରକାଶ ଯୋଗ୍ୟ ଯେ ଏଭଳି ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁ ବୁଗୁଡ଼ା ସହର ର ଅନେକ ସାହି ରେ ଜଳ ଯୋଗାଣ ରେ ସମସ୍ୟା ଏବଂ ଅନେକ ବ୍ଯବଶାୟିକ ପ୍ରତିଷ୍ଠାନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ।
ଆଶିଷ କୁମାର ଖାଡ଼ଙ୍ଗା






