AK ପିଲାଟି ଦିନରୁ ଲାଳନ ପାଳନ କରି ଛୋଟରୁ ବଡ଼ କରିଥିବା ଝିଆରୀ ଓ ପୁତୁରା ସାଜିଲେ ଦାଦାର ହତ୍ୟାକାରୀ । ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟନାରାୟଣପୁରର ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ତାଙ୍କ ଝିଆରୀ ଓ ପୁତୁରା ହତ୍ୟା ମାମଲା ପରେ ଏଭଳି ଘଟଣା ପଦାକୁ ଆସିଛି । ଏହି ମାମଲାରେ ପୁଲିସ ସୁଧୀରଙ୍କ ଝିଆରୀ ନିବେଦିତା ପାତ୍ର ଓ ପୁତୁରା ତୁଷାର ପାତ୍ରଙ୍କ ସମେତ ୯ଜଣଙ୍କୁ ଗିରଫ କରିଛି । ତେବେ ସୁଧୀରଙ୍କୁ ହତ୍ୟାକାଣ୍ଡ ପଛରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ନିବେଦିତା ଓ ତୁଷାର ଥିବା ଜାଣିବା ପରେ ସୁଧୀରଙ୍କ ସମ୍ପର୍କୀୟଙ୍କ ପାଦ ତଳୁ ମାଟି ଖସିଯାଇଛି । ସୁଧୀର ପାତ୍ରଙ୍କୁ ହତ୍ୟା ପଛରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ ତାଙ୍କ ପୁତୁରା ଓ ଝିଆରୀ । ଏଭଳି ଖବର ସୁଧୀରଙ୍କ ପରିବାର ଲୋକେ ଜାଣିବା ପରେ ଆଶ୍ଚର୍ୟ୍ୟ ହୋଇପଡ଼ିଛନ୍ତି । ତେଣୁ ନିବେଦିତା ଓ ତୁଷାରଙ୍କୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି ସୁଧୀରଙ୍କ ସମ୍ପର୍କୀୟ । ସେପଟେ ସୁଧୀରଙ୍କ ମୃତଦେହ ମିଳୁମିଳୁ କିଭଳି ଅଭିଯୁକ୍ତମାନଙ୍କୁ ଠିଆ କରି ସାମ୍ବାଦିକ ସମ୍ମିଳନୀ କରିଛି ପୁଲିସ । ଏଭଳି ଅନେକ ଅସମାହିତ ପ୍ରଶ୍ନ ପଚାରିଛନ୍ତି ସୁଧୀରଙ୍କ ସମ୍ପର୍କୀୟ। ସେପଟେ ଖୁବଶୀଘ୍ର ବ୍ରହ୍ମପୁର ଜେଲରେ ସମସ୍ତ ଅଭିଯୁକ୍ତଙ୍କ ଟିଆଇ ପରେଡ ହେବ । ଏହାସହ ଆସନ୍ତାକାଲି ୯ଜଣଙ୍କ ମଧ୍ୟରୁ ୫ଜଣଙ୍କୁ ପୁଲିସ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି ।

ପିଲାଟି ଦିନରୁ ଲାଳନ ପାଳନ କରି ଛୋଟରୁ ବଡ଼ କରିଥିବା ଝିଆରୀ ଓ ପୁତୁରା ସାଜିଲେ ଦାଦାର ହତ୍ୟାକାରୀ ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟନାରାୟଣପୁରର ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ତାଙ୍କ ଝିଆରୀ ଓ ପୁତୁରା ହତ୍ୟା ମାମଲା ପରେ ଏଭଳି ଘଟଣା ପଦାକୁ ଆସିଛି । ଏହି ମାମଲାରେ ପୁଲିସ ସୁଧୀରଙ୍କ ଝିଆରୀ ନିବେଦିତା ପାତ୍ର ଓ ପୁତୁରା ତୁଷାର ପାତ୍ରଙ୍କ ସମେତ ୯ଜଣଙ୍କୁ ଗିରଫ କରିଛି । ତେବେ ସୁଧୀରଙ୍କୁ ହତ୍ୟାକାଣ୍ଡ ପଛରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ନିବେଦିତା ଓ ତୁଷାର ଥିବା ଜାଣିବା ପରେ ସୁଧୀରଙ୍କ ସମ୍ପର୍କୀୟଙ୍କ ପାଦ ତଳୁ ମାଟି ଖସିଯାଇଛି । ସୁଧୀରଙ୍କ ଘରେ ହିଁ ତାଙ୍କର ଶତ୍ରୁ ଥିଲେ ବୋଲି ସେମାନେ ଜାଣିନଥିଲେ । ଏତେ ଛୋଟ ବୟସରେ ଝିଆରୀ ଓ ପୁତୁରା ଦାଦାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିବେ କେହି ସ୍ବପ୍ନରେ ସୁଦ୍ଧା ମଧ୍ୟ ଭାବିନଥିଲେ। ଏଭଳି ଜଘନ୍ୟ ଅପରାଧ ପାଇଁ ନିବେଦିତା ଓ ତୁଷାରଙ୍କୁ ଫାସି ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ସୁଧୀରଙ୍କ ଦାଦା । ହତ୍ୟାକାଣ୍ଡକୁ ନେଇ ସୁଧୀରଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ବାସିନ୍ଦା ପୁଲିସ ଉପରେ ଅଙ୍ଗୁଳି ଉଠାଇଛନ୍ତି । ସୁଧୀରଙ୍କୁ ଗତ ୧୫ତାରିଖ ଦିନ ଅପହରଣ କରାଯାଇଥିଲା । ହେଲେ କିଭଳି ପୁଲିସର ୭ଟି ଟିମ୍ କିଛି ସୁରାକ ପାଇପାରିନଥିଲେ । ସେପଟେ ଗତ ୨୨ତାରିଖରେ ସୁଧୀରଙ୍କ ଗଳିତ ମୃତଦେହ ସୋରଡ଼ାରୁ ମିଳିବା ପରେ ୨୩ ତାରିଖରେ ୯ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ପୁଲିସ ସାମ୍ବାଦିକ ସମ୍ମିଳନୀରେ ଠିଆ କରାଇଦେଲା। ଗୋଟିଏ ଦିନରେ କ’ଣ ୯ଜଣ ଅଭିଯୁକ୍ତଙ୍କୁ ପୁଲିସ ଧରିଦେଲା କି ? ନା ଅଭିଯୁକ୍ତମାନଙ୍କୁ ପୂର୍ବରୁ ଧରି ପୁଲିସ ସୁଧୀରଙ୍କ ଗଳିତ ମୃତଦେହ ଠାବ କରିବା ପାଇଁ ଅପେକ୍ଷା କରିଥିଲା ? ଯଦି ଅଭିଯୁକ୍ତଙ୍କୁ ପୂର୍ବରୁ ଧରିଥିଲା ତେବେ କାହିଁକି ସୁଧୀରଙ୍କୁ ଜୀବିତ ଅବସ୍ଥାରେ ଠାବ କରିପାରିଲା ନାହିଁ ? ବୋଲି ପ୍ରଶ୍ନ କରିଛନ୍ତି ସୁଧୀରଙ୍କ ସମ୍ପର୍କୀୟ ଭାଇ ।






