AK ଜାଳିଦେଲେ ଗୋରୁ ଚାଲଣ କରୁଥିବା ଗାଡ଼ି । ଗୋରୁଙ୍କୁ ନେଇ ଯାଉଥିବା ଏକ ଓମିନି ଭ୍ୟାନକୁ ଜାଳିଦଇଛନ୍ତି ଲୋକେ । ଭଦ୍ରକ ସାବରଙ୍ଗ ଥାନା ନିକଟ ବରାଙ୍ଗ ଛକ ନିକଟରେ ବେଆଇନ ଭାବେ ଚାଲାଣ ହେଉଥିବା ଓମିନି ଗାଡ଼ିକୁ ନିଆଁ ଲଗାଇଲେ ଲୋକ ।

୬ ଗୋରୁ ଉଦ୍ଧାର । ସାବରଙ୍ଗ ପୁଲିସର ତଦନ୍ତ । ବେଆଇନ ଭାବେ ସାବରଙ୍ଗରୁ ଗୋରୁଙ୍କୁ ନେଇ ଭଦ୍ରକ ମିର୍ଜାପୁର ଆସୁଥିବା ବେଳେ ସ୍ଥାନୀୟ ଲୋକେ ଅଟକାଇଥିଲେ । ପରେ ଗୋରଙ୍କୁ ଗାଡ଼ିରୁ ବାହାର କରିବା ପରେ ନିଆଁ ଲଗାଇଦେଇଥିଲେ ଲୋକେ ।






