AK ବିଜେତା ଦଳ ୫୦ ନିୟୁତ ଡଲାର ପାଇବ। ଗତଥରଠାରୁ ଯାହା ୮ ନିୟୁତ ଡଲାର ଅଧିକ। ପୁଣି ଫିଫା ମଧ୍ୟ ୪୮ଟି ଯାକ ଅଂଶଗ୍ରହଣକାରୀ ଦଳର ପଦାର୍ପଣ ପାଉଣାରେ ଯଥେଷ୍ଟ ବୃଦ୍ଧି କରିଛି। ବିଶ୍ବକପ୍ ପ୍ରସ୍ତୁତି ଲାଗି ଦଳଗୁଡ଼ିକୁ ଅତିରିକ୍ତ ୫୦୦ ନିୟୁଲ ଡଲାର ପ୍ରଦାନ କରାଯାଇଛି । ବିଶ୍ବ ଫୁଟ୍ବଲ୍ର ସର୍ବବୃହତ୍ ମହାକୁମ୍ଭ ‘ଫିଫା ବିଶ୍ବକପ୍-୨୦୨୬’ର ସିଧା ପ୍ରସାରଣ ଭାରତରେ ଆଦୗ ହୋଇ ନପାରେ। କେବଳ ଭାରତ ନୁହେଁ ଚୀନ, ମାଲେସିଆ, ଭିଏତନାମ ଓ ଶ୍ରୀଲଙ୍କାର ଫୁଟ୍ବଲ୍ପ୍ରେମୀ ମଧ୍ୟ ଟେଲିଭିଜନ୍ ପରଦା କିମ୍ବା ଅନ୍ଲାଇନ୍ରେ ବିଶ୍ବକପ୍ ଦେଖିବାର ସୁଯୋଗ ପାଇ ନପାରନ୍ତି। କାରଣ ବିଶ୍ବକପ୍ ଆରମ୍ଭ ହେବାକୁ ଆଉ ମାତ୍ର ଦୁଇ ମାସର କମ୍ ଦିନ ବାକି ଥିଲା ବେଳେ ଭାରତ ସମେତ ଏହି ସବୁ ଦେଶରେ ବିଶ୍ବକପ୍ ପ୍ରସାରଣ ଅଧିକାର କୌଣସି ଟେଲିଭିଜନ୍ ଚ୍ୟାନେଲ କିଣି ନାହାନ୍ତି କିମ୍ବା କିଣିବାର ଅଗ୍ରହ ବି ପରିପ୍ରକାଶ କରି ନାହାନ୍ତି।

ବିଶ୍ବର ଦୁଇ ଜନବହୁଳ ରାଷ୍ଟ୍ର ଭାରତ ଓ ଚୀନରେ ବିଶ୍ବକପ୍ର ପ୍ରସାରଣକୁ ନେଇ ସୃଷ୍ଟି ହୋଇଥିବା ଏହି ଆଶଙ୍କା ଫୁଟ୍ବଲ୍ପ୍ରେମୀଙ୍କୁ ବ୍ୟଥିିତ କରିଛି । ସୂଚନା ଅନୁସାରେ ଫିଫା ଭାରତରେ ଆଗାମୀ ଦୁଇଟି ବିଶ୍ବକପ୍ ସହ ୨୦୨୭ ମହିଳା ବିଶ୍ବକପ୍ ଲାଗି ପ୍ରସାରଣ ଅଧିକାର ବିକ୍ରି ପ୍ରକ୍ରିୟା ଗତବର୍ଷ ଜୁଲାଇ ମାସରେ ଆରମ୍ଭ କରିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିଲାଗି ୧୦୦ନିୟୁତ ଡଲାରର ମୂଳ ଦର ରଖା ଯାଇଥିଲା। ତେବେ ଭାରତରେ ଫୁଟ୍ବଲ୍ ଦର୍ଶକଙ୍କ ସଂଖ୍ୟା ସେତେଟା ଉତ୍ସାହଜନକ ନଥିବାରୁ କୌଣସି କଂପାନି ଏହାକୁ କିଣିବାକୁ ଅଗ୍ରହ ଦେଖାଇ ନଥିଲେ। ବାଧ୍ୟହୋଇ ଫାଫା ତା’ର ଦରକୁ ଯଥେଷ୍ଟ କମାଇ ଦେଇ ମାତ୍ର ୩୫ ନିୟୁତ ଡଲାର ରଖିଥିଲା। ତଥାପି ଏବେସୁଦ୍ଧା ଏଥିନେଇ କୌଣସି କଂପାନି ବିଡ୍ ଦାଖଲ କରି ନଥିବା ଜଣାପଡ଼ିଛି। ୟୁରୋ କପ୍ ଏବଂ ୟୁଫା ପ୍ରତିଯୋଗିତାର ପ୍ରସାରଣ ଅଧିକାର କିଣିଥିବା ସୋନି ପିକ୍ଚର୍ସ ନେଟୱର୍କ ଇଣ୍ଡିଆ ଟଙ୍କାର ନିୟମିତ ମୂଲ୍ୟ ହ୍ରାସ ପାଇଁ ଫିଫା ବିଶ୍ବକପ୍ ପ୍ରସାରଣ ଅଧିକାର କିଣିବାଠାରୁ ଦୂରେଇ ରହିଛି।ଜିଓ-ହଟଷ୍ଟାର୍ ମଧ୍ୟ ବିଶ୍ବକପ୍ ପ୍ରସାରଣ ଅଧିକାର କିଣିବା ସପକ୍ଷରେ ନାହିଁ। ଭାରତର ଫୁଟ୍ବଲ୍ ବଜାର ତୁଳନାତ୍ମକ ଭାବେ ଛୋଟିଆ ଥିବାରୁ ଏତେ ଟଙ୍କା ଦେଇ ପ୍ରସାରଣ ଅଧିକାର କିଣିବା ଏବଂ ସେଥିରୁ ଲାଭ କରିବା ଲାଗି ଆବଶ୍ୟକ ରାଜସ୍ବ ସଂଗ୍ରହ କରିବା ଅତ୍ୟନ୍ତ କଷ୍ଟକର ହେବ ବୋଲି ବଜାର ବିଶେଷଜ୍ଞମାନେ ବି ମତ ପୋଷଣ କରିଛନ୍ତି। ତା’ ଛଡ଼ା ବିଶ୍ବକପ୍ର ଅଧିକାଂଶ ମ୍ୟାଚ୍ଗୁଡ଼ିକ ରାତି ୧୨ଟା ପରେ ଆରମ୍ଭ ହେବା ମଧ୍ୟ ଭାରତୀୟ କଂପାନିଗୁଡ଼ିକ ଏଥିପ୍ରତି ଆଗ୍ରହ ନଦେଖାଇବାର ଅନ୍ୟତମ କାରଣ ବୋଲି କୁହାଯାଉଛି।
୧ଲକ୍ଷରୁ ଅଧିକ କୋଟି ଟଙ୍କାର ରାଜସ୍ବ ଲକ୍ଷ୍ୟ
ଜୁନ୍ ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଫିଫା ଫୁଟ୍ବଲ୍ ବିଶ୍ବକପ୍ର ସିଧା ପ୍ରସାରଣ ଅଧିକାର ଏପର୍ଯ୍ୟନ୍ତ ଅନେକ ଦେଶରେ ବିକ୍ରି ହୋଇନାହିଁ। ତଥାପି ଫିଫା ଏଥରର ବିଶ୍ବକପ୍ରୁ ସର୍ବାଧିକ ରାଜସ୍ବ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ଫିଫା ଦେଇଥିବା ସୂଚନା ଅନୁସାରେ ଏଥରର ବିଶ୍ବକପ୍ରୁ ୧୧ ବିଲିୟନ ଡଲାର ବା ପାଖାପାଖି ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଜସ୍ବ ମିଳିବ। ସେଥିଲାଗି ମୋଟ ୬୬୫ ନିୟୁତ ଡଲାର ପୁରସ୍କାର ରାଶି ପ୍ରଦାନ କରାଯିବ। ବିଜେତା ଦଳ ୫୦ ନିୟୁତ ଡଲାର ପାଇବ। ଗତଥରଠାରୁ ଯାହା ୮ ନିୟୁତ ଡଲାର ଅଧିକ। ପୁଣି ଫିଫା ମଧ୍ୟ ୪୮ଟି ଯାକ ଅଂଶଗ୍ରହଣକାରୀ ଦଳର ପଦାର୍ପଣ ପାଉଣାରେ ଯଥେଷ୍ଟ ବୃଦ୍ଧି କରିଛି। ବିଶ୍ବକପ୍ ପ୍ରସ୍ତୁତି ଲାଗି ଦଳଗୁଡ଼ିକୁ ଅତିରିକ୍ତ ୫୦୦ ନିୟୁଲ ଡଲାର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ମେକ୍ସିକୋ, କାନାଡା ଓ ଆମେରିକାରେ ଖେଳାଯିବାକୁ ଥିବା ବିଶ୍ବକପ୍ରେ ମୋଟ ୧୦୪ ମ୍ୟ୍ୟାଚ୍ ଖେଳାଯିବ। ଏହା ଜୁନ୍ ୧୧ରୁ ଆରମ୍ଭ ହୋଇ ଜୁଲାଇ ୧୯ରେ ସରିବ।
ବ୍ୟୁରୋ ରିପୋର୍ଟ ଆପଣଙ୍କ ଖବର






