AK ଭିଜିଲାନ୍ସ ଜାଲରେ ମାଲକାନଗିରି ସମବାୟ ବ୍ୟାଙ୍କ ମ୍ୟାନେଜର । ୧ କୋଟି ୮ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ସୁଧାଂଶୁ ଖରାଙ୍କୁ ବାନ୍ଧିଲା ଭିଜିଲାନ୍ସ । ସେପଟେ ୨ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ରାଜକନିକା ଥାନା ଏଏସଆଇ । ଭିଜିଲାନ୍ସ ଜାଲରେ ସମବାୟ ବ୍ୟାଙ୍କ ମ୍ୟାନେଜର । ମାଲକାନଗିରି କେସିସି ବ୍ୟାଙ୍ଗ ମ୍ୟାନେଜର ସୁଧାଂଶୁ ଖରାଙ୍କୁ ଗିରଫ କରିଛି ଭିଜିଲାନ୍ସ । ୧ କୋଟି ୮ ଲକ୍ଷ ୭୫ ହଜାର ଟଙ୍କା ଆତ୍ମସାତ ଅଭିଯୋଗ ରହିଛି ସୁଧାଂଶୁ ଖରାଙ୍କ ବିରୋଧରେ ।

୫ଟି ଲ୍ୟାମ୍ପସ ଚାଷୀଙ୍କ ଋଣ ପରିଶୋଧ ଟଙ୍କା ମାଲକାନଗିରି କେସିସି ବ୍ୟାଙ୍କରୁ ଆତ୍ମସାତ କରିଥିଲେ ବ୍ରାଞ୍ଚ ମ୍ୟାନେଜର ସୁଧାଂଶୁ ଖରା । ବାରମ୍ବାର ଅଭିଯୋଗ ପରେ ସେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଏ. ଏସ. ଆଇ ପ୍ରଶାନ୍ତ କୁମାର ପ୍ରଧନ ଏକ ଜାଗାବାଡି ମାମଲାର ରିପୋର୍ଟ ଦେବା ଲାଗି ଲିଲିମା ବାରିକଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଲିଲିମା ବାରିକ ଜାଗାବାଡି ମାମଲାରେ ଉପଜିଲ୍ଲାପାଳଙ୍କ ନିକଟରେ ଏକ ମାମଲା କରଥିଲେ । ଏହି ମାମଲାର ତଦନ୍ତ ରିପୋର୍ଟ ଦେବା ଲାଗି ଏଏସଆଇ ପ୍ରଶାନ୍ତ କୁମାର ପ୍ରଧାନ ତାଙ୍କୁ ଲାଞ୍ଚ ମାଗିଥିଲେ। ଲିଲିମା ବାରିକ ଏହାପରେ କେନ୍ଦ୍ରାପଡ଼ା ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଭିଜିଲାନ୍ସ ଡିଏସ ପି ଭାଗ୍ୟଲକ୍ଷ୍ମୀ କୁଆଣଙ୍କ ନେତୃତ୍ୱରେ ଏକ ଟିମ୍ ଜଗି ରହିଥିଲା। ଲିଲିମା ବାରିକଙ୍କ ଠାରୁ ଥାନା ପରିସରରେ ଏ. ଏସ. ଆଇ ପ୍ରଶାନ୍ତ ପ୍ରଧାନ ଦୁଇ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ ।






