ଏ.କେ ବ୍ୟୁରୋ : ଭିତର ରତ୍ନ ଭଣ୍ଡାରର ରତ୍ନ ଅଳଙ୍କାର ଗଣତି ପାଇଁ ଶ୍ରୀମନ୍ଦିର ଭିତରକୁ ଗଲା ଟିମ୍ । ଏକାଦଶ ଦିନରେ ଆଜି ହେବ ରତ୍ନ ଅଳଙ୍କାର ଗଣତି ମଣତି । ତଥା ଷଷ୍ଠ ଦିନରେ ଭିତର ଭଣ୍ଡାରର ହେବ ଗଣତି ପ୍ରକ୍ରିୟା । ତଥା ଷଷ୍ଠ ଦିନରେ ଭିତର ଭଣ୍ଡାରର ହେବ ଗଣତି ପ୍ରକ୍ରିୟା । ମାର୍ଗ ଦର୍ଶିକା ଅନୁଯାୟୀ ମଧ୍ୟାହ୍ନ ଧୂପ ପରେ ଖୋଲିବ ରତ୍ନ ଭଣ୍ଡାର ଦ୍ୱାର। ପ୍ରାୟ ୩ ଟା ୪୦ ପାଖାପାଖି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ରତ୍ନ ଭଣ୍ଡାର ତଦାରଖ କମିଟି ସଦସ୍ୟ ।

ତେବେ ଭିତର କାଠ ଦର୍ଶନ ବନ୍ଦ୍ ରହୁଥିବା ବେଳେ ବାହାର କାଠରୁ ଦର୍ଶନ ସାନିଧ୍ୟ ନେଇଛନ୍ତି ଭକ୍ତ । ଚଳିତ ମାସରେ ୯ ଦିନ ଧରି ଚାଲିବ ଗଣତି କାର୍ଯ୍ୟ । ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ହେବ ଗଣତି କାର୍ଯ୍ୟ । ମେ ୧୧, ୧୨, ୧୯, ୨୧, ୨୩, ୨୬, ୨୮, ୨୯ ଏବଂ ୩୦ ତାରିଖ ଯାଏଁ ଚାଲିବ ଗଣତି କାର୍ଯ୍ୟ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ଏ ନେଇ ସୂଚନା ଦେଇଛନ୍ତି । ରତ୍ନ ଭଣ୍ଡାର ଗଣତି କାର୍ଯ୍ୟ ଚତୁର୍ଥ ଭଣ୍ଡାରରେ ଗତକାଲି ଓ ଆଜି ଦୁଇ ଦିନ ଧରି ରତ୍ନ ଅଳଙ୍କାର ଗଣତି ଜାରି ରହିବ । ପୁଣି ଥରେ ୧୯ ରେ ହେବ ଗଣତି।ମଧ୍ୟାହ୍ନ ଧୂପ ପରେ ଆଜି ଭିତର ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଛି । ଏହା ସନ୍ଧ୍ୟା ଧୂପ ଶେଷ ପର୍ୟ୍ୟନ୍ତ ଚାଲିବ ।ଗଣତି ସମୟରେ ବନ୍ଦ ରହିଛି ଭିତର କାଠ ଦର୍ଶନ । ପୂର୍ବରୁ ବାହାର ଚନ୍ଦନ ଯାତ୍ରା ନୀତି ଯୋଗୁଁ ଭିତର ଭଣ୍ଡାର ରତ୍ନ ଅଳଙ୍କାର ଗଣତି ସାମୟିକ ଭାବରେ ବନ୍ଦ ରହିଥିଲା। ପୂର୍ବରୁ ମୋଟ ୯ ଦିନର ଗଣତିରେ ପ୍ରାୟ ୫୭ ଘଣ୍ଟା ୮ ମିନିଟ୍ ର ଗଣତି ହୋଇଥିଲା । ଭିତରେ ଭଣ୍ଡାରରେ ୪ ଦିନରେ ଗଣତିରେ ପ୍ରାୟ ୧୨୦ ରୁ ଉର୍ଦ୍ଧ୍ବ ରତ୍ନ ଅଳଙ୍କାର ର ଗଣତି କାର୍ୟ୍ୟ ହୋଇଥିଲା । ତେବେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ଗତ ୨୫ ମାର୍ଚ୍ଚ ଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ୟ୍ୟ ଆରମ୍ଭ ହୋଇଛି ।ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟରେ ବୈଠକ ପରେ ଟିମ୍ ଯିବ ଟିମ ଗଣତି ମଣତି ପାଇଁ ଯାଇଥିଲା ।






