AK କେବଳ ଭୁବନେଶ୍ୱର ନୁହେଁ କଟକ ରେଭେନ୍ସା ନିକଟରେ ବି ଅନ୍ୟ ଏକ ଆମ ବସ୍ ଦୁର୍ଘଟଣା ଘଟାଇଛି । କଲେଜ ଛକ ନିକଟରେ ଏକ କାରକୁ ପିଟିଛି ଆମ ବସ୍ । ଅଳ୍ପକେ କାର ଚାଳକ ଓ ଭିତରେ ବସିଥିବା ଜଣେ ଯୁବକଙ୍କ ଜୀବନ ବଞ୍ଚି ଯାଇଛି । ଏନେଇ ମାଲଗୋଦାମ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ବସ୍ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୁଣି ରାଜଧାନୀରେ ଜୀବନ ନେଇଛି ଆମ ବସ୍, ବ୍ୟସ୍ତବହୁଳ ପଳାଶୁଣୀ ଛକରେ ଜଣେ ବାଇକ ଚାଳକଙ୍କ ଉପରେ ଆମ ବସ ମାଡ଼ିଯିବା ଫଳରେ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପରିଚୟ ମିଳିପାରିନି

। ଏହାକୁ ନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ଉତ୍ୟକ୍ତ ଲୋକେ ରାସ୍ତା ରୋକ୍ କରିଛନ୍ତି । କେବଳ ଭୁବନେଶ୍ୱର ନୁହେଁ କଟକ ରେଭେନ୍ସା ନିକଟରେ ବି ଅନ୍ୟ ଏକ ଆମ ବସ୍ ଦୁର୍ଘଟଣା ଘଟାଇଛି । କଲେଜ ଛକ ନିକଟରେ ଏକ କାରକୁ ପିଟିଛି ଆମ ବସ୍ । ଅଳ୍ପକେ କାର ଚାଳକ ଓ ଭିତରେ ବସିଥିବା ଜଣେ ଯୁବକଙ୍କ ଜୀବନ ବଞ୍ଚି ଯାଇଛି । ଏନେଇ ମାଲଗୋଦାମ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ବସ୍ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏଠି ପ୍ରଶ୍ନ ଉଠୁଛି ଏଠି କିଛି ମାସ ହେବ ଆମ ବସ୍ ବାରମ୍ବାର ଦୁର୍ଘଟଣା ଘଟାଉଛି । ଏନେଇ ପରିବହନ ମନ୍ତ୍ରୀ ବାରମ୍ବାର ସଫେଇ ଦେଲେ ବି ଦୁର୍ଘଟଣାର କାରଣ ଓ ନିରାକରଣ ନେଇ ସେଭଳି କିଛି ପଦକ୍ଷେପ ନେଉନାହାନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୁଷ୍ଟ ପ୍ରକାଶ ପାଇଛି ।






