AK ସୁରକ୍ଷାକର୍ମୀ ମଣିପୁରର ଉଖରୁଲରେ ୨୩ଟି ବଙ୍କର ନଷ୍ଟ କରି ଦେଇଥିବାବେଳେ ଅନ୍ୟ ଏକ ଅପରେସନରେ ତେଙ୍ଗନେପାଲରେ ୧୮ଟି ଆଇଇଡି ଜବତ କରିଥିବା ଶନିବାର ପୁଲିସ ସୂଚନା ଦେଇଛି । ସୁରକ୍ଷାକର୍ମୀ ମଣିପୁରର ଉଖରୁଲରେ ୨୩ଟି ବଙ୍କର ନଷ୍ଟ କରି ଦେଇଥିବାବେଳେ ଅନ୍ୟ ଏକ ଅପରେସନରେ ତେଙ୍ଗନେପାଲରେ ୧୮ଟି ଆଇଇଡି ଜବତ କରିଥିବା ଶନିବାର ପୁଲିସ ସୂଚନା ଦେଇଛି।

ଲିଟାନ୍ ପୁଲିସ ଷ୍ଟେସନ ସୀମା ଅନ୍ତର୍ଗତ ମୋଙ୍ଗକୋଟ ଚେପୁ, ଶୋଙ୍ଗଫେଲ, ମୁଲ୍ଲାମ, ସିରାରାଖୋଙ୍ଗ ଏବଂ ରିଙ୍ଗୁ ପାହାଡ଼ି ଗାଁରେ ଗୁରୁବାର ବଙ୍କରଗୁଡ଼ିକୁ ଧ୍ୱଂସ କରାଯାଇଥିଲା। ଅଞ୍ଚଳରେ ଉଗ୍ରବାଦୀ କାର୍ଯ୍ୟକଳାପରେ ଅଙ୍କୁଶ ଲଗାଇବାକୁ ସୁରକ୍ଷାକର୍ମୀଙ୍କୁ ପକ୍ଷରୁ ଏହି ଅଭିଯାନ ଚାଲିଛି । ଏକ ୧୨-ବୋର ପମ୍ପ ଆକ୍ସନ ବନ୍ଧୁକ, ବିଭିନ୍ନ କ୍ୟାଲିବରର ୧୭ଟି କାର୍ଟ୍ରିଜ୍ ଏବଂ ୧୧୧ଟି ଗୁଳି ଜବତ କରାଯାଇଛି । ତାଙ୍ଗଖୁଲ ନାଗା ଓ କୁକି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟି ୭ ଜଣ ଲୋକଙ୍କୁ ଗୁଳିକରି ହତ୍ୟା କରାଯାଇଛି ଓ ୩୦ ଘର ପୋଡ଼ି ଘଟଣା ଘଟିଛି। ଅନ୍ୟପକ୍ଷରେ ବୁଧବାର ଏକ ପୃଥକ ଅଭିଯାନରେ, ସୁରକ୍ଷା ବାହିନୀ ଟେଙ୍ଗନୋପାଲ ଜିଲ୍ଲାର ମୋରେହ ଥାନା ଅଞ୍ଚଳର ଟି ବୋଙ୍ଗମୋଲ ଗାଁରେ ଗଚ୍ଛିତ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକର ସାମଗ୍ରୀ ଜବତ କରିଛନ୍ତି। ଦୁଇଟି ସିଙ୍ଗଲ୍-ବ୍ୟାରେଲ୍ ରାଇଫଲ୍, ମ୍ୟାଗାଜିନ୍ ସହିତ ଚାରିଟି ୯ଏମଏମ୍ ପିସ୍ତଲ ଏବଂ ୧୮ଟି ଆଇଇଡି ଜବତ କରାଯାଇଛି। ଘଟଣାସ୍ଥଳରେ ବିସ୍ଫୋରକଗୁଡ଼ିକୁ ନଷ୍ଟ କରିଦିଆଯାଇଛି ବୋଲି କୁହାଯାଇଛି।






