AK ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲାରୁ ମାନବିକତା ପ୍ରତି ପ୍ରଶ୍ନ ଉଠାଉଥିବା ଏକ ଘଟଣା ସାମ୍ନାକୁ ଆସିଛି । ନାମକରଣ ଉତ୍ସବ ସମୟରେ ଜଣେ ଯୁବକ ମଦରେ ମିଶାଇବାକୁ ପାଣି ନଦେବାରୁ ଜଣେ ୯ ବର୍ଷର ବାଳକକୁ ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଶିଶୁଟିକୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ତେବେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣା ପରେ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା, କିନ୍ତୁ ପୁଲିସ ତାକୁ ଗିରଫ କରିଛି । ନାମକରଣ ଉତ୍ସବ ସମୟରେ ଜଣେ ଯୁବକ ମଦରେ ମିଶାଇବାକୁ ପାଣି ନଦେବାରୁ ଜଣେ ୯ ବର୍ଷର ବାଳକକୁ ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଶିଶୁଟିକୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ତେବେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣା ପରେ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା, କିନ୍ତୁ ପୁଲିସ ତାକୁ ଗିରଫ କରିଛି । ଘଟଣା ସମ୍ପର୍କରେ ସୂଚନା ଦେଇ ପୁଲିସ କହିଛି ଯେ, ମାମଲାଟି ସହୱାର ଥାନା ଅଞ୍ଚଳର ୟାକୁଟଗଞ୍ଜ ଗାଁରେ ଘଟିଛି ।

ମୃତ ଶିଶୁର କାକା ଅନୁଜ କହିଛନ୍ତି, ଏହି ଘଟଣା ଶୁକ୍ରବାର ଘଟିଛି। ଏଠାରେ ୟାକୁଟଗଞ୍ଜର ବାସିନ୍ଦା ଜସଭିର ଗୋଲାଙ୍କ ଘରେ ଶିଶୁର ନାମକରଣ ଉତ୍ସବ ଚାଲିଥିଲା । ଉତ୍ସବରେ ଯୋଗଦେବା ପାଇଁ ଅନେକ ସମ୍ପର୍କୀୟ ଏବଂ ଗ୍ରାମବାସୀ ମଧ୍ୟ ସେଠାରେ ପହଞ୍ଚିଥିଲେ। ଏହି ସମୟରେ ଜସଭିରଙ୍କ ସମ୍ପର୍କୀୟ ସୋରୋନ ଥାନା ଅଞ୍ଚଳର ବାସିନ୍ଦା ଧନେଶ ଯାଦବ ମଧ୍ୟ ସେଠାରେ ପହଞ୍ଚିଥିଲେ । ଧନେଶ ମଦ୍ୟପାନ କରୁଥିଲେ ଏବଂ ସେ ଜସଭିରଙ୍କ ୯ ବର୍ଷର ପୁଅ ଯଶପାଲ ଓରଫ ଯଶଙ୍କୁ ମଦରେ ମିଶାଇବା ପାଇଁ ପାଣି ଆଣିବାକୁ କହିଥିଲେ । ଯଶ ମନା କରିବାରୁ ମଦ୍ୟପ ଧନେଶ ନିଜର କ୍ରୋଧ ନିୟନ୍ତ୍ରଣ ନକରିପାରି ହିତାହିତ ଜ୍ଞାନ ହରାଇ ଯଶଙ୍କ ପେଟକୁ ଗୁଳି ଚଳାଇଥିଲେ । ଗୁଳି ବାଜିବା ମାତ୍ରେ କାର୍ଯ୍ୟକ୍ରମରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା । ରକ୍ତାକ୍ତ ଯଶଙ୍କୁ କାସଗଞ୍ଜ ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତରମାନେ ତାଙ୍କୁ ଆଲିଗଡ଼କୁ ରେଫର କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଯଶଙ୍କର ଶନିବାର ମୃତ୍ୟୁ ହୋଇଥିଲା । ଅପରାଧ କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିଲା। ଷ୍ଟେସନ ଇନଚାର୍ଜ ଗୋବିନ୍ଦ ବଲ୍ଲଭ ଶର୍ମା କହିଛନ୍ତି, ପୀଡ଼ିତଙ୍କ ପରିବାର ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ତୁରନ୍ତ ଏକ ମାମଲା ରୁଜୁ କରାଯାଇଥିଲା । କାସଗଞ୍ଜ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖିତାଉଲି କେନାଲ ବ୍ରିଜ୍ ନିକଟରୁ ଅଭିଯୁକ୍ତକୁ ଗିରଫ କରିଛି । ତାଙ୍କଠାରୁ ହତ୍ୟାରେ ବ୍ୟବହୃତ ପିସ୍ତଲ ମଧ୍ୟ ଜବତ କରାଯାଇଛି । କାସଗଞ୍ଜ ଏଏସ୍ପି ରାଜେଶ କୁମାର ଭାରତୀ କହିଛନ୍ତି, ଅଭିଯୁକ୍ତକୁ ଜେଲ ପଠାଇବା ପ୍ରକ୍ରିୟା ଚାଲିଛି । ପୁଲିସ ମାମଲାର ପ୍ରତ୍ୟେକ ଦିଗକୁ ଗମ୍ଭୀରତାର ସହ ତଦନ୍ତ କରୁଛି ।






