AK ପଶ୍ଚିମବଙ୍ଗରେ ଟିଏମ୍ସିର ପରାଜୟ ପରେ ବିଦାୟୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସୁରକ୍ଷା ବ୍ୟବସ୍ଥା ବୁଧବାର ହ୍ରାସ କରାଯାଇଛି । ଦୁଇ ଦିନ ତଳେ ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା। ନିର୍ବାଚନ ଫଳାଫଳ ଅନୁଯାୟୀ ୧୫ ବର୍ଷର ଶାସନ ପରେ ଟିଏମ୍ସି ରାଜ୍ୟରେ ଗାଦିଚ୍ୟୁତ ହୋଇଛି ।

ବୁଧବାର ସକାଳ ୬ଟା ୩୦ ମିନିଟରୁ ୧୮୮ଏ ହରିଷ୍ ଚାଟାର୍ଜୀ , ୧୨୧ କାଳୀଘାଟ ରୋଡ ଓ ୯ କାମାକ୍ ଷ୍ଟ୍ରିଟ୍ରେ ସୁରକ୍ଷା ହ୍ରାସ କରାଯାଇଛି । ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମମତାଙ୍କ ବାସଭବନ ନିକଟରୁ ସିଜର୍ ବାରିକେଡ୍ ବ୍ୟବସ୍ଥା କଡ଼ା ଯାଇ ସାଧାରଣ ଗାର୍ଡରେଲ୍ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୮୮ଏ ହରିଷ୍ ଚାଟାର୍ଜୀରେ ମମତାଙ୍କ ବାସଭବନ ରହିଛି , ୧୨୧ କାଳୀଘାଟ ରୋଡରେ ଟିଏମ୍ସି ଦଳୀୟ ମୁଖ୍ୟାଳୟ ଓ ୯ କାମାକ୍ ଷ୍ଟ୍ରିଟ୍ରେ ଅଭିଷେକ ବାନାର୍ଜୀଙ୍କ ଅଫିସ ରହିଛି । ବିଜେପି ପଶ୍ଚିମବଙ୍ଗରେ ବିପୁଳ ବିଜୟ ହାସଲ କରିଥିବାବେଳେ ସର୍ବାଧିକ ୨୦୭ ଆସନ ଜିତିଛି। ଟିଏମ୍ସି ମାତ୍ର ୮୦ ଟି ଆସନ ଜିତିଛି । ଗୋଟିଏ ଆସନରେ ପୁନଃ ମତଦାନ ଅନୁଷ୍ଠିତ ହେବ । ମମତାଙ୍କ ପାଇଁ ଜେଡ୍ ପ୍ଲସ୍ ସୁରକ୍ଷା ବ୍ୟବସ୍ଥା ବାଦ୍ ରହିଥିବା ଅଧିକ ପୁଲିସଙ୍କୁ ହଟେଇ ନିଆଯାଇଛି। ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିବାକୁ କୋଲକାତା ପୁଲିସ (ମୁଖ୍ୟାଳୟ) ଯୁଗ୍ମ କମିସନର୍ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, କାଳୀଘାଟ ଅଞ୍ଚଳରେ ଥିବା ମମତାଙ୍କ ବାସଭବନ ଠାରୁ ୨୦୦ ମିଟର ପର୍ଯ୍ୟନ୍ତ ସିଜର ବାରିକେଡ ବ୍ୟବସ୍ଥା ରହିଥିଲା । ରାଜ୍ୟ ଆଡଭୋକେଟ ଜେନେରାଲ କିଶୋର ଦତ୍ତା ମଧ୍ୟ ରାଜ୍ୟପାଳ ଆର୍ଏନ୍ ରବିଙ୍କୁ ତାଙ୍କ ଇସ୍ତଫା ପ୍ରଦାନ କରିଛନ୍ତି ।






