AK ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଚାଲିଛି । ପରମ୍ପରା ଅନୁସାରେ ରଥ ନିର୍ମାଣ କାମ ହେଉଛି । ଶ୍ରୀଗୁଣ୍ଡିଚାରେ ଗଡ଼ିବ ରଥ । କିନ୍ତୁ ଆମେରିକା ହ୍ୟୁଷ୍ଟନ ସହରରୁ ଆସିଛି ବିଚଳିତ କଲାଭଳି ଦୃଶ୍ୟ । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ନିନ୍ଦା ସତ୍ତ୍ବେ ବେପରୁଆ କିଛି ଲୋକ । ବାରମ୍ବାର ତାଗିଦ ପରେ ବି ମାନୁନାହାନ୍ତି ପରମ୍ପରା । ଓଡ଼ିଆଙ୍କ ଭାବାବେଗ ଓ ଜଗନ୍ନାଥ ସଂସ୍କୃତି ସହ ଖେଳୁଛନ୍ତି । କୃଷ୍ଣ ଧର୍ମ ପ୍ରଚାର ନାଁରେ ମନଇଛା, ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ଦେଶରେ ରଥାଯାତ୍ରା ପାଳନ କରିଛନ୍ତି । ଆମେରିକାର ହ୍ୟୁଷ୍ଟନ ସହରରେ ଆର୍ଟ କାର ପରେଡ୍ ନାଁରେ ମହାପ୍ରଭୁଙ୍କୁ ଟ୍ରକରେ ବସାଇ ବୁଲାଇଛନ୍ତି । ଯାହାକୁ ନେଇ ଓଡ଼ିଶାରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଚାଲିଛି । ପରମ୍ପରା ଅନୁସାରେ ରଥ ନିର୍ମାଣ କାମ ହେଉଛି । ଶ୍ରୀଗୁଣ୍ଡିଚାରେ ଗଡ଼ିବ ରଥ । କିନ୍ତୁ ଆମେରିକା ହ୍ୟୁଷ୍ଟନ ସହରରୁ ଆସିଛି ବିଚଳିତ କଲାଭଳି ଦୃଶ୍ୟ । ‘ଆର୍ଟ କାର ପରେଡ ନାଁ’ରେ ଅଦିନରେ କରାଯାଇଛି ଏମିତି ରଥଯାତ୍ରା । ମହାପ୍ରଭୁଙ୍କୁ ମିନି ଟ୍ରକରେ ବସାଇ ସହରରେ ବୁଲାଯାଇଛି । ଟ୍ରକ୍ ସହ ଯୋଡ଼ା ଯାଇଛି ଏକ ସାଉଣ୍ଡ ଗାଡି । ଶେଷରେ ଏକ ଛୋଟ ରଥରେ ତିନି ଠାକୁର ବସିଛନ୍ତି । ଯାହାକୁ ଏକ ଟ୍ରକ୍ ଟାଣି ଟାଣି ନେଉଥିବା ଦେଖାଯାଉଛି । ଗତ ୧୧ତାରିଖରେ ଏହି ରଥଯାତ୍ରା ଆୟୋଜନ କରାଯାଇଥିବା କୁହାଯାଉଛି । ମହାପ୍ରଭୁଙ୍କୁ ଏମିତି ଅସମ୍ମାନକୁ ନିନ୍ଦା କରିଛନ୍ତି ଶ୍ରଦ୍ଧାଳୁ ଓ ସେବାୟତ ।

କିଛି ଦିନ ପୂର୍ବରୁ ଆମେରିକାର ଟେକ୍ସାସ ଓ ଅଷ୍ଟ୍ରେଲିଆର ବ୍ରିସ୍ବେନରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା କରାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଗିଦ ପରେ ବି ଇସ୍କନ କର୍ତ୍ତୁପକ୍ଷ ଭ୍ରୁକ୍ଷେପ କରିନଥିଲେ । ଅମାନିଆ ଭାବେ ଜଗନ୍ନାଥ ପରମ୍ପରା ବିରୋଧରେ ଯାଇ ରଥଯାତ୍ରା କରିଥିଲେ । ଏହାକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ରାଜ୍ୟର ବିଭିନ୍ନ ଜଗନ୍ନାଥ ମନ୍ଦିରର ସେବାୟତମାନେ ଏଭଳି କାର୍ଯ୍ୟ ବିରୋଧରେ ଆନ୍ଦୋଳନର ଚେତାବନୀ ଦେଇଥିଲେ । କେନ୍ଦ୍ରପଡାରେ ବଳଦେବଜୀଉ ସେନା ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏବେ ହ୍ୟୁଷ୍ଟନର ଦୃଶ୍ୟ ସାମନାକୁ ଆସିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଦାବି ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ଉଦବେଗ ପ୍ରକାଶ ପରେ, ଅକ୍ଟୋବର ୨୦୨୫ରେ ଇସ୍କନ ଲେଖିଥିବା ଚିଠି ଅନୁସାରେ ଭାରତରେ ସବୁ ସ୍ଥାନରେ ତିଥିରେ ହିଁ ହେଉଛି ସ୍ନାନଯାତ୍ରା ଓ ରଥଯାତ୍ରା । ଗତବର୍ଷ ବିଦେଶରେ ଇସ୍କନ ପକ୍ଷରୁ ୮୦ରୁ ଅଧିକ ଥର ଅଦିନିଆ ରଥଯାତ୍ରା କରାଯାଇଛି । ୧୦ରୁ ଅଧିକ ସ୍ଥାନରେ ଅତିଥିରେ ସ୍ନାନଯାତ୍ରା ହୋଇଛି । ହେଲେ, ବିଦେଶରେ ଅଦିନରେ ରଥଯାତ୍ରା ଓ ସ୍ନାନଯାତ୍ରା କରାଯାଉଥିବା ମାନିଥିଲେ । ଗତ ଐକ୍ୟ ମଣ୍ଡଳୀ ବୈଠକରେ ଗଜପତି ଏନେଇ ଇସ୍କନ ଉପରେ ବର୍ଷିଥିଲେ । କିନ୍ତୁ ଅମାନିଆ ଇସ୍କନକୁ କିଛି ଫରକ୍ ପଡ଼ିନି ।






