AK ପ୍ରକୃତି ଓ ପରିବେଶ ସହ ବନ୍ଧା ଆଦିବାସୀଙ୍କ ଜୀବନ । ଆଉ ଏହି ଜୀବନକୁ ରୋଜଗାର ଯୋଗାଉଛି ଜଙ୍ଗଲ ଜାତ ଦ୍ରବ୍ୟ । ଏସବୁ ଭିତରେ ଡହ ଡହ ଖରାରେ ମାଲକାନଗିରି ଜିଲ୍ଲାର ଛକେ ଛକେ ଜମିଛି ତାଳ ସଜର ପସରା। ଖରା ଦିନ ଆରମ୍ଭରୁ ଜିଲ୍ଲାରେ ପ୍ରଚୁର ପରିମାଣର ତାଳ ଉପଲବ୍ଧ ହେଉଥିବାରୁ ବଜାରରେ ଏବେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି । ୬ଟି ତାଳ ସଜକୁ ମାତ୍ର ୨୦ ଟଙ୍କା ଦରରେ ବିକ୍ରି କରାଯାଉଛି । ଏଥିରେ ଜଳୀୟ ଅଂଶ ଅଧିକ ଥିବାରୁ ଏହା ଶରୀର ପାଇଁ ହିତକାରକ ଓ ସୁଆଦିଆ ମଧ୍ୟ । ଜାଣନ୍ତୁ ଏନେଇ ଅଧିକ ତଥ୍ୟ । ଗ୍ରୀଷ୍ମ ଦେଖାଉଛି ରୌଦ୍ର ରୂପ। ଅସହ୍ୟ ତାତିରେ ଛଟପଟ ହେଉଛି ଗାଁରୁ ସହର । ଏଭଳି ସ୍ଥିତିରୁ ରକ୍ଷା ପାଇବା ପାଇଁ ଜନସାଧାରଣ ଏବେ ପ୍ରାକୃତିକ ପାନୀୟ ଓ ତାଜା ଫଳ ସେବନ ଉପରେ ପ୍ରାଥମିକତା ଦେଉଛନ୍ତି। ବିଶେଷ କରି ମାଲକାନଗିରି ଜିଲ୍ଲାରେ ଏବେ ‘ତାଳ ସଜ’ର ଚାହିଦା ବେଶ୍ ବୃଦ୍ଧି ପାଇଛି । ଏହା କେବଳ ଲୋକଙ୍କ ଶୋଷ ମେଣ୍ଟାଉ ନାହିଁ ବରଂ ଜନଜାତି ସମ୍ପ୍ରଦାୟ ପାଇଁ ରୋଜଗାରର ମାଧ୍ୟମ ପାଲଟିଛି ।

ପ୍ରକୃତି ଓ ପରିବେଶ ସହ ବନ୍ଧା ଆଦିବାସୀଙ୍କ ଜୀବନ । ଆଉ ଏହି ଜୀବନକୁ ରୋଜଗାର ଯୋଗାଉଛି ଜଙ୍ଗଲ ଜାତ ଦ୍ରବ୍ୟ । ଏସବୁ ଭିତରେ ଡହ ଡହ ଖରାରେ ମାଲକାନଗିରି ଜିଲ୍ଲାର ଛକେ ଛକେ ଜମିଛି ତାଳ ସଜର ପସରା । ଖରା ଦିନ ଆରମ୍ଭରୁ ଜିଲ୍ଲାରେ ପ୍ରଚୁର ପରିମାଣର ତାଳ ଉପଲବ୍ଧ ହେଉଥିବାରୁ ବଜାରରେ ଏବେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି । ୬ଟି ତାଳ ସଜକୁ ମାତ୍ର ୨୦ ଟଙ୍କା ଦରରେ ବିକ୍ରି କରାଯାଉଛି । ଏଥିରେ ଜଳୀୟ ଅଂଶ ଅଧିକ ଥିବାରୁ ଏହା ଶରୀର ପାଇଁ ହିତକାରକ ଓ ସୁଆଦିଆ ମଧ୍ୟ । ଜାଣନ୍ତୁ ଏନେଇ ଅଧିକ ତଥ୍ୟ । ଶରୀରକୁ ହାଇଡ୍ରେଟ୍ ରଖେ: ଖରାଦିନେ ଶରୀରରୁ ପ୍ରଚୁର ଝାଳ ବୋହିଯାଏ । ତାଳସଜରେ ପ୍ରାୟ ୯୦% ଜଳୀୟ ଅଂଶ ଥାଏ ପେଟ ରୋଗରୁ ମୁକ୍ତି: ହଜମ ପ୍ରକ୍ରିୟାକୁ ସହଜ କରେ, କୋଷ୍ଠକାଠିନ୍ୟ ଏବଂ ପେଟରେ ଜଳାପୋଡ଼ା ବା ଏସିଡିଟି ସମସ୍ୟାରୁ ଆରାମ ଦିଏ ଶରୀରର ତାପମାତ୍ରା ନିୟନ୍ତ୍ରଣ: ପ୍ରଚଣ୍ଡ ଖରାରେ ଶରୀର ଭିତର ଅଂଶ ଗରମ ହୋଇଯାଏ । ତାଳସଜ ଖାଇବା ଦ୍ୱାରା ଶରୀର ସ୍ୱାଭାବିକ ଭାବେ ଥଣ୍ଡା ରହେ । ତ୍ୱଚା ପାଇଁ ହିତକାରକ: ଖରାଦିନେ ଦେଖାଯାଉଥିବା ବିଭିନ୍ନ ଚର୍ମରୋଗରୁ ଉପଶମ ଦେଇଥାଏ । ପେଟ ପୋଷୁଛି ତାଳ ସଜ, ଦାଦନ ରୋକୁଛି ତାଳ ଗଛ । ମାଲକାନଗିରି ଜିଲ୍ଲାରେ ଜଳସେଚନର ଅଭାବ ଯୋଗୁଁ ରବି ଋତୁରେ ଚାଷ କାମ ନଥାଏ । ଫଳରେ ବହୁ ଚାଷୀ ଦାଦନ ଖଟିବାକୁ ବାହାରକୁ ଯାଆନ୍ତି। କିନ୍ତୁ ବିଲ ହୁଡ଼ାରେ ଥିବା ଏହି ତାଳ ଗଛ ଏବେ ଅନେକ ପରିବାରକୁ ରୋଜଗାରର ବାଟ ଦେଖାଇଛି । ତୁମସାପାଲି, ତାମସା ଓ ପିଟାଗେଟା ଭଳି ଅଞ୍ଚଳର ଆଦିବାସୀ ଯୁବକମାନେ ଦୈନିକ ୨ରୁ ୩ ବସ୍ତା ତାଳ ଆଣି ବଜାରରେ ବିକ୍ରି କରି ୧୦୦୦ ରୁ ୧୨୦୦ ଟଙ୍କା ପର୍ୟ୍ୟନ୍ତ ରୋଜଗାର କରୁଛନ୍ତି । ଏହି ଟଙ୍କାରେ କିଏ ପରିବାର ପୋଷୁଛି ତ କିଏ ପିଲାଙ୍କ ପାଠପଢା ଖର୍ଚ୍ଚ ବହନ କରୁଛି । କେବଳ ତାଳ ସଜ ନୁହେଁ, ପାଚିଲା ତାଳ ଓ ତାଳ ରସର ମଧ୍ୟ ଏଠାରେ ବେଶ୍ ଚାହିଦା ରହିଛି । ଆଦିବାସୀମାନେ ତାଳ ପତ୍ରକୁ ଘର ଛପର ପାଇଁ ମଧ୍ୟ ବ୍ୟବହାର କରନ୍ତି । ବଜ୍ରପାତ ରୋକିବାରେ ତାଳ ଗଛର ପ୍ରମୁଖ ଭୂମିକା ଥିବାରୁ ଏହି ବନବାସୀ ମଣିଷମାନେ ତାଳ ଗଛକୁ ନିଜ ଜୀବନର ଏକ ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରିଛନ୍ତି ।






