AK ଆମେରିକାର ୱାସିଂଟନ୍ ଡି.ସି.ରେ ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟ୍ସଙ୍କ ରାତ୍ରୀଭୋଜନ ସମୟରେ ଏକ ଆତଙ୍କ ସୃଷ୍ଟି ହୋଇଥିଲା, ଯେତେବେଳେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଅସ୍ତ୍ରଶସ୍ତ୍ର ଧରି କାର୍ଯ୍ୟକ୍ରମରେ ପ୍ରବେଶ କରିଥିଲେ । ଯେତେବେଳେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଅସ୍ତ୍ରଶସ୍ତ୍ର ଧରି କାର୍ଯ୍ୟକ୍ରମରେ ପ୍ରବେଶ କରିଥିଲେ । କାଲିଫର୍ନିଆର ବାସିନ୍ଦା ୩୧ ବର୍ଷୀୟ କୋଲ୍ ଥମାସ ଆଲେନ୍ ଭାବରେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧ ବ୍ୟକ୍ତି ଅନେକ ଅସ୍ତ୍ରଶସ୍ତ୍ର ଧରି କାର୍ଯ୍ୟକ୍ରମରେ ପ୍ରବେଶ କରିଥିଲେ ଏବଂ ସୁରକ୍ଷା ବଳୟ ଭଙ୍ଗ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟ ମଧ୍ୟରେ ସେ ଅନେକ ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲେ। ତେବେ ସୁରକ୍ଷା ବାହିନୀ ତାଙ୍କୁ କାର୍ଯ୍ୟକ୍ରମ ହେଉଥି ବଲରୁମ୍ ନିକଟରେ କାବୁ କରିଥିଲେ। ସେଠାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଉପସ୍ଥିତ ଥିଲେ ।

ଘଟଣାର କିଛି ଘଣ୍ଟା ପରେ, ଟ୍ରମ୍ପ ସିବିଏସ୍ ନ୍ୟୁଜ୍ ସାମ୍ବାଦିକ ନୋରା ଓ’ଡୋନେଲଙ୍କୁ ଏକ ସାକ୍ଷାତକାର ଦେଇଥିଲେ । ପ୍ରାରମ୍ଭରେ, ଟ୍ରମ୍ପ ଶାନ୍ତ ଦେଖାଯାଉଥିଲେ, କିନ୍ତୁ ଯେତେବେଳେ ରିପୋର୍ଟର ଆକ୍ରମଣକାରୀଙ୍କ କଥିତ ଘୋଷଣାପତ୍ର ଉଲ୍ଲେଖ କରିଥିଲେ, ସେତେବେଳେ ସେ ଚିନ୍ତିତ ହୋଇଯାଇଥିଲେ । ନୋରା ଘୋଷଣାପତ୍ରର ବିଷୟବସ୍ତୁ ପଢିବା ମାତ୍ରେ ଟ୍ରମ୍ପ କ୍ରୋଧ ପ୍ରକାଶ କରିଥିଲେ । ଟ୍ରମ୍ପ କଡ଼ା ପ୍ରତିକ୍ରିୟା ଦେଇ କହିଥିଲେ ଯେ, ତାଙ୍କୁ ଜାଣିଶୁଣି ବଦନାମ୍ କରିବାକୁ ଚେଷ୍ଟା କରାଯାଉଛି । ସେ ସ୍ପଷ୍ଟ ଭାବରେ କହିଥିଲେ, ସେହି ଅଭିଯୋଗଗୁଡ଼ିକ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ଏବଂ ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ସେ ଆହୁରି ମଧ୍ୟ କହିଥିଲେ, ମୁଁ ଦୁଷ୍କର୍ମକାରୀ ନୁହେଁ । ମୁଁ କାହା ସହ ଦୁଷ୍କର୍ମ କରିନାହିଁ ।
ନୋରା ବାଧା ଦେଇ ପଚାରିଥିଲେ,ଓଃ, ଆପଣ କ’ଣ ଭାବୁଛନ୍ତି ସେ ଆପଣଙ୍କ ବିଷୟରେ କହୁଥିଲେ ? କିନ୍ତୁ ଟ୍ରମ୍ପ ତାଙ୍କ ପ୍ରଶ୍ନକୁ ଅଣଦେଖା କରି କହିଥିଲେ,ମୁଁ ଜଣେ ଶିଶୁ ଯୌନ ଶୋଣକାରୀ ନୁହେଁ । ତୁମେ କାହିଁକି ସେଭଳି ମାନସିକ ଅସୁସ୍ଥ ବ୍ୟକ୍ତିଙ୍କର ଏଭଳି ଲେଖା ପଢ଼ୁଛ ବୋଲି ଟ୍ରମ୍ପ ପ୍ରଶ୍ନ କରିଥିଲେ । ଟ୍ରମ୍ପ ଆକ୍ରମଣକାରୀଙ୍କୁ ଜଣେ କଠୋରପନ୍ଥୀ, ଖ୍ରୀଷ୍ଟିଆନ ବିରୋଧୀ ଏବଂ ମାନସିକ ଅସୁସ୍ଥ ବ୍ୟକ୍ତି ବୋଲି ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ, ଏପରି ବ୍ୟକ୍ତି ସମାଜ ପାଇଁ ବିପଦ । ସେ ଆମେରିକାରେ ବୃଦ୍ଧି ପାଉଥିବା ରାଜନୈତିକ ହିଂସା ପାଇଁ ଡେମୋକ୍ରାଟିକ ନେତାଙ୍କ ଘୃଣା ଭାଷଣକୁ ମଧ୍ୟ ଦାୟୀ କରି ଏହାକୁ ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଥିଲେ। ଗୁଳିକାଣ୍ଡ ସମୟରେ ରାଷ୍ଟ୍ରପତି ଡରି ନଥିଲେ ବୋଲି ଦାବି କରିଥିଲେ । ଟ୍ରମ୍ପଙ୍କ ଅନୁସାରେ, ସେ ନିଜେ ଦେଖିବାକୁ ଚାହୁଁଥିଲେ କ’ଣ ଘଟୁଛି ଏବଂ ପରେ କାର୍ଯ୍ୟକ୍ରମରେ ଫେରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ ।






