AK ରୋହିତ ଶର୍ମାଙ୍କ ପରେ ଦଳର ମଙ୍ଗ ଧରିଥିବା ହାର୍ଦ୍ଦିକ ପାଣ୍ଡ୍ୟା କ୍ରମାଗତ ଭାବେ ଫ୍ଲପ୍ ସାବ୍ୟସ୍ତ ହେଉଛନ୍ତି । ପଞ୍ଜାବ ବିପକ୍ଷରେ ପରାଜୟ ସହ ମୁମ୍ବାଇ ଚଳିତ ସିଜିନରେ କ୍ରମାଗତ ଚତୁର୍ଥ ପରାଜୟର ସମ୍ମୁଖୀନ ହୋଇଛି । ମାତ୍ର ଦଳର ଏଭଳି ଦୁର୍ଦ୍ଦଶା ପାଇଁ କାହାକୁ ଦାୟୀ କରାଯିବ ସେ ନେଇ ଖୋଦ୍ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅନ୍ଧାରରେ ଅଛନ୍ତି । ଚଳିତ IPL ସିଜିନ୍ରେ ପାଞ୍ଚଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସର ଅବସ୍ଥା ଏବେ ଅତି ଶୋଚନୀୟ । ରୋହିତ ଶର୍ମାଙ୍କ ପରେ ଦଳର ମଙ୍ଗ ଧରିଥିବା ହାର୍ଦ୍ଦିକ ପାଣ୍ଡ୍ୟା କ୍ରମାଗତ ଭାବେ ଫ୍ଲପ୍ ସାବ୍ୟସ୍ତ ହେଉଛନ୍ତି । ପଞ୍ଜାବ ବିପକ୍ଷରେ ପରାଜୟ ସହ ମୁମ୍ବାଇ ଚଳିତ ସିଜିନରେ କ୍ରମାଗତ ଚତୁର୍ଥ ପରାଜୟର ସମ୍ମୁଖୀନ ହୋଇଛି । ମାତ୍ର ଦଳର ଏଭଳି ଦୁର୍ଦ୍ଦଶା ପାଇଁ କାହାକୁ ଦାୟୀ କରାଯିବ ସେ ନେଇ ଖୋଦ୍ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅନ୍ଧାରରେ ଅଛନ୍ତି । ପରାଜୟ ପରେ ହାର୍ଦ୍ଦିକଙ୍କ ‘କନଫ୍ୟୁଜଡ୍’ ବୟାନ ଏବେ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ପରାଜୟ ପରେ ପୋଷ୍ଟ-ମ୍ୟାଚ୍ ପ୍ରେଜେଣ୍ଟେସନରେ ହାର୍ଦ୍ଦିକଙ୍କୁ ଯେତେବେଳେ ପଚରାଗଲା ଯେ ଦଳ କେଉଁଠି ଭୁଲ୍ କରୁଛି? ସେ ସିଧାସଳଖ ଉତ୍ତର ଦେଇ କହିଥିଲେ, “ସତ କହିବାକୁ ଗଲେ, ଆମେ କେଉଁଠି ଭୁଲ୍ କରୁଛୁ ସେ ନେଇ ମୋର କୌଣସି ଧାରଣା ନାହିଁ ।” ଜଣେ ଅଧିନାୟକ ଯେତେବେଳେ କୁହନ୍ତି ଯେ ତାଙ୍କର କୌଣସି ଆଇଡିଆ ନାହିଁ, ସେତେବେଳେ ତାଙ୍କର ନେତୃତ୍ୱ ନେବାର ଦକ୍ଷତା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ଏପରି ବୟାନ ଶୁଣିବା ପରେ ସୋସିଆଲ ମିଡିଆରେ କ୍ରିକେଟ ପ୍ରେମୀମାନେ ତାଙ୍କୁ ଜୋରଦାର ସମାଲୋଚନା କରୁଛନ୍ତି । ଜଣେ କ୍ୟାପ୍ଟେନଙ୍କ କାମ ହେଉଛି ଭୁଲ୍ ଖୋଜି ତାକୁ ସୁଧାରିବା, ମାତ୍ର ହାର୍ଦ୍ଦିକ ପରାଜୟକୁ ଅତି ସହଜରେ ଗ୍ରହଣ କରିନେବା ଦଳ ପାଇଁ ବିପଦ ସଙ୍କେତ ।
ହାର୍ଦ୍ଦିକ ପାଣ୍ଡ୍ୟା କେବଳ ଅଧିନାୟକତ୍ୱରେ ନୁହେଁ, ବରଂ ବ୍ୟକ୍ତିଗତ ପ୍ରଦର୍ଶନରେ ମଧ୍ୟ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଅଲରାଉଣ୍ଡର ଭାବେ ଦଳରେ ସାମିଲ ହୋଇଥିବା ହାର୍ଦ୍ଦିକ ନା ବ୍ୟାଟ୍ରେ କିଛି କମାଲ କରିପାରୁଛନ୍ତି, ନା ବୋଲିଂରେ ୱିକେଟ୍ ନେଇ ପାରୁଛନ୍ତି । ଗତ ୪ଟି ମ୍ୟାଚ୍ରେ ଦଳର ମିଡିଲ୍ ଅର୍ଡର ତାସର ଘର ଭଳି ଭୁଶୁଡ଼ି ପଡ଼ିଥିଲେ ମଧ୍ୟ ହାର୍ଦ୍ଦିକ କୌଣସି ପ୍ରଭାବଶାଳୀ ନିଷ୍ପତ୍ତି ନେଇପାରି ନାହାନ୍ତି । ସିଜିନ ଆରମ୍ଭରୁ ତାଙ୍କର ଏଭଳି ଆଭିମୁଖ୍ୟ ଏବଂ ଏବେ ପରାଜୟ ପରେ ଅସହାୟତା ତାଙ୍କୁ ଟ୍ରୋଲରଙ୍କ ଶିକାର ବନାଇଛି ।ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଏବେ ଖୋଲାଖୋଲି ଭାବେ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଝୁରୁଛନ୍ତି । ଯେଉଁ ଦଳ ୫ ଥର ଟାଇଟଲ୍ ଜିତିଥିଲା, ସେହି ଦଳ ଏବେ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି । ହାର୍ଦ୍ଦିକ ପାଣ୍ଡ୍ୟା ଯେଉଁଭଳି ଭାବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛନ୍ତି, ତାହା ଦର୍ଶାଉଛି ଯେ ମୁମ୍ବାଇ ଇଣ୍ଡିଆନ୍ସ ଏବେ ଏକ ବଡ଼ ସଙ୍କଟ ଦେଇ ଗତି କରୁଛି । ଋଷଭ ପନ୍ତଙ୍କ ଭଳି ଯୁବ ଅଧିନାୟକମାନେ ନିଜ ନିଜ ଟିମ୍ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ବେଳେ ହାର୍ଦ୍ଦିକଙ୍କ ‘No Idea’ ବୟାନ ଟିମ୍ ମ୍ୟାନେଜମେଣ୍ଟକୁ ମଧ୍ୟ ଚିନ୍ତାରେ ପକାଇଛି ।
ଯଦି ଆଗାମୀ ମ୍ୟାଚ୍ଗୁଡ଼ିକରେ ହାର୍ଦ୍ଦିକ ନିଜର ରଣନୀତି ବଦଳାଇବାରେ ବିଫଳ ହୁଅନ୍ତି, ତେବେ ମୁମ୍ବାଇ ପାଇଁ ପ୍ଲେ-ଅଫ୍ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇପାରେ । ଖାଲି ସେତିକି ନୁହେଁ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ ପଦ ମଧ୍ୟ ବିପଦରେ ପଡ଼ିପାରେ । ହାର୍ଦ୍ଦିକଙ୍କ ଏଭଳି ଦିଗହରା ନେତୃତ୍ୱକୁ ଦେଖି ଏବେ ମୁମ୍ବାଇ ଇଣ୍ଡିଆନ୍ସର ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ପରାଜୟର ସମୀକ୍ଷା କରିବା ପରିବର୍ତ୍ତେ ‘ଆଇଡିଆ ନାହିଁ’ କହିବା ଜଣେ ଅଧିନାୟକଙ୍କ ଅପାରଗତାକୁ ଦର୍ଶାଉଛି । ଯଦି ଆଗାମୀ ମ୍ୟାଚ୍ଗୁଡ଼ିକରେ ଦଳ ବିଜୟ ପଥକୁ ନଫେରେ, ତେବେ ପ୍ଲେ-ଅଫ୍ ଦୌଡ଼ରୁ ବାଦ୍ ପଡ଼ିବା ସହ ସିଜିନ ଅଧାରୁ ହିଁ ହାର୍ଦ୍ଦିକଙ୍କୁ ଅଧିନାୟକ ପଦ ହରାଇବାକୁ ପଡ଼ିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।






