AK ବିଶେଷଜ୍ଞଙ୍କ ମତରେ, ଜନ୍ମରୁ ୩ ବର୍ଷ ପର୍ଯ୍ୟନ୍ତ ଶିଶୁର ମସ୍ତିଷ୍କର ବିକାଶ ସବୁଠାରୁ ଦ୍ରୁତ ଗତିରେ ହୋଇଥାଏ । ଏହି ସମୟରେ ପିଲାଟି ମା’ର ସ୍ପର୍ଶ, ବାପାଙ୍କ ହସ ଏବଂ ପାରିପାର୍ଶ୍ୱିକ ଶବ୍ଦରୁ ଶିଖିବା କଥା । କିନ୍ତୁ ଯେତେବେଳେ ଖାଇବା ସମୟରେ ତା’ ଆଖି ଆଗରେ ରଙ୍ଗିନ ମୋବାଇଲ୍ ସ୍କ୍ରିନ୍ ନାଚିଥାଏ, ସେତେବେଳେ ତା’ର ମସ୍ତିଷ୍କ କେବଳ ସେହି ଗୋଟିଏ ଜାଗାରେ ସୀମିତ ହୋଇଯାଏ । ଫଳରେ ସାମାଜିକ ଭାବନା ଓ ଭାଷା ଶିଖିବାର କ୍ଷମତା ଧୀରେ ଧୀରେ ନଷ୍ଟ ହୋଇଯାଏ । ଆଜିକାଲି ଘରେ ଘରେ ଏହା ଏକ ସାଧାରଣ ଦୃଶ୍ୟ ।

ପିଲା କାନ୍ଦିଲେ ମୋବାଇଲ୍, ପିଲା ଖାଇବାକୁ ନାହିଁ କଲେ ମୋବାଇଲ୍, ଆଉ ପିଲାକୁ ଶୁଆଇବା ପାଇଁ ମଧ୍ୟ ମୋବାଇଲ୍ । ହୁଏତ ଆପଣ ଭାବୁଥିବେ ଏହା ଦ୍ୱାରା ଆପଣଙ୍କ କାମ ସହଜ ହୋଇଯାଉଛି, କିନ୍ତୁ ବାସ୍ତବରେ ଆପଣ ନିଜ ଛୁଆର ଭବିଷ୍ୟତକୁ ଆପଣ ନିଜେ ହିଁ ଭୟଙ୍କର ରୋଗ ଆଡ଼କୁ ଠେଲି ଦେଉଛନ୍ତି । ମୋବାଇଲ୍ ଦେଖାଇବା ଡିଜିଟାଲ୍ ଅମୃତ ନୁହେଁ ବରଂ ଏହା ଏକ ‘ସ୍ଲୋ ପଏଜନ୍’ । ଏକ ରିପୋର୍ଟ ଅନୁସାରେ, ୩ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ମୋବାଇଲ୍ ଦେଖାଇ ଖୁଆଇବା ଦ୍ୱାରା ସେମାନଙ୍କଠାରେ ‘ଅଟିଜିମ୍’ ଭଳି ମାରାତ୍ମକ ମାନସିକ ରୋଗର ଆଶଙ୍କା ବଢ଼ିବାରେ ଲାଗିଛି ।
ଅଟିଜିମ୍ କ’ଣ?
– ଅଟିଜିମ୍ ଏକ ସାମାଜିକ ଓ ଯୋଗାଯୋଗ ଜନିତ ଅକ୍ଷମତା
– ଏଥିରେ ପିଲା ଅନ୍ୟମାନଙ୍କ ସହ କଥା ହେବାରେ ଅସୁବିଧା ଅନୁଭବ କରେ
– ପିଲାଟି ଏକା ଏକା ରହିବାକୁ ପସନ୍ଦ କରେ
– ବାହାର ଦୁନିଆ ଅପେକ୍ଷା ମୋବାଇଲ୍ ସ୍କ୍ରିନ୍କୁ ବେଶୀ ଗୁରୁତ୍ୱ ଦିଏ

ବିଶେଷଜ୍ଞଙ୍କ ମତରେ, ଜନ୍ମରୁ ୩ ବର୍ଷ ପର୍ଯ୍ୟନ୍ତ ଶିଶୁର ମସ୍ତିଷ୍କର ବିକାଶ ସବୁଠାରୁ ଦ୍ରୁତ ଗତିରେ ହୋଇଥାଏ । ଏହି ସମୟରେ ପିଲାଟି ମା’ର ସ୍ପର୍ଶ, ବାପାଙ୍କ ହସ ଏବଂ ପାରିପାର୍ଶ୍ୱିକ ଶବ୍ଦରୁ ଶିଖିବା କଥା । କିନ୍ତୁ ଯେତେବେଳେ ଖାଇବା ସମୟରେ ତା’ ଆଖି ଆଗରେ ରଙ୍ଗିନ ମୋବାଇଲ୍ ସ୍କ୍ରିନ୍ ନାଚିଥାଏ, ସେତେବେଳେ ତା’ର ମସ୍ତିଷ୍କ କେବଳ ସେହି ଗୋଟିଏ ଜାଗାରେ ସୀମିତ ହୋଇଯାଏ । ଫଳରେ ସାମାଜିକ ଭାବନା ଓ ଭାଷା ଶିଖିବାର କ୍ଷମତା ଧୀରେ ଧୀରେ ନଷ୍ଟ ହୋଇଯାଏ । ଘଟଣା ଏତିକିରେ ସରିନାହିଁ । ମୋବାଇଲ୍ ଦେଖି ଖାଉଥିବା ପିଲାମାନେ କେବଳ ମାନସିକ ସ୍ତରରେ ନୁହେଁ, ଶାରୀରିକ ସ୍ତରରେ ମଧ୍ୟ ରୋଗୀଣା ହେଉଛନ୍ତି । ସେମାନେ କ’ଣ ଖାଉଛନ୍ତି ଏବଂ କେତେ ପରିମାଣରେ ଖାଉଛନ୍ତି, ସେ ନେଇ ସେମାନଙ୍କର କୌଣସି ଜ୍ଞାନ ରହୁନାହିଁ । ଏହାଦ୍ୱାରା ପିଲାମାନଙ୍କଠାରେ ମୋଟାପଣ ବା ଓବେସିଟି ସମସ୍ୟା ଦେଖାଦେଉଛି । ମୋବାଇଲରୁ ବାହାରୁଥିବା ନୀଳ ଆଲୋକ ପିଲାଙ୍କ ଶୋଇବା ଚକ୍ରକୁ ମଧ୍ୟ ବିଗାଡ଼ି ଦେଉଛି, ଯାହା ଶେଷରେ ସେମାନଙ୍କୁ ଚିଡ଼ିଚିଡ଼ା ଓ ହିଂସ୍ର କରିଦେଉଛି ।
କ’ଣ କରିବେ ପିତାମାତା?
– ୨ ବର୍ଷରୁ କମ୍ ବୟସର ପିଲାଙ୍କୁ ସ୍କ୍ରିନ୍ଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖନ୍ତୁ
– ଖାଇବା ସମୟରେ ପିଲା ସହ ଗପନ୍ତୁ, ଗୀତ ଗାଆନ୍ତୁ ବା କାହାଣୀ ଶୁଣାନ୍ତୁ
– ନିଜେ ପିଲାଙ୍କ ସାମ୍ନାରେ ଅଧିକ ମୋବାଇଲ୍ ବ୍ୟବହାର କରନ୍ତୁ ନାହିଁ
– ପିଲା କାନ୍ଦିଲେ ତାକୁ ଖେଳନା ଦିଅନ୍ତୁ କିମ୍ବା ବାହାରକୁ ବୁଲାଇ ନିଅନ୍ତୁ
ସମୟ ରହୁଥାଉ ସାବଧାନ ହୋଇଯାଆନ୍ତୁ । ଆଜିର ୫ ମିନିଟର ଶାନ୍ତି ପାଇଁ ପିଲା ହାତକୁ ବଢ଼ାଇ ଦେଉଥିବା ମୋବାଇଲ୍, କାଲି ତା’ର ପୁରା ଜୀବନକୁ ଅନ୍ଧାର କରିଦେଇପାରେ । ମନେରଖନ୍ତୁ, ସ୍ମାର୍ଟଫୋନ୍ ପିଲାକୁ ସ୍ମାର୍ଟ ବନାଇବା ପରିବର୍ତ୍ତେ ତା’ର ମସ୍ତିଷ୍କକୁ ଜଡ଼ କରିଦେଉଛି । ଆପଣଙ୍କ ଅସାବଧାନତା ଶିଶୁ ପାଇଁ ଅଭିଶାପ ନସାଜୁ । ତେଣୁ ନିଷ୍ପତ୍ତି ଆପଣଙ୍କର । ପିଲାକୁ ମୋବାଇଲ୍ ଦେଇ ଚୁପ୍ କରାଇବେ ନାଁ ତାକୁ ଏକ ସୁସ୍ଥ ଓ ସୁନ୍ଦର ପୃଥିବୀ ଦେଖାଇବେ ? ଯଦି ଆପଣଙ୍କ ପିଲା ମଧ୍ୟ ଏହି ମୋବାଇଲ୍ ନିଶାରେ ଅଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।






