AK ପଡ଼ିଆ ଭିତରେ ବୋଲରଙ୍କୁ ଧୂଳି ଚଟାଉଥିବା କ୍ଲାସେନ୍ ଏବେ ପଡ଼ିଆ ବାହାରେ ଏକ ବଡ଼ ବିବାଦରେ ଫସିଛନ୍ତି । ଏକ ଭାଇରାଲ ଭିଡିଓରେ କ୍ଲାସେନ୍ ଜଣେ ଫ୍ୟାନ୍ଙ୍କ ଉପରେ ପ୍ରବଳ ଗର୍ଜୁଥିବା ଏବଂ ତାଙ୍କୁ ମାଡ଼ ମାରିବାକୁ ଧମକ ଦେଉଥିବା ନଜର ଆସିଛନ୍ତି । ଆଇପିଏଲ ୨୦୨୬ ର ରୋମାଞ୍ଚକର ମାହୋଲ ଭିତରେ ସନରାଇଜର୍ସ ହାଇଦ୍ରାବାଦର ଷ୍ଟାର ବ୍ୟାଟର ହେନରିକ୍ କ୍ଲାସେନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପଡ଼ିଆ ଭିତରେ ବୋଲରଙ୍କୁ ଧୂଳି ଚଟାଉଥିବା କ୍ଲାସେନ୍ ଏବେ ପଡ଼ିଆ ବାହାରେ ଏକ ବଡ଼ ବିବାଦରେ ଫସିଛନ୍ତି । ଏକ ଭାଇରାଲ ଭିଡିଓରେ କ୍ଲାସେନ୍ ଜଣେ ଫ୍ୟାନ୍ଙ୍କ ଉପରେ ପ୍ରବଳ ଗର୍ଜୁଥିବା ଏବଂ ତାଙ୍କୁ ମାଡ଼ ମାରିବାକୁ ଧମକ ଦେଉଥିବା ନଜର ଆସିଛନ୍ତି । କିନ୍ତୁ କାହିଁକି ? ଶାନ୍ତ ସ୍ୱଭାବର ଏହି ଖେଳାଳିଙ୍କୁ କାହିଁକି ଆସିଲା ରାଗ ? ଆସନ୍ତୁ ଜାଣିବା । ଆଇପିଏଲ ୨୦୨୬ ରେ ସନରାଇଜର୍ସ ହାଇଦ୍ରାବାଦର ବିଜୟ ଅଭିଯାନ ଜାରି ରହିଛି ।

ଅଭିଷେକ ଶର୍ମା ଏବଂ ହେନରିକ୍ କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଟିମ୍ ଦମଦାର ପ୍ରଦର୍ଶନ କରୁଛି । କିନ୍ତୁ ଏହି ସଫଳତା ମଝିରେ କ୍ଲାସେନଙ୍କ ଏକ ରୂପ ସମସ୍ତଙ୍କୁ ଚକିତ କରିଛି । ମ୍ୟାଚ୍ ପରେ ଟିମ୍ ଟ୍ରାଭେଲ କରୁଥିବା ସମୟରେ ଏହି ଘଟଣାଟି ଘଟିଥିବାର ସୂଚନା ମିଳୁଛି । ସୂଚନା ଅନୁଯାୟୀ, କ୍ଲାସେନ୍ ତାଙ୍କ ପରିବାର ସହ ଯାଉଥିବା ସମୟରେ ଜଣେ ପ୍ରଶଂସକ ବାରମ୍ବାର ତାଙ୍କ ପରିବାରର ଭିଡିଓ ସୁଟିଂ କରୁଥିଲେ । କ୍ଲାସେନ୍ ଏହାକୁ ମନା କରିବା ସତ୍ତ୍ୱେ ମଧ୍ୟ ବ୍ୟକ୍ତିଜଣକ ଅଟକି ନଥିଲେ । ନିଜ ପରିବାରର ପ୍ରାଇଭେସିରେ ବାଧା ଉପୁଜିବାରୁ ଦେଖି କ୍ଲାସେନ୍ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ ଏବଂ ଖୁବ୍ ରାଗି ଯାଇଥିଲେ । ଭାଇରାଲ୍ ଭିଡିଓରେ କ୍ଲାସେନ କହୁଛନ୍ତି ଯେ ‘‘ଦୟାକରି ମୋ କଥା ଶୁଣ , ମୁଁ ବାରମ୍ବାର କହୁଛି ଯେ ଫଟୋ କିମ୍ବା ଭିଡିଓ ଉଠାଅ ନାହିଁ । କିନ୍ତୁ ବାରମ୍ବାର ମନା କରିବା ସତ୍ତ୍ବେ ତୁମେ ସୁଧୁରୁନାହଁ, ଯଦି ଥରେ ଆଉ ମୋ ପରିବାରକୁ ହଇରାଣ କରିଥିବ ତାହେଲେ ତୁମକୁ ମାରି ତଳେ ପକାଇଦେବି । ତେଣୁ ଦୟାକରି ଏଠାରୁ ଚାଲିଯାଅ ।’’ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଏବେ କ୍ରିକେଟ ପ୍ରେମୀ ଦୁଇ ଭାଗରେ ବାଣ୍ଟି ହୋଇଯାଇଛନ୍ତି । କେହି କେହି କ୍ଲାସେନଙ୍କ ବ୍ୟବହାରକୁ ସମାଲୋଚନା କରୁଥିବା ବେଳେ ଅଧିକାଂଶ ଲୋକ କହିଛନ୍ତି ଯେ ଖେଳାଳିଙ୍କ ପରିବାରର ସୁରକ୍ଷା ଓ ସମ୍ମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ପ୍ରଶଂସକମାନେ ଉତ୍ସାହରେ ନିଜ ସୀମା ଲଂଘିବା ଉଚିତ୍ ନୁହେଁ ବୋଲି ସେ ମତ ପ୍ରକାଶ ପାଇଛି । ତେବେ ଏହି ଘଟଣା ପରେ ବିସିସିଆଇ କିମ୍ବା ଏସଆରଏଚ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ତେବେ ଟିମର ଅନ୍ୟ ଜଣେ ସଦସ୍ୟଙ୍କୁ ମଧ୍ୟ ଏଭଳି ଘଟଣାର ସମ୍ମୁଖୀନ ହେବାକୁ ପଡ଼ିଛି । ସେ ହେଲେ କ୍ରିକେଟର୍ ଅଭିଶେକ ଶର୍ମା । ମ୍ୟାଚ୍ ଶେଷ ହେବା ପରେ ହୋଟେଲକୁ ଯିବା ସମୟରେ ଅଭିଶେକଙ୍କ ହାତକୁ ଜଣେ ଯୁବତୀ ଧରି ଟାଣି ନେଇଥିଲେ । ଯାହାପରେ ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଥିଲା । କ୍ରିକେଟରଙ୍କୁ ଫ୍ୟାନ୍ସଙ୍କ ଭଲ ପାଇବା ଦେଖାଇବା କିଛି ଖରାପ କଥା ନୁହେଁ କିନ୍ତୁ ଏତେ ସିକ୍ୟୁରିଟି ଭିତରେ କ୍ରିକେଟରଙ୍କୁ ଟଣାଓଟରା କରିବା କିମ୍ବା ସେମାନଙ୍କ ପ୍ରାଇଭେସି ଖନନ କରିବା ଭଳି କାମ ଆଗାମୀ ସମୟରେ ଫ୍ୟାନ୍ସଙ୍କୁ ଭାରି ପଡ଼ିପାରେ ।






