AK ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଝଡ଼ି, ପବନ ସହ ବର୍ଷା । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ପ୍ରଭାବ ।ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା।

ଆଜି ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଝଡ଼, ବର୍ଷା ସାଙ୍ଗକୁ ବର୍ଷା। କଟକ, ଭୁବନେଶ୍ବର ସମେତ ପୁରୀରେ ବି ସକାଳୁ ସକାଳୁ ବର୍ଷା। ଅସ୍ତରଙ୍ଗରେ ହଠାତ ମାଡି ଆସିଲା କାଳ ବୈଶାଖୀ। ସକାଳୁ ସକାଳୁ କଳା ହାଣ୍ଡିଆ ମେଘ ବାଦଲ ସାଙ୍ଗକୁ ପବନ ବର୍ଷା ଆରମ୍ଭ ହୋଇଯାଇଛି। ଏବେ ପୁରା ଅସ୍ତରଙ୍ଗ ଅଞ୍ଚଳ କୁ ଆଚ୍ଛାଦିତ କରି ବର୍ଷା ଜୋରଦାର ହେଉଛି। ତା ସାଙ୍ଗକୁ ପବନ ଜାରି ରହିଛି। ଦୁଇ ଦିନ ଧରି ପ୍ରବଳ ଖରାରେ ଅସହ୍ୟ ତାତିରୁ ଅଶ୍ୱସ୍ତ ମିଳିଛି । କିନ୍ତୁ ଏହି କାଳ ବୈଶାଖୀ ପ୍ରଭାବରେ ଅସ୍ତରଙ୍ଗ ଅଂଚଳରେ ରବି ଋତୁର ବିରି ମୁଗ ସାଙ୍ଗକୁ ମାଣ୍ଡିଆ ଚାଷ ପ୍ରଭାବିତ ହୋଇଛି । ଏବେ ବର୍ଷା ଘଡଘଡି ପବନ ପୁରା ଅସ୍ତରଙ୍ଗ ଅଞ୍ଚଳକୁ ପ୍ରଭାବିତ କରି ରଖିଛି। ରାଜ୍ୟରେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଳାଶୀ ବର୍ଷା। ଛତିଶଗଡ଼ରୁ ମଣିପୁର ପର୍ଯ୍ୟନ୍ତ ଏକ ଟ୍ରଫ୍ଲାଇନ ଆଭ୍ୟନ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଦେଇ ଗତି କରୁଛି। ଏହା ପ୍ରଭାବରେ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ବଳବତ୍ତର ରହିଛି।






