AK ମୟୂରଭଞ୍ଜ ଉଦଳା ମେଡିକାଲରେ ରୋଗୀଙ୍କୁ ଏକ୍ସପାଏରୀ ଔଷଧ ଦିଆଯାଉଥିବା ଅଭିଯୋଗ। ତାହା ପୁଣି କୁଣ୍ଡିଆ ରୋଗ ପାଇଁ କାନ ଡ୍ରପ ଦିଆଯାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ଉଦଳା ଥାନା ଖଲାଡ଼ି ଗାଁର ଲରେନ୍ସ ଖଣ୍ଡେଇ ଦେହରେ ଘା’ ହେଉଥିବା ନେଇ ଉଦଳା ମେଡିକାଲକୁ ଆସିଥିଲେ । ମୟୂରଭଞ୍ଜ ଉଦଳା ମେଡିକାଲରେ ରୋଗୀଙ୍କୁ ଏକ୍ସପାଏରୀ ଔଷଧ ଦିଆଯାଉଥିବା ଅଭିଯୋଗ । ତାହା ପୁଣି କୁଣ୍ଡିଆ ରୋଗ ପାଇଁ କାନ ଡ୍ରପ ଦିଆଯାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି ।

ଉଦଳା ଥାନା ଖଲାଡ଼ି ଗାଁର ଲରେନ୍ସ ଖଣ୍ଡେଇ ଦେହରେ ଘା’ ହେଉଥିବା ନେଇ ଉଦଳା ମେଡିକାଲକୁ ଆସିଥିଲେ। ଉଦଳା ଡାକ୍ତରଖାନାରେ ଡାକ୍ତର ଦେଖାଇ ନିରାମୟରୁ ଔଷଧ ନେଇ ଘରକୁ ଫେରିଥିଲେ। ହେଲେ ରାତିରେ ଔଷଧ ଖାଇବା ବେଳେ ଜାଣିବାକୁ ପାଇଥିଲେ ଦିଆଯାଇଥିବା ଲୋସନ ଏକ୍ସପାଏର ହୋଇଯାଇଛି । କ୍ଲଟ୍ରିମାଜଲ ଲୋସନ ଟି ୨୦୨୫ ମସିହାରୁ ଏକ୍ସପାଏରୀ ହୋଇଯାଇଥିବା ବେଳେ ତାହା ରୋଗୀଙ୍କୁ ଦିଆଯାଇଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ରୋଗୀ ଏବଂ ତାଙ୍କ ପରିବାର । ଏହା ସହିତ କୁଣ୍ଡିଆ ରୋଗ ପାଇଁ କାନ ଡ୍ରପ ଦିଆଯାଇଥିବା ଅଭିଯୋଗ କରିଛନ୍ତି । ସେପଟେ ଏଭଳି ସାଙ୍ଘାତିକ ଅଭିଯୋଗ ବାବଦରେ ଏସଡିଏମଓଙ୍କୁ ପଚାରିବାରୁ ଉକ୍ତ ମେଡ଼ିସିନ ପ୍ରେସକ୍ରିପସନରେ ଲେଖା ନାହିଁ ଏବଂ ତାହା ଉଦଳା ମେଡିକାଲର ନୁହେଁ ବୋଲି କହି ଦୋଷ ଖସାଇ ଦେଇଛନ୍ତି । ପ୍ରଶ୍ନ ଉଠୁଛି କିଏ କହୁଛି ସତ, ଏସଡିଏମଓ ନା ରୋଗୀ ଓ ସମ୍ପର୍କୀୟ । କର୍ମଚାରୀଙ୍କ ଅବହେଳାକୁ ଲୁଚାଇବାକୁ ଚେଷ୍ଟା କରୁ ନାହାନ୍ତି ତ ମେଡିକାଲ ଅଧିକାରୀ ।
ବ୍ୟୁରୋ ରିପୋର୍ଟ ଆପଣଙ୍କ ଖବର






