A.K ସପ୍ତାହର ଚତୁର୍ଥ ବାଣିଜ୍ୟ ଦିନରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ଫ୍ୟୁଚର୍ସ କାରବାର ଆରମ୍ଭ ହେବା ମାତ୍ରେ ରୁପାର ମୂଲ୍ୟ ଗୋଟିଏ ଝଟକାରେ ୪୭୦୦ ଟଙ୍କାରୁ ଅଧିକ ହ୍ରାସ ପାଇଛି । ଛଅ ସପ୍ତାହ ଧରି ଚାଲିଥିବା ଭୟଙ୍କର ଯୁଦ୍ଧ ଟିକେ ନିଶ୍ବାସ ମାରିବା ପରେ ଫଟାଫଟ୍ ବଢ଼ିଯାଇଥିଲା ସୁନା ଓ ରୁପା ଭାଉ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୫ ଦିନିଆ ଯୁଦ୍ଧବିରତି ଘୋଷଣା କରିବା ପରେ ସୁନା,ରୁପା ବଜାରରେ ତୀବ୍ର ବୃଦ୍ଧି ଦେଖିବାକୁ ମିଳିଥିଲା । କିନ୍ତୁ ମାତ୍ର ଗୋଟିଏ ଦିନ ପରେ ପୁଣିଥରେ ଶସ୍ତା ହୋଇଛି ସୁନା-ରୁପା । ଯଦି ଆଗକୁ ଘରେ ବାହାଘର ଅଛି ତା’ହେଲେ ଆଉ ଡେରୀ ନକରି ତୁରନ୍ତ କିଣିନିଅନ୍ତୁ ସୁନା,ରୁପା । ସପ୍ତାହର ଚତୁର୍ଥ ବାଣିଜ୍ୟ ଦିନରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ଫ୍ୟୁଚର୍ସ କାରବାର ଆରମ୍ଭ ହେବା ମାତ୍ରେ ରୁପାର ମୂଲ୍ୟ ଗୋଟିଏ ଝଟକାରେ ୪୭୦୦ ଟଙ୍କାରୁ ଅଧିକ ହ୍ରାସ ପାଇଛି । ଏହି ହ୍ରାସ ପରେ, ୧ କିଲୋଗ୍ରାମ ରୁପାର ମୂଲ୍ୟ ସର୍ବୋଚ୍ଚ ମୂଲ୍ୟଠାରୁ ୨.୦୪ ଲକ୍ଷ ଟଙ୍କା ହ୍ରାସ ପାଇଛି । ରୁପା ସହିତ ସୁନା ମୂଲ୍ୟ ମଧ୍ୟ କମିଛି । ବୁଧବାର MCX ରୁପା ମୂଲ୍ୟ ପ୍ରତି କିଲୋଗ୍ରାମ ୨ ଲକ୍ଷ ୩୯ ହଜାର ୯୧୮ ଟଙ୍କାରେ ବନ୍ଦ ହୋଇଥିଲା କିନ୍ତୁ ଗୁରୁବାର ବଜାର ଖୋଲିବା ମାତ୍ରେ ୨ ଲକ୍ଷ ୩୫ ହଜାର ୧୩୩ କୁ ହ୍ରାସ ପାଇଥିଲା ।

ସପ୍ତାହର ଚତୁର୍ଥ ବାଣିଜ୍ୟ ଦିନରେ କେବଳ ରୁପା ନୁହେଁ ସୁନା ମୂଲ୍ୟରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି । ବୁଧବାର ଦିନ ଅର୍ଥାତ ଜୁନ୍ ୫ ତାରିଖର ଅବଧି ସମାପ୍ତ ହୋଇଥିବା ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା MCX ରେ ୧ ଲକ୍ଷ ୫୧ ହଜାର ୭୭୬ ଟଙ୍କାରେ ବନ୍ଦ ହୋଇଥିଲା ଏବଂ ୧ ଲକ୍ଷ ୫୦ ହଜାର ୬୪୭ ରେ କାରବାର ଆରମ୍ଭ ହୋଇଥିଲା । ଯାହାର ଅର୍ଥ ହେଉଛି ସୁନା ମୂଲ୍ୟ ଏବେ ୧୧୨୯ ଟଙ୍କା ଶସ୍ତା ହୋଇଯାଇଛି । ରୁପା ମୂଲ୍ୟ ପରି ସୁନା ସର୍ବୋଚ୍ଚ ମୂଲ୍ୟ ଅପେକ୍ଷା ଯଥେଷ୍ଟ ଶସ୍ତା ହୋଇଛି ।
ଏହା ଉଲ୍ଲେଖନୀୟ ଯେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବା ପରେ ବୁଧବାର ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହଠାତ୍ ବୃଦ୍ଧି ପାଇଥିଲା । ବାଣିଜ୍ୟ ସମୟରେ ରୁପା କିଲୋଗ୍ରାମ ପିଛା ୧୫,୦୦୦ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ସୁନା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଥିଲା । କିନ୍ତୁ ମାତ୍ର ଗୋଟିଏ ଦିନ ପରେ ଉଭୟର ମୂଲ୍ୟ ପୁଣିଥରେ କମିଯାଇଛି । ଭୁବନେଶ୍ବରରେ ସୁନା ଏବଂ ରୁପାର ମୂଲ୍ୟକୁ ଯଦି ଦେଖିବା ତାହେଲେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୧ଲକ୍ଷ ୫୧ ହଜାର ୪୮୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୧ ଲକ୍ଷ ୩୮ ହଜାର ୮୫୦ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୧ ଲକ୍ଷ ୧୩ ହଜାର ୬୧୦ ଟଙ୍କା ରହିଛି ।






