AK ଆମେରିକା ଏହାର ମଧ୍ୟପ୍ରାଚ୍ୟ ସହଯୋଗୀ ଦେଶଗୁଡ଼ିକୁ ୮.୬ ବିଲିୟନ ଡଲାର (ପ୍ରାୟ ୮୧,୬୨୨ କୋଟି)ରୁ ଅଧିକ ମୂଲ୍ୟର ଅସ୍ତ୍ରଶସ୍ତ୍ର ବିକ୍ରୟକୁ ଅନୁମୋଦନ କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି । ଆମେରିକା ଏହାର ମଧ୍ୟପ୍ରାଚ୍ୟ ସହଯୋଗୀ ଦେଶଗୁଡ଼ିକୁ ୮.୬ ବିଲିୟନ ଡଲାର (ପ୍ରାୟ ୮୧,୬୨୨ କୋଟି)ରୁ ଅଧିକ ମୂଲ୍ୟର ଅସ୍ତ୍ରଶସ୍ତ୍ର ବିକ୍ରୟକୁ ଅନୁମୋଦନ କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଏହି ନିଷ୍ପତ୍ତି ପାଇଁ କଂଗ୍ରେସ ସମୀକ୍ଷା ପ୍ରକ୍ରିୟାକୁ ଏଡାଇ ଦେଇଛନ୍ତି।

ସଂସଦର ଅନୁମୋଦନ ବିନା ଟ୍ରମ୍ପ ଏଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି। ଆମେରିକାର ବୈଦେଶିକ ବିଭାଗ କହିଛି ଯେ, ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୈଦେଶିକ ସଚିବ ମାର୍କୋ ରୁବିଓ ତୁରନ୍ତ ଏହି ଚୁକ୍ତିଗୁଡ଼ିକୁ ଅନୁମୋଦନ କରିଛନ୍ତି, ଯାହା ଫଳରେ କଂଗ୍ରେସ ଅନୁମୋଦନର ଆଉ କୌଣସି ଆବଶ୍ୟକତା ନାହିଁ। ଏହି ଅସ୍ତ୍ରଶସ୍ତ୍ର ଚୁକ୍ତିଗୁଡ଼ିକ ଇସ୍ରାଏଲ, କତାର, କୁଏତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପାଇଁ କରାଯାଇଛି । ସବୁଠାରୁ ବଡ଼ ଚୁକ୍ତି କତାର ସହିତ ହୋଇଛି। କତାର ୪.୦୧ ବିଲିୟନ ଡଲାର(ପ୍ରାୟ ୩୮,୦୫୯କୋଟି) ମୂଲ୍ୟର ପାଟ୍ରିଅଟ୍ ବାୟୁ ଏବଂ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ପାଇବ। କତାର ୯୯୨.୪ ନିୟୁତ ଡଲାର(ପ୍ରାୟ ୯,୪୧୭ କୋଟି) ମୂଲ୍ୟର ଆଡଭାନ୍ସଡ୍ ପ୍ରିସିସନ୍ କିଲ୍ ୱେପନ୍ ସିଷ୍ଟମ୍ (ଏପିକେଡବ୍ଲୁଏସ୍)ମଧ୍ୟ ପାଇବ। କୁଏତକୁ ୨.୫ ବିଲିୟନ ଡଲାର(ପ୍ରାୟ ୨୩,୭୨୮କୋଟି) ମୂଲ୍ୟର ଏକ ସମନ୍ୱିତ ଯୁଦ୍ଧ କମାଣ୍ଡ ସିଷ୍ଟମ ମିଳିବ। ଇସ୍ରାଏଲକୁ ୯୯୨.୪ ମିଲିୟନ ଡଲାର(ପ୍ରାୟ ୯,୪୧୭ କୋଟି) ମୂଲ୍ୟର ଆଡଭାନ୍ସଡ୍ ପ୍ରିସିସନ୍ କିଲ୍ ୱେପନ୍ ସିଷ୍ଟମ୍ ଅସ୍ତ୍ରଶସ୍ତ୍ର ମିଳିବ। ୟୁଏଇକୁ ୧୪୭.୬ ମିଲିୟନ (ପ୍ରାୟ ୧,୪୦୧ କୋଟି) ମୂଲ୍ୟର ଆଡଭାନ୍ସଡ୍ ପ୍ରିସିସନ୍ କିଲ୍ ୱେପନ୍ ସିଷ୍ଟମ୍ ସିଷ୍ଟମ ପାଇଁ ଅନୁମୋଦନ ମିଳିଛି। ବିଏଇ ସିଷ୍ଟମ, ଲକହିଡ୍ ମାର୍ଟିନ୍, ଆର୍ଟିଏକ୍ସ କର୍ପୋରେସନ ଏବଂ ନଥ୍ରୋପ୍ ଗ୍ରୁମ୍ୟାନ୍ ଭଳି ପ୍ରମୁଖ ପ୍ରତିରକ୍ଷା କମ୍ପାନିଗୁଡ଼ିକ ଏହି ଅସ୍ତ୍ରଶସ୍ତ୍ର ଯୋଗାଣରେ ସାମିଲ୍ ଅଛନ୍ତି।






