ଏ.କେ ବ୍ୟୁରୋ : ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏକ ବଡ଼ ଅପିଲ୍ କରିଥିଲେ। ମୋଦି କହିଥିଲେ କି ଏବେ ବର୍ଷେ ଯାଏଁ ସୁନା ନକିଣିବାକୁ, ଏହାସହ ତେଲ ଦେଖି ଚାହିଁ ଖର୍ଚ୍ଚ କରିବାକୁ। ଏପରିକି ଇନ୍ଧନ ବଞ୍ଚାଇବାକୁ ଯାଇ ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ସୁରକ୍ଷା କାରକେଡରେ ବ୍ୟବହୃତ ଗାଡ଼ି ସଂଖ୍ୟା ମଧ୍ୟ କମାଇଦେଇଥିଲେ।
ଆଉ ଏବେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶ ଭିତରେ ଚିନି ଯୋଗାଣ ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏକ ବିଜ୍ଞପ୍ତି ଜାରି କରି ସରକାର ଚିନି ରପ୍ତାନି ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇଛନ୍ତି।
ଏହି ପ୍ରତିବନ୍ଧକ ସେପ୍ଟେମ୍ବର ୩୦, ୨୦୨୬ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ବିଜ୍ଞପ୍ତି ତିନୋଟି ବର୍ଗକୁ ଅନ୍ତର୍ଭୁକ୍ତ କରେ: କଞ୍ଚା ଚିନି, ଧଳା ଚିନି ଏବଂ ରିଫାଇନ୍ ଚିନି।

ସରକାରଙ୍କ ଏହି ପଦକ୍ଷେପ ଏପରି ସମୟରେ ଆସିଛି ଯେତେବେଳେ ଘରୋଇ ବଜାରରେ ଚିନି ମୂଲ୍ୟ ଉପରେ ଚାପ ବଢ଼ୁଛି। ରପ୍ତାନି ଉପରେ କଟକଣା ଲଗାଇ, ଘରୋଇ ଯୋଗାଣକୁ ସୁଦୃଢ଼ କରାଯିବ ଏବଂ ମୂଲ୍ୟ ନିୟନ୍ତ୍ରଣରେ ରହିବ।
ଏହି କଟକଣା ୟୁରୋପୀୟ ସଂଘ ଏବଂ ଆମେରିକା ପାଇଁ CXL ଏବଂ TRQ କୋଟା, ଆଡଭାନ୍ସ ଅଥରାଇଜେସନ୍ ସ୍କିମ୍ ଅଧୀନରେ ଆବଶ୍ୟକତା ଏବଂ ଅନ୍ୟ ଦେଶର ଖାଦ୍ୟ ସୁରକ୍ଷା ଆବଶ୍ୟକତା ପୂରଣ କରିବା ପାଇଁ ସରକାର-ସରକାର ଆଧାରରେ କରାଯାଇଥିବା ଚିନି ରପ୍ତାନି ଉପରେ ପ୍ରଯୁଜ୍ୟ ହେବ ନାହିଁ। ପୂର୍ବରୁ ରପ୍ତାନି ପାଇପଲାଇନରେ ଥିବା କନସାଇନମେଣ୍ଟଗୁଡ଼ିକୁ ମଧ୍ୟ ଛାଡ କରାଯାଇଛି।
ବ୍ୟୁରୋ ରିପୋର୍ଟ ଆପଣଙ୍କ ଖବର






