AK ପୂର୍ବ ଭଳି ଭାରତ ପୁଣିଥରେ ନିଜର ‘ନେବରହୁଡ୍ ଫାଷ୍ଟ’ (ପଡ଼ୋଶୀ ପ୍ରଥମ) ନୀତି ଅନୁଯାୟୀ ମାଳଦ୍ୱୀପକୁ ସେହି ଯୋଜନାର ଲାଭ ପହଞ୍ଚାଇଛି, ଯାହା ପ୍ରାୟ ୧୨ ବର୍ଷ ହେବ ଅଟକି ରହିଥିଲା । ପଶ୍ଚିମ ଏସିଆ ଯୁଦ୍ଧ ଯୋଗୁଁ ଭାରତର କ୍ଷୁଦ୍ର ପଡ଼ୋଶୀ ଦେଶ ମାଳଦ୍ୱୀପ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ।

କିନ୍ତୁ ପୂର୍ବ ଭଳି ଭାରତ ପୁଣିଥରେ ନିଜର ‘ନେବରହୁଡ୍ ଫାଷ୍ଟ’ (ପଡ଼ୋଶୀ ପ୍ରଥମ) ନୀତି ଅନୁଯାୟୀ ମାଳଦ୍ୱୀପକୁ ସେହି ଯୋଜନାର ଲାଭ ପହଞ୍ଚାଇଛି, ଯାହା ପ୍ରାୟ ୧୨ ବର୍ଷ ହେବ ଅଟକି ରହିଥିଲା। ଭାରତ ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଘ (SAARC) ଫ୍ରେମୱର୍କର ‘କରେନ୍ସି ସ୍ୱାପିଂ’ ଅଧୀନରେ ତୁରନ୍ତ ୩,୦୦୦ କୋଟି ଟଙ୍କା ଉଠାଣ ପାଇଁ ମଞ୍ଜୁରୀ ଦେଇଛି । ଅଧିକାରୀଙ୍କ କହିବା ଅନୁଯାୟୀ, ସାର୍କ କରେନ୍ସି ସ୍ୱାପ୍ ବ୍ୟବସ୍ଥା ଦ୍ୱାରା ମାଳଦ୍ୱୀପକୁ ଏହି ଆର୍ଥିକ ସଙ୍କଟ ସମୟରେ ବିଦେଶୀ ମୁଦ୍ରା ଯୋଗାଡ଼ କରିବାରେ ସହାୟତା ମିଳିବ, ଯାହାଫଳରେ ସେମାନଙ୍କୁ କେବଳ ବଜାର ଦରର ଋଣ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ସୂଚନାଯୋଗ୍ୟ ଯେ, ସାର୍କ ଏବେ ପୂର୍ବ ଭଳି ଏକ ସକ୍ରିୟ ସଂଗଠନ ହୋଇ ରହିନାହିଁ। ଏକ ରିପୋର୍ଟ ଅନୁଯାୟୀ, ଏହାଦ୍ୱାରା ପୈଠ ସନ୍ତୁଳନ (Balance of Payments) ଚାପ କମ୍ ହେବ ଏବଂ ଦେଶରେ ଆର୍ଥିକ ସ୍ଥିରତା ସ୍ଥାପନ କରିବାରେ ସହାୟତା ମିଳିବ






