AK ସମୁଦ୍ର ମୁହାଁ କଇଁଛ ଶାବକ । ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ସମୁଦ୍ର ଭିତରକୁ ଗଲେଣି ୨ଲକ୍ଷ ୬୦ହଜାରରୁ ଅଧିକ କଇଁଛ ଶାବକ । ଶାବକଙ୍କ ସୁରକ୍ଷା ପ୍ରତି ତୀକ୍ଷ୍ଣ ନଜର ରଖିଛି ଚିଲିକା ବନବିଭାଗ । ସମୁଦ୍ର ବାଲି ତଳୁ ଆରମ୍ଭ ଜୀବନର ପ୍ରଥମ ଯାତ୍ରା ।

ଲକ୍ଷ୍ୟସ୍ଥଳରେ ପହଂଚିବାକୁ ଟିକି ଟିକି ପାଦରେ ଆଗେଇ ଚାଲିଛନ୍ତି କଇଁଛ ଶାବକ ସେଗୁଡ଼ିକୁ ନିରାପଦରେ ସମୁଦ୍ର ଭିତରକୁ ପହଂଚାଇବା ପାଇଁ ବନ୍ୟ ବିଭାଗର କର୍ମଚାରୀଙ୍କ ୪୫ ରୁ ୫୦ ଦିନର ଅକ୍ଲାନ୍ତ ପରିଶ୍ରମ ଶେଷରେ ସଫଳ ହୋଇଛି। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ଏବର୍ଷ ୨୬୯୪ଟି ବିରଳ ଅଲିଭ ରିଡ଼ଲେ କଇଁଛ ଗଣ ଅଣ୍ଡାଦାନ କରିଥିଲେ। ମୋଟ ୩ଲକ୍ଷ ୨୦ହଜାର ୬୦୬ ଟି ଅଣ୍ଡାକୁ ବାଲି ତଳୁ ବାହାର କରି ନିରାପଦରେ ଅସ୍ଥାୟୀ ହାଚେରୀ ଭିତରେ ରଖାଯାଇଥିଲା । ସେଥିମଧ୍ୟରୁ ଅଣ୍ଡା ଫୁଟି ଆଜି ଭିତରେ ୨ଲକ୍ଷ ୬୦ହଜାର ୬୦୩ ଶାବକ ସମୁଦ୍ର ଭିତରକୁ ଯାଇ ସାରିଲେଣି । ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ। ଚିଲିକା ଡିଭିଜନ ର ରମ୍ଭା, ସାତପଡା, ଚିଲିକା ନୂଆପଡ଼ା ରେଞ୍ଜ ରେ ଏ ପ୍ରକ୍ରିୟା ଜାରି ରହିଛି । କଇଁଛ ଶାବକଙ୍କ ସମୁଦ୍ର ଭିତରକୁ ଯିବା ଦୃଶ୍ୟ ଅତି ମନୋରମ ପରିବେଶ ସୃଷ୍ଟି କରିଛି। ସେପଟେ କଇଁଛ ଶାବକ କିପରି ସୁରକ୍ଷିତ ଭାବରେ ସମୁଦ୍ର ରେ ପହଞ୍ଚିବେ ସେ ଦିଗରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଚିଲିକା ଡି ଏଫ୍ ଓ ଅମ୍ଳାନ ନାୟକ ।






