AK ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ସହ ଜଡ଼ିତ ମାନହାନି ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଗୁଆ ଜାମିନ ପାଇବା ପରେ କଂଗ୍ରେସ ନେତା ପବନ ଖେଡ଼ାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ କର୍ମୀମାନେ ତାଙ୍କୁ “ଶେର ଆୟା” ସ୍ଲୋଗାନ ଦେଇ ସ୍ୱାଗତ କରିଥିଲେ ।

ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ସହ ଜଡ଼ିତ ମାନହାନି ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଗୁଆ ଜାମିନ ପାଇବା ପରେ କଂଗ୍ରେସ ନେତା ପବନ ଖେଡ଼ାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ କର୍ମୀମାନେ ତାଙ୍କୁ “ଶେର ଆୟା” ସ୍ଲୋଗାନ ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ଖେଡ଼ା କହିଛନ୍ତି ଯେ, ସରକାରୀ ତନ୍ତ୍ରର ଅପବ୍ୟବହାର କରାଯାଉଥିବା ବେଳେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ବାବା ସାହେବ ଆମ୍ବେଦକରଙ୍କ ସମ୍ବିଧାନ ଉପରେ ତାଙ୍କର ବିଶ୍ୱାସକୁ ଆହୁରି ଦୃଢ଼ କରିଛି। ନ୍ୟାୟପାଳିକା ବିରୋଧୀ ନେତାଙ୍କୁ ସାମ୍ବିଧାନିକ ସୁରକ୍ଷା ଯୋଗାଇ ଦେଉଥିବାରୁ ସେ କୋର୍ଟଙ୍କୁ ଧନ୍ୟବାଦ ଜଣାଇବା ସହ ଏହାକୁ ଗଣତନ୍ତ୍ରର ବିଜୟ ବୋଲି ଅଭିହିତ କରିଛନ୍ତି ।






