AK ହିନ୍ଦୀ ହାର୍ଟ ଲ୍ୟାଣ୍ଡ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ହରିୟାଣାରେ ଥିଲେ ବିଜେପିର ମୁଖ୍ୟମନ୍ତ୍ରୀ। ଏହା ସାଙ୍ଗକୁ ଏବେ ଯୋଡ଼ି ହୋଇଯିବ ବିହାର। କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ଉପସ୍ଥିତିରେ ଆଜି ସମ୍ରାଟ ଚୌଧୁରୀଙ୍କୁ ବିଜେପିର ବିଧାୟକ ଦଳର ନେତା ବଛାଯାଇଛି। ଆସନ୍ତାକାଲି ବିହାର ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସମ୍ରାଟ ଚୌଧୁରୀ। ନିର୍ବାଚନର ପ୍ରାୟ ବର୍ଷେ ପରେ ବିଜେପି ନିଜ ହାତକୁ ବିହାରକୁ ନେଇଯିବ। ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ନୀତୀଶ କୁମାରଙ୍କ ଯୁଗ ବିହାରରେ ଶେଷ ହୋଇଛି। ବିହାର ଦେଖିବ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ। ବୁଧବାର ହୋଇପାରେ ଶପଥ ଗ୍ରହଣ ଉତ୍ସବ। ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଭାଗ ନେଇପାରନ୍ତି।

ହିନ୍ଦୀ ହାର୍ଟ ଲ୍ୟାଣ୍ଡ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ହରିୟାଣାରେ ଥିଲେ ବିଜେପିର ମୁଖ୍ୟମନ୍ତ୍ରୀ। ଏହା ସାଙ୍ଗକୁ ଏବେ ଯୋଡ଼ି ହୋଇଯିବ ବିହାର। କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ଉପସ୍ଥିତିରେ ଆଜି ସମ୍ରାଟ ଚୌଧୁରୀଙ୍କୁ ବିଜେପିର ବିଧାୟକ ଦଳର ନେତା ବଛାଯାଇଛି। ସେ ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି।ରାଜ୍ୟସଭା ସାସଂଦ ଥିବା ନୀତୀଶ କୁମାର ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ନୀତୀଶ କୁମାର ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଥିଲେ ଏଥର ରାଜ୍ୟରେ ନୂଆ ସରକାର ଦାୟିତ୍ୱ ନେବ, ଏହି ସରକାର ପ୍ରତି ତାଙ୍କର ପୂର୍ଣ୍ଣ ସମର୍ଥନ ଓ ମାର୍ଗ ଦର୍ଶନ ରହିବ।
୫୭ ବର୍ଷୀୟ ସମ୍ରାଟ ଚୌଧୁରୀ ନୀତୀଶଙ୍କର ମନ୍ତ୍ରିମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକରୁଥିଲେ। କୋଇରିରୁ ଆସୁଥିବା ସମ୍ରାଟ ହେଉଛନ୍ତି ବିହାର ଓବିସର ବଡ଼ ନେତା। ଯାଦବଙ୍କ ପରେ ସମ୍ରାଟ ଆସୁଥିବା କୁଶୱାହ ଜାତିର ଜନସଂଖ୍ୟା ସର୍ବାଧିକ । ତେବେ ଏହି ଜାତିର ଜଣଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ନୀତୀଶ ବିଜେପିକୁ ପରାମର୍ଶ ଦେଇଥିଲେ । ଗତ ୨୦୨୫ ବିଧାନସଭା ନିର୍ବାଚନରେ ବିଜେପି ୮୯ଟି ଆସନ ଆଣିଥିବା ବେଳେ ଜେଡିୟୁ ପାଇଥିଲା ୮୫ଟି ଆସନ। ତଥାପି ବିଜେପିର ପ୍ରତିଶ୍ରୁତି ଅନୁଯାୟୀ ନୀତୀଶ କୁମାର ହୋଇଥିଲେ ମୁଖ୍ୟମନ୍ତ୍ରୀ। ନୀତୀଶଙ୍କ ସମାଲୋଚକ ଭାବେ ଜଣାଶୁଣା ସମ୍ରାଟ ଚୌଧୁୀରୀ। ୨୦୨୨ରେ ନୀତୀଶଙ୍କୁ ଶାସନରୁ ହଟାଇବା ପାଇଁ ଶପଥ ନେଇଥିଲେ ସମ୍ରାଟ। ସେତେବେଳେ ଜେଡିୟୁ ଆରଜେଡି ସହ ଥିଲା ।
୨୦୨୪ ମସିହାରେ ବିଜେପି ଓ ଜେଡିୟୁ ଏକ ହୋଇଗଲେ। ୨୦୨୫ ମସିହାରେ ବିଜେପି ଏବଂ ଜେଡିୟୁ ଏକ ହୋଇ ନିର୍ବାଚନ ଲଢିଲେ। ତେବେ ପ୍ରାୟ 2 ଦଶନ୍ଧି ଧରି ବିହାରର ଶାସନ କରି ଆସୁଥିବା ନୀତୀଶ ରାଜର ଅନ୍ତ ଆଜି ହୋଇଗଲା। ବିହାରରେ ଜଙ୍ଗଲ ରାଜକୁ ଖତମ କରି ସ୍ୱଚ୍ଛ ଓ ସୁଶାନର ବାବୁ ପାଲଟିଥିଲେ ନୀତୀଶ କୁମାର। ୨୦୦୦ ମସିହାରେ ପ୍ରଥମେ ୭ ଦିନ ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ କୁମାର।
ଏହାପରେ ୨୦୦୫ ମସିହାରେ ଲାଗତର ମୁଖ୍ୟମନ୍ତ୍ରୀ ହୋଇ ଆସୁଥିଲେ ନୀତୀଶ। ମଝିରେ ଅଳ୍ପ ଦିନ ପାଇଁ ଜୀତିନରାମ ମାଂଝୀଙ୍କ ଶାସନକୁ ଛାଡ଼ିଦଲେ ନୀତୀଶ ମୁଖ୍ୟମନ୍ତ୍ରୀ ଭାବେ ଶାସନ କରିଛନ୍ତି ବିହାର ଉପରେ। କେତେବେଳେ ବିଜେପି ସହ ମିଶି ତ କେତେବେଳେ ଆରଜେଡି ସହ ମିଶି। ତେବେ ବିହାରରେ ଆଜି ଅନ୍ତ ହୋଇଗଲା ନୀତୀଶ ଏରାର। ୨୦୦୫ରୁ ବିଜେପି ବିହାରରେ ଜୁନିୟର ପାର୍ଟନର ଭାବେ କାମ ଶାସନରେ ଅଂଶିଦାର ଥିବା ବେଳେ ପ୍ରଥମ ଥର ପାଇଁ ବିଜେପି ପାଇଛି ମୁଖ୍ୟମନ୍ତ୍ରୀ ପଦ। ଆଉ ବିହାରରେ ବିଜେପିର ପ୍ରଥମ ମୁଖ୍ୟ ହେବେ ସମ୍ରାଟ ଚୌଧୁରୀ।
୧୯୬୮ ମସିହା ୧୬ ନଭେମ୍ବରରେ ଜନ୍ମ ଗ୍ରହଣ କରିଥିଲେ ସମ୍ରାଟ। ରାଜନୀତିକ ପରିବାରରୁ ଆସିଛନ୍ତି ସମ୍ରାଟ। ବାପା ଶକୁନି ଚୌଧୁରୀ ବିହାରର ପ୍ରଭାବଶାଳୀ ନେତା ଥିଲେ। ୬ଥରର ବିଧାୟକ ଓ ଥରେ ସାଂସଦ ଥିଲେ ଶକୁନି ଚୌଧୁରୀ। ମା’ ପାର୍ବତୀ ଦେବୀ ମଧ୍ୟ ବିଧାୟକ ଥିଲେ। ୧୯୯୦ରେ ରାଜନୀତିକୁ ଓହ୍ଲାଇଥିଲେ ସମ୍ରାଟ। ୧୯୯୯ରେ ୩୧ ବର୍ଷ ବୟସରେ ବିହାର କୃଷି ମନ୍ତ୍ରୀ ହୋଇଥିଲେ।
୨୦୦୦ରୁ ୨୦୧୦ ପର୍ଯ୍ୟନ୍ତ ପରବତ୍ତାରୁ ବିଧାୟକ ହୋଇଥିଲେ। ୨୦୧୦ରେ ବିହାରର ବିରୋଧୀ ଦଳ ମୁଖ୍ୟ ସଚେତକ। ୨୦୧୪ରେ ବିହାର ସରକାରରେ ମନ୍ତ୍ରୀ। ଆରଜେଡି ଓ ଜେଡିୟୁରେ ରହିବା ପରେ ବିଜେପିରେ ସାମିଲ ହୋଇଥିଲେ। ୨୦୧୮ରେ ବିହାର ବିଜେପିର ଉପାଧ୍ୟକ୍ଷ ନିର୍ବାଚିତ। ବିହାର ବିଧାନପରିଷଦରେ ବିରୋଧୀ ଦଳ ନେତା ଥିଲେ। ୨୦୨୩ ମାର୍ଚ୍ଚରେ ବିହାର ବିଜେପିର ଅଧ୍ୟକ୍ଷ
୨୦୨୪ ଜାନୁଆରୀରେ ବିହାର ଉପମୁଖ୍ୟମନ୍ତ୍ରୀ। ୨୦୨୫ ନଭେମ୍ବରରେ ପୁଣି ଥରେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।






