AK ସୁଦାନ ସେନା ଓ ପାରାମିଲିଟାରୀ ”ରାପିଡ୍ ସପୋର୍ଟ ଫୋର୍ସ” (ଆରଏସଏଫ୍) ମଧ୍ୟରେ ଚାଲିଥିବା ଗୃହଯୁଦ୍ଧ ଯୋଗୁଁ ସୃଷ୍ଟ ମାନବିକ ସଙ୍କଟ ମଧ୍ୟରେ ସାଉଦି ଆରବ ଏହି କ୍ରୟ ପାଇଁ ପାଣ୍ଠି ଯୋଗାଇବାକୁ ମନା କରିବା ସହ ଚୁକ୍ତି ବାତିଲ କରିବାକୁ ସଙ୍କେତ ଦେଇଛି । ସାଉଦି ଆରବର ଅନୁରୋଧ ଏବଂ ଆର୍ଥିକ ସହାୟତା ପ୍ରତ୍ୟାହାର ପରେ ସୁଦାନକୁ ଯୁଦ୍ଧ ବିମାନ ଓ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ପାକିସ୍ତାନ କରିଥିବା ୧.୫ ବିଲିୟନ ଡଲାରର (ପ୍ରାୟ ୧୨,୫୦୦ କୋଟି ଟଙ୍କା) ଏକ ବୃହତ ଚୁକ୍ତି ବର୍ତ୍ତମାନ ସ୍ଥଗିତ ହୋଇଯାଇଛି ।

ସୁଦାନ ସେନା ଓ ପାରାମିଲିଟାରୀ ”ରାପିଡ୍ ସପୋର୍ଟ ଫୋର୍ସ” (ଆରଏସଏଫ୍) ମଧ୍ୟରେ ଚାଲିଥିବା ଗୃହଯୁଦ୍ଧ ଯୋଗୁଁ ସୃଷ୍ଟ ମାନବିକ ସଙ୍କଟ ମଧ୍ୟରେ ସାଉଦି ଆରବ ଏହି କ୍ରୟ ପାଇଁ ପାଣ୍ଠି ଯୋଗାଇବାକୁ ମନା କରିବା ସହ ଚୁକ୍ତି ବାତିଲ କରିବାକୁ ସଙ୍କେତ ଦେଇଛି । ଏହି ପଦକ୍ଷେପ ପାକିସ୍ତାନର ପ୍ରତିରକ୍ଷା ରପ୍ତାନି ଯୋଜନାକୁ ଏକ ଶକ୍ତ ଧକ୍କା ଦେଇଥିବା ବେଳେ ଆଫ୍ରିକା ଓ ପଶ୍ଚିମ ଏସିଆର କୂଟନୈତିକ ସମୀକରଣରେ ବଡ଼ ପରିବର୍ତ୍ତନ ଆଣିଛି । ଏହି ଚୁକ୍ତିଟି ଜାନୁଆରୀ ମାସରେ ସାଉଦି ଆରବର ମଧ୍ୟସ୍ଥତାରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା ଏବଂ ଗତବର୍ଷ ଭାରତ ସହ ସାମରିକ ସଂଘର୍ଷ ପରେ ପାକିସ୍ତାନୀ ଯୁଦ୍ଧ ବିମାନର ବୃଦ୍ଧି ପାଉଥିବା ଚାହିଦାକୁ ନେଇ ଏହି ବାଣିଜ୍ୟିକ ସମ୍ପର୍କ ଗଢ଼ିଉଠିଥିଲା । ତେବେ ପଶ୍ଚିମ ଦେଶଗୁଡ଼ିକର ପରାମର୍ଶ କ୍ରମେ ସାଉଦି ଆରବ ବର୍ତ୍ତମାନ ଆଫ୍ରିକାରେ ଚାଲିଥିବା ପରୋକ୍ଷ ଯୁଦ୍ଧ ବା ‘ପ୍ରକ୍ସି ୱାର୍’ରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛି । ରିୟାଦରେ ସୁଦାନ ସେନା ନେତୃତ୍ୱଙ୍କ ସହ ହୋଇଥିବା ବୈଠକ ପରେ ସାଉଦି ପକ୍ଷରୁ ଆର୍ଥିକ ସହାୟତା ବନ୍ଦ କରାଯାଇଛି, ଯାହାର ପ୍ରଭାବ କେବଳ ସୁଦାନ ନୁହେଁ ବରଂ ଲିବିଆ ସହ ହେବାକୁ ଥିବା ପାକିସ୍ତାନର ୪ ବିଲିୟନ ଡଲାରର ଅନ୍ୟ ଏକ ପ୍ରତିରକ୍ଷା ଚୁକ୍ତି ଉପରେ ମଧ୍ୟ ପଡ଼ିଛି। ସାଉଦି ଆରବ ନିଜର ଆଞ୍ଚଳିକ ରଣନୀତିର ପୁନର୍ବିଚାର କରୁଥିବାରୁ ଏବଂ ୟୁଏଇ ସହ ସୁଦାନ ସଂଘର୍ଷକୁ ନେଇ ରହିଥିବା ମତଭେଦ କାରଣରୁ ପାକିସ୍ତାନର ଅସ୍ତ୍ରଶସ୍ତ୍ର ବଜାର ବର୍ତ୍ତମାନ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ସମ୍ବେଦନଶୀଳ ବିଷୟରେ ପାକିସ୍ତାନ ସେନା କିମ୍ବା ସାଉଦି ସରକାର କୌଣସି ଆନୁଷ୍ଠାନିକ ବୟାନ ଜାରି କରିନାହାନ୍ତି ।






