AK ଢେଙ୍କାନାଳ ଜିଲ୍ଲା ଭାପୁର ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲା । ଭାପୁର ଫାଣ୍ଡି ଠାରୁ ମାତ୍ର ୨ଶହ ମିଟର ଦୂରରେ ସାପୁଆ ନଦୀ ଘାଟରେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିଲା । ପୀଡ଼ିତାଙ୍କ ମୁହଁକୁ ଦୃର୍ବୁତ୍ତ ନିଷ୍ଠୁର ଭାବରେ ହାଣିବା ସହିତ ପାଣିରେ ବୁଡ଼ାଇ ମାରିବାକୁ ଉଦ୍ୟମ କରିଥିଲା ।

ଏବେ ବି ପୀଡ଼ିତା କଟକ ବଡ଼ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଆଜିକୁ ୭ ଦିନ ବିତିଯାଇଥିଲେ ବି ଅଭିଯୁକ୍ତକୁ ପୁଲିସ ଧରିବାରେ ସକ୍ଷମ ହୋଇପାରିନାହିଁ l ପୀଡ଼ିତାଙ୍କ ପରିବାର ଓ ବସ୍ତି ବାସିନ୍ଦା ଢେଙ୍କାନାଳ ଏସ୍ପିଙ୍କୁ ଦେଖା କରି ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ଦାବିପତ୍ର ଦେଇଛନ୍ତି । ଢେଙ୍କାନାଳ ପୁଲିସ ଘଟଣାକୁ ଗୁରୁତ୍ଵ ସହ ନେଇ ତଦନ୍ତ କରୁଛି ଓ ପୀଡ଼ିତାଙ୍କ ବୟାନ ଆଧାରରେ ଖୁବ ଶୀଘ୍ର ଅପରାଧୀ କୁ ଧରାଯିବ ବୋଲି ଏସପି କହିଛନ୍ତି ।






