AK ସାଲିଆ ସାହିରେ କେବଳ ଯେ ଲୋକେ ରହୁଥିଲେ ତା ନୁହଁ । ଏଠି ବସ୍ତି ମଝିରେ ରହିଥିଲା ଅନେକ ଗୁହାଳ । ଗୋପାଳନ କରି ଅନେକ ପରିବାର ନିଜ ପରିବାର ଚଳାଉଥିଲେ । ବସ୍ତି ଉଚ୍ଛେଦ ହେବା ସମୟରେ ଏହି ଚିତ୍ର ସାମ୍ନାକୁ ଆସିଛି । ଗୁହାଳରେ ଶତାଧିକ ଗାଈ ବାଛୁରୀ ରହିଛନ୍ତି। ବସ୍ତି ବାସିନ୍ଦା ଘର ପାଇଲେ, ଏବେ ଆପାର୍ଟମେଣ୍ଟରେ ରହିବେ । କିନ୍ତୁ ଏହି ବାଛୁରୀ କେଉଁଠିକି ଯିବେ ତାହାର ଉତ୍ତର କାହାରି ପାଖେ ନାହିଁ । ସରକାର ଏ ଦୁଃଖ ବୁଝିବେ ବୋଲି ଆଶା ରଖିଛନ୍ତି ଗୋପାଳକ । ରାସ୍ତା ନିର୍ମାଣ ପାଇଁ ଉଛେଦ ହେଲା ବସ୍ତି । ମାଟିରେ ମିଶିଲା ଶତାଧିକ ଘର। ଭୁବନେଶ୍ବର ଏକାମ୍ରକାନନରୁ ଶିଖରଚଣ୍ଡୀକୁ ତିଆରି ଚାଲିଛି ୨ ଶହ ଫୁଟ୍ ଓସାରର ରାସ୍ତା । ବିଡିଏ, ବିଏମସି ଓ ପୁଲିସର ଉପସ୍ଥିତିରେ ଉଛେଦ ହୋଇଛି ବସ୍ତି । ରାସ୍ତା ନିର୍ମାଣ ପାଇଁ ଭଙ୍ଗା ଯାଇଛି ବସ୍ତି। ଗୋଟିଏ କି ଦୁଇଟି ନୁହଁ ମାଟିରେ ମିଶିଛି ୬ ଶହରୁ ଅଧିକ ଘର ।

ଏକାମ୍ରକାନନରୁ ଶିଖରଚଣ୍ଡୀକୁ ଲମ୍ବିଛି ଏହି ରାସ୍ତା। ୨୦୦ ଫୁଟିଆ ରାସ୍ତା ପାଇଁ ସାଲିଆ ସାହିର ଅନେକ ଘର ବିଭିନ୍ନ ପର୍ୟ୍ୟାୟରେ ଭାଙ୍ଗିଛି । ବସ୍ତି ଭାଙ୍ଗିବା ବେଳେ ପ୍ରଶାସନ ପ୍ରଥମେ ବିରୋଧର ସମ୍ମୁଖୀନ ହୋଇଥିଲା । କିନ୍ତୁ ପରେ ପୁଲିସ ଉପସ୍ଥିତିରେ ଆବଶ୍ୟକ ଘର ଭାଙ୍ଗାଯାଇଛି । ଆଉ ଯାହା ବାକି ଥିଲା ସେସବୁ ଏବେ ମାଟିରେ ମିଶିଛି । ହାତ ଗଣତି ଲୋକଙ୍କୁ ଛାଡିଦେଲେ ଆଉ ସମସ୍ତେ ସରକାରୀ ଯୋଜନାରେ ଘର ପାଇଛନ୍ତି । ପ୍ରାୟ ସମସ୍ତେ ନୂଆ ଘରକୁ ଚାଲିଯାଇଛନ୍ତି । କିନ୍ତୁ ଦୀର୍ଘ ବର୍ଷର ଘର ଭାଙ୍ଗିବାର କଷ୍ଟ ତାଙ୍କ ଚେହରାରୁ ବାରି ହୋଇପଡ଼ୁଛି । ବାଲିଆ ସାହି ରେ କେବଳ ଯେ ଲୋକେ ରହୁଥିଲେ ତା ନୁହଁ । ଏଠି ବସ୍ତି ମଝିରେ ରହିଥିଲା ଅନେକ ଗୁହାଳ । ଗୋପାଳନ କରି ଅନେକ ପରିବାର ନିଜ ପରିବାର ଚଳାଉଥିଲେ । ବସ୍ତି ଉଚ୍ଛେଦ ହେବା ସମୟରେ ଏହି ଚିତ୍ର ସାମ୍ନାକୁ ଆସିଛି । ଗୁହାଳରେ ଶତାଧିକ ଗାଈ ବାଛୁରୀ ରହିଛନ୍ତି। ବସ୍ତି ବାସିନ୍ଦା ଘର ପାଇଲେ, ଏବେ ଆପାର୍ଟମେଣ୍ଟରେ ରହିବେ । କିନ୍ତୁ ଏହି ବାଛୁରୀ କେଉଁଠିକି ଯିବେ ତାହାର ଉତ୍ତର କାହାରି ପାଖେ ନାହିଁ । ସରକାର ଏ ଦୁଃଖ ବୁଝିବେ ବୋଲି ଆଶା ରଖିଛନ୍ତି ଗୋପାଳକ । ଦୀର୍ଘ ବର୍ଷ ଧରି ଏହି ଜାଗାରେ ହିଁ, ନିଜର ସୁଖ ଦୁଃଖ ବାଣ୍ଟୁଥିଲେ । ଏବେ ଆଉ ସେ ଘର ନାହିଁ। ସବୁକିଛି ମାଟିରେ ମିଶିଯାଇଛି । ଆଉ ଭଙ୍ଗା ଦଦରା ଘରେ ସାଉଁଟୁଛନ୍ତି ପୁରୁଣା ସ୍ମୃତି ।






