ସୋନପୁର,(ଏ.କେ. ବ୍ୟୁରୋ): ରେଡକ୍ରସର ପ୍ରତିଷ୍ଠାତା ସାର ହେନେରୀ ଡୁନାଣ୍ଟଙ୍କ ଜନ୍ମଦିନ ଅବସରରେ ପ୍ରତିବର୍ଷ ମଇ ୮ ତାରିଖକୁ ସମଗ୍ର ବିଶ୍ୱରେ ବିଶ୍ୱ ରେଡକ୍ରସ ଦିବସ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜୁନିଅର ରେଡକ୍ରସ ପରିବାର ପକ୍ଷରୁ ହିକୁଡି ବ୍ରିଜଛକଠାରେ ଦହି ସରବତ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଜିଲ୍ଲା ଶିକ୍ଷା ଅଧିକାରୀ ମିନାରାଣୀ ମଙ୍ଗଳ ଓ ପୂର୍ବତନ ଜେଆରସିଓ ରବିଚନ୍ଦ୍ର ପଶାୟତଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୁନିଅର ରେଡକ୍ରସ ଅଫିସର ଚନ୍ଦ୍ରମଣି ବାଘ ସଭାପତିତ୍ୱ କରିଥିଲେ।

ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଉଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଅମ୍ଲାନ କୁମାର ପାଣ୍ଡିଆ, ପରମେଶ୍ୱରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେଶବ କୁମାର ଦାଶ ଓ ମୁର୍ଷୁଣ୍ଢି ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାଳିଆ କର୍ମୀ ପ୍ରମୁଖ ଯୋଗଦେଇ ରେଡକ୍ରସ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।ପରେ ରେଡକ୍ରସର ସାଧନ କର୍ମୀ ଓ ପରାମର୍ଶଦାତାମାନେ ରାସ୍ତାରେ ଯାଉଥିବା ପଥଚାରୀମାନଙ୍କୁ ଦହି ସରବତ ବଣ୍ଟନ କରିଥିଲେ। ଆୟୋଜକମାନଙ୍କୁ ଉତ୍ସାହିତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଓ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଥିଲେ।ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ରକ୍ତଦାନ ଶିବିରରେ ବ୍ରତାନନ୍ଦ ଭୋଇ, ଗୋପେଶ ପଣ୍ଡା, ଚନ୍ଦ୍ରଶେଖର ମହାପାତ୍ର, ଜଗଦୀଶ ଦାଶ ଓ ଘନଶ୍ୟାମ ମେହେର ପ୍ରମୁଖ ରକ୍ତଦାନ କରିଥିଲେ।
କାର୍ଯ୍ୟକ୍ରମରେ ଜୁନିଅର ରେଡକ୍ରସ ଉପସଭାପତି ଗତିକୃଷ୍ଣ ମିଶ୍ରଙ୍କ ସହ ହୃଷିକେଶ ଚାନ୍ଦ, ଜଗଦୀଶ ଦାଶ, ଚନ୍ଦ୍ରଶେଖର ମହାପାତ୍ର, ଗୋପେଶ ପଣ୍ଡା, ବିକ୍ରମ କୁମାର ନନ୍ଦ, ପବିତ୍ର ବାରିକ, ଶେଷଦେବ ଛତ୍ର, ଅନିଲ ସେଠି, ନିମାଇଁ ମଲ୍ଲିକ, ହୃଷିକେଶ ଡାଙ୍ଗ, ବିଜୟ ପଣ୍ଡା, ବୈକୁଣ୍ଠ ଶତପଥୀ, ବଳରାମ ପୁରୋହିତ, ବିଶ୍ୱନାଥ ପାଣିଗ୍ରାହୀ, ପ୍ରହଲ୍ଲାଦ ନାୟକ, ବେଣୁଧର ସୁରୁଜାଲ, ଚୈତନ୍ୟ ଜଗଦଲା, ଜିତେନ୍ଦ୍ର ପରଡିଆ, ରାଜୁ ମେହେର, ବିଶେଶ୍ୱର ଗୁରୁ, ମଳୟ ଅମାତ, ଅଚ୍ୟୁତ ରଣା, ପ୍ରଜ୍ଞା ପରିମିତା ମିଶ୍ର, ଲୋକନାଥ ଠେଲା ଓ ହେମନ୍ତ ମେହେର ପ୍ରମୁଖ ସହଯୋଗ କରିଥିଲେ।
ବୀରମହାରାଜପୁର ବ୍ଲକ ରୁ ଯୁଧିଷ୍ଠିର ଖମାରୀ ଙ୍କ ରିପୋର୍ଟ ଆପଣଙ୍କ ଖବର






