AK ସୁବର୍ଣ୍ଣପୁର, ସୁବଳୟା ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ଙ୍କ ଖଣ୍ଡ ସ୍ତରୀୟ ଅଭ୍ୟାସ ବର୍ଗ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଜିଲ୍ଲା ସଦଭାବନା ପ୍ରମୁଖ ସନ୍ତୋଷ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବୀରମହାରାଜପୁର ଖଣ୍ଡ କାର୍ଯ୍ୟବାହ ବିଭୁତି ଭୁଷଣ କୁଦେଇ, ଖଣ୍ଡ ଶାରୀରିକ ପ୍ରମୁଖ ପୂର୍ଣ୍ଣଚନ୍ଦ୍ର ଖମାରୀ, ଖଣ୍ଡ ପ୍ରଚାର ପ୍ରମୁଖ ଯୁଧିଷ୍ଠିର ଖମାରୀ ସହ ଦୀନେଶ ବିଶ୍ୱାଳ, ସିତୁନ୍ ସହୁ ଓ ଆନନ୍ଦ ବିଶ୍ୱାଳ ଆଦି ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମର ଆରମ୍ଭରେ ‘ଓମ୍’ ଉଚ୍ଚାରଣ ପରେ ମାସିକ ଗୀତ, ସୁଭାଷିତ ଓ ଅମୃତ ବଚନ ପାଠ ସହ ଅଭ୍ୟାସ କାର୍ଯ୍ୟ ସଂପନ୍ନ ହୋଇଥିଲା। ଏହାସହ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ସଂଘ ଶିକ୍ଷା ବର୍ଗ ଓ ଘୋଷ ବର୍ଗ ପାଇଁ ଶିକ୍ଷାର୍ଥୀ ଯୋଗାଯୋଗ ସମ୍ବନ୍ଧୀୟ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଥିଲା।ଶେଷରେ ଶାନ୍ତି ପାଠ ପରେ ସଭାର ସମାପନ ହୋଇ ଥିଲା l






