AK ଇରାନ ଦ୍ୱାରା ବିଛାଯାଇଥିବା ସମୁଦ୍ର ମାଇନ୍ ହଟାଇବା ପାଇଁ ପ୍ରାୟ ଛଅ ମାସ ସମୟ ଲାଗିପାରେ ବୋଲି ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍ ସାଂସଦଙ୍କୁ ସୂଚନା ଦେଇଛି। ଇରାନ ଯୁଦ୍ଧ ଯୋଗୁଁ ହର୍ମୁଜ୍ ସମୁଦ୍ର ପଥ ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ପେଣ୍ଟାଗନ୍ କହିଛି।

ଯଦିଓ ଇରାନ ଏବଂ ଆମେରିକା ମଧ୍ୟରେ ସ୍ଥାୟୀ ଅସ୍ତ୍ରବିରତି ହେଲେ ମଧ୍ୟ ହର୍ମୁଜ୍ ପ୍ରଣାଳୀ ଦେଇ ସାଧାରଣ ଯାତାୟାତ ସମ୍ଭବ ହେବ ନାହିଁ। ଇରାନ ଦ୍ୱାରା ବିଛାଯାଇଥିବା ସମୁଦ୍ର ମାଇନ୍ ହଟାଇବା ପାଇଁ ପ୍ରାୟ ଛଅ ମାସ ସମୟ ଲାଗିପାରେ ବୋଲି ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍ ସାଂସଦଙ୍କୁ ସୂଚନା ଦେଇଛି। ଇରାନ ଯୁଦ୍ଧ ଯୋଗୁଁ ହର୍ମୁଜ୍ ସମୁଦ୍ର ପଥ ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ପେଣ୍ଟାଗନ୍ କହିଛି। ସମସ୍ୟା ହେଉଛି, ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଶେଷ ନହେବା ପର୍ଯ୍ୟନ୍ତ ସଫେଇ ଅଭିଯାନ ଅସମ୍ଭବ। ଏହାର ଅର୍ଥ ହେଉଛି ସଂଘର୍ଷର ଆର୍ଥିକ ପ୍ରଭାବ ଅତି କମରେ ଚଳିତ ବର୍ଷ ଶେଷ କିମ୍ବା ଏହା ପରେ ମଧ୍ୟ ଜାରି ରହିପାରେ । ଦି ୱାସିଂଟନ ପୋଷ୍ଟ ଅନୁଯାୟୀ, ଆମେରିକୀୟ ସାଂସଦଙ୍କ ପାଇଁ ଏକ ଗୋପନୀୟ ବ୍ରିଫିଂରେ ସେୟାର କରାଯାଇଥିବା ପେଣ୍ଟାଗନ୍ର ତଥ୍ୟ ସୂଚାଇ ଦେଇଛି ଯେ, ହର୍ମୁଜ୍ ପ୍ରଣାଳୀରୁ ସମୁଦ୍ର ମାଇନ୍ ହଟାଇବା ପାଇଁ ୨୪ ସପ୍ତାହରୁ ଅଧିକ ସମୟ ଲାଗିବ। ଫଳସ୍ୱରୂପ, ତେଲ ଦର ଶୀଘ୍ର ହ୍ରାସ ପାଇ ପାରିବ ନାହିଁ। ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପର୍ଯ୍ୟନ୍ତ ପେଟ୍ରୋଲ ଏବଂ ତେଲ ଦର ଅଧିକ ରହିପାରେ। ରିପୋର୍ଟ ଅନୁଯାୟୀ, ପେଣ୍ଟାଗନ୍ ହାଉସ ଆର୍ମଡ୍ ସର୍ଭିସେସ୍ କମିଟିର ସଦସ୍ୟମାନଙ୍କୁ ସୂଚନା ଦେଇଥିଲା। ଏହା ପ୍ରଥମ ଥର ପାଇଁ ଆମେରିକୀୟ ଅଧିକାରୀମାନେ ହର୍ମୁଜ୍ ପ୍ରଣାଳୀ ବିଷୟରେ ଏପରି ସୂଚନା ସେୟାର କରିଛନ୍ତି । ଆମେରିକାର ସାଂସଦମାନେ ହର୍ମୁଜ୍ ପ୍ରଣାଳୀ ସଫେଇର ଅବଧି ଏବଂ ଇନ୍ଧନ ଦର ଉପରେ ସମ୍ଭାବ୍ୟ ପ୍ରଭାବ ଉପରେ ନିରାଶା ପ୍ରକାଶ କରିଛନ୍ତି।






