AK ୨୦୨୯ ପର୍ଯ୍ୟନ୍ତ ସୁନା ଓ ରୁପା ଆମଦାନି କରିବା ପାଇଁ ଭାରତ ସରକାର ବ୍ୟାଙ୍କ ଗୁଡ଼ିକୁ ଅନୁମତି ପ୍ରଦାନ କରିଛନ୍ତି। ଏ ସଂକ୍ରାନ୍ତରେ ଆଜି ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ୨୦୨୯ ପର୍ଯ୍ୟନ୍ତ ସୁନା ଓ ରୁପା ଆମଦାନି କରିବା ପାଇଁ ଭାରତ ସରକାର ବ୍ୟାଙ୍କ ଗୁଡ଼ିକୁ ଅନୁମତି ପ୍ରଦାନ କରିଛନ୍ତି। ଏ ସଂକ୍ରାନ୍ତରେ ଆଜି ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ ଚଳିତ ବର୍ଷ ଏପ୍ରିଲ ପହିଲାରୁ ୨୦୨୯ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଏଚ୍ଡିଏଫ୍ସି ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମେତ ୧୭ଟି ବ୍ୟାଙ୍କ ସୁନା ଓ ରୁପା ଆମଦାନି କରିପାରିବେ।

୧୭ଟି ବ୍ୟାଙ୍କ ମଧ୍ୟରୁ ୧୫ଟି ବ୍ୟାଙ୍କ ଉଭୟ ସୁନା ଓ ରୁପା ଆମଦାନି ଅନୁମତି ପାଇଥିବାବେଳେ ୨ଟି ବ୍ୟାଙ୍କ କେବଳ ସୁନା ଆମଦାନି ଅନୁମତି ପାଇଛନ୍ତି । ସୁନା ଓ ରୁପା ଆମଦାନି କରିବା ପାଇଁ ବ୍ୟାଙ୍କଗୁଡ଼ିକ ଉପରେ ପୂର୍ବରୁ ସରକାର ରୋକ୍ ଲଗାଇଥିଲେ । ଫଳରେ ବିପୁଳ ପରିମାଣର ସୁନା ଓ ରୁପା କଷ୍ଟମ୍ ବିଭାଗ ଅଟକାଇ ରଖିଥିଲା । ସୀମା ଶୁଳ୍କ ଅନୁମତି ମିଳ ନଥିବାରୁ ୫ ଟନ୍ରୁ ଅଧିକ ସୁନା ଅଟକାଇ ରଖାଯାଇଥିବା ଏକ ଘରୋଇ ବ୍ୟାଙ୍କ ସହ ସଂପୃକ୍ତ ମୁମ୍ବାଇର ଜଣେ ବୁଲିଅନ୍ ଡିଲର ପ୍ରକାଶ କରିଛନ୍ତି। ସେହିପରି ୮ ଟନ୍ରୁ ଅଧିକ ରୁପା ମଧ୍ୟ ସୀମା ଶୁଳ୍କ ଅନୁମତି ଅପେକ୍ଷାରେ ରହିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫ୍ଟି) ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଅଧୀକୃତ ବ୍ୟାଙ୍କଗୁଡ଼ିକୁ ସୁନା ଓ ରୁପା ଆମଦାନି ପାଇଁ ପ୍ରତି ଆର୍ଥିକ ବର୍ଷ ଆରମ୍ଭରୁ ଅନୁମତି ପ୍ରଦାନ କରିଥାଏ । ଭାରତ ବିଶ୍ବର ଦ୍ବିତୀୟ ସର୍ବବୃହତ ସୁନା ଆମଦାନିକାରୀ ହୋଇଥିବା ବେଳେ ସର୍ବାଧିକ ରୁପା ଆମଦାନିକାରୀ ରାଷ୍ଟ୍ର। ଦେଶ ଭିତରେ ସୁନା ଓ ରୁପା ଚାହିଦା ପୂରଣ ପାଇଁ ଭାରତ ମୁଖ୍ୟତଃ ଆମଦାନି ଉପରେ ହିଁ ନିର୍ଭର କରିଥାଏ। ତେବେ ୨୦୨୫ରେ ଭାରତରେ ସୁନା କ୍ରୟ ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର ୭୧୦.୯ ଟନ୍କୁ ଖସି ଆସିଥିବା ୱାର୍ଲଡ ଗୋଲ୍ଡ କାଉନ୍ସିଲ ସୂତ୍ରରୁ ପ୍ରକାଶ ।






