AK ୨୦୪୦- ୫୦ ଭିତରେ ଅନେକ ସହରରେ ତାତି ଜୀବନ ନେଇଯିବ । ୨୦୫୦ ସୁଦ୍ଧା ହିମାଳୟ ବରଫ ତୀବ୍ର ଗତିରେ ତରଳିବ । ୨୧୦୦ ଯାଏଁ ୫୦ରୁ ୮୦ପ୍ରତିଶତ କ୍ଲାସିୟର ଶେଷ ହୋଇଯିବ । ନଦୀ ସବୁ ଶୁଖିଯିବେ । ଲକ୍ଷ ଲକ୍ଷ ପ୍ରଜାତି ବିଲୁପ୍ତ ହୋଇଯିବେ । ଯଦି ଏବେଠୁ ପ୍ରକୃତିର ସୁରକ୍ଷା ପ୍ରତି ଦୃଷ୍ଟି ଦିଆନଯାଏ ଆପର ପରବର୍ତ୍ତୀ ପିଢ଼ି ପଳୟ ପରି ତାତିରେ ସନ୍ତୁଳି ହୋଇଯିବ । ଏବେ ଧରିତ୍ରୀର ଅବସ୍ଥା ମହାଭାରତର ସମୟ ଭଳି । ବଡ଼ ବଡ଼ ଦେଶ ଯୁଦ୍ଧରେ ମାତିଛନ୍ତି । ଯୁଦ୍ଧରେ ଜଳୁଛି ଅନେକ ଦେଶ । ତା’ଠାରୁ ବଳିଯାଉଛି ତାତି । ଶେଷରେ ଜଳୁଛି କିଏ? ଆମର ଜମି ଜଙ୍ଗଲ, ସମୁଦ୍ର ଓ ଆକାଶ ।

ପାଞ୍ଚାଳି ଭଳି ହେଉଛି ପୃଥିବୀର ଚିର ହରଣ । ଆଗକୁ ଏଭଳି ସ୍ଥିତି ଆସିବ ଯେବେ ପାଞ୍ଚଳାଳିର କ୍ରୋଧରେ କୁରୁବଂଶ ଧ୍ବଂସ ପାଇବା ପରି ଏ ପୃଥିବୀ ନାଶ ହୋଇଯିବ । ୨୦୪୦- ୫୦ ଭିତରେ ଅନେକ ସହରରେ ତାତି ଜୀବନ ନେଇଯିବ । ୨୦୫୦ ସୁଦ୍ଧା ହିମାଳୟ ବରଫ ତୀବ୍ର ଗତିରେ ତରଳିବ । ୨୧୦୦ ଯାଏଁ ୫୦ରୁ ୮୦ପ୍ରତିଶତ କ୍ଲାସିୟର ଶେଷ ହୋଇଯିବ । ନଦୀ ସବୁ ଶୁଖିଯିବେ । ଲକ୍ଷ ଲକ୍ଷ ପ୍ରଜାତି ବିଲୁପ୍ତ ହୋଇଯିବେ । ଯଦି ଏବେଠୁ ପ୍ରକୃତିର ସୁରକ୍ଷା ପ୍ରତି ଦୃଷ୍ଟି ଦିଆନଯାଏ ଆପର ପରବର୍ତ୍ତୀ ପିଢ଼ି ପଳୟ ପରି ତାତିରେ ସନ୍ତୁଳି ହୋଇଯିବ I CIMOD ରିପୋର୍ଟ ଅନୁସାରେ, ହିମାଳୟ ଗ୍ଲାସିୟର ୨୦୨୫ ଭିତରେ ପିକ୍ ୱାଟର ଅର୍ଥ, ଅଧିକରୁ ଅଧିକ ବେଗରେ ତରଳିବ । ଏହାପରେ ପାଣି କମିଯିବ । ୨୧୦୦ ମଧ୍ୟରେ ଯଦି ବିଶ୍ବ ତାପମାତ୍ରା ୨ରୁ ୩ ପ୍ରତିଶତ ବଢ଼ିଯାଏ ତାହେଲେ ହିମାଳୟର ୭୦ ପ୍ରତିଶତ ଗ୍ଲାସିୟର ତରଳିଯିବ । କିଛି ଅଧ୍ୟୟନ କହୁଛି, ଏହା ୮୦ପ୍ରତିଶତ ଯାଏଁ ବି ଯାଇପାରେ । ଫଳରେ ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର, ସିନ୍ଧୁ ପରି ନଦୀରେ ପାଣି ଶୁଖିଯିବ । ଅନେକ ନଦୀ ପୂରା ଶୁଖିଯିବ । ଫଳରେ ଦେଶରେ ଚାଷ ସଙ୍କଟ ଦେଖାଯିବ, ଖାଦ୍ୟ ଅଭାବ ଦେଖାଯିବ । ପୂରା ବିଶ୍ବରେ ଅଲ୍ ନିନୋ ପରି ସ୍ଥିତି ଦେଖାଯିବ :
(ଆସନ୍ତୁ ନଜର ପକାଇବା ପୃଥିବୀ ଉପରେ ପ୍ରଳୟ ସ୍ଥିତି କେବେଠୁ ଆରମ୍ଭ?
୨୦୩୦-୨୦୫୦- ଭୀଷଣ ଗରମ, ସହରରେ ଜୀବନ ଅସମ୍ଭାଳ ହୋଇପଡ଼ିବ । ପାଣିରେ ଅଭାବ ଆରମ୍ଭ ହେବ।
୨୦୫୦-୭୦- ଗ୍ଲାସିୟର ତରଳିବ, ନଈରୁ ପାଣି ଶୁଖିଯିବ, ମରୁଡ଼ି, ବଢ଼ି ବଢ଼ିବ ।
୨୧୦୦- ହିମାଳୟରୁ ଗ୍ଲାସିୟର୍ସ ଗାଏବ ହୋଇଯିବା ଭଳି ସ୍ଥିତି । ପାଣିର ଘୋର ସଙ୍କଟ ।
୨୦୪୦- ୨୦୫୦ ହେବ ସବୁଠାରୁ ନିର୍ଣ୍ଣାୟକ ଦଶକ । ଯଦି ଏବେଠାରୁ ମଣିଷ ସତର୍କ ନହୁଏ ପୃଥିବୀ ଆମ ପିଲାଙ୍କ ପାଇଁ ରହିବା ଯୋଗ୍ୟ ରହିବନି । ତେଣୁ ନିଷ୍ପତ୍ତି ଆମ ହାତରେ । ଆପଣ ପ୍ରଳୟ ଆଣିବାକୁ ଥିବା ଦୁର୍ଯ୍ୟୋଧନ ଏବଂ ଦୁଃଶାସନ ହେବେ ନା ଜୀବନ ରକ୍ଷାକାରୀ ଅର୍ଜୁନ ହେବେ ? ସବୁପରେ ମନେ ରଖିବାକୁ ପଡ଼ିବ, ପ୍ରକୃତି ବଞ୍ଚିଲେ ମଣିଷ ବଞ୍ଚିବ, ନଚେତ ପ୍ରଳୟ ନିଶ୍ଚିତ ।






